Posted inରାଜ୍ୟ

ସୂର୍ଯ୍ୟ ପାତ୍ରଙ୍କ ପ୍ରସ୍ତାବକୁ ନେଇ ଚର୍ଚ୍ଚା: ନବୀନ ପ୍ରଧାନମନ୍ତ୍ରୀ ହେବା ଯୋଗ୍ୟ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ଲୋକ ସଭାର ୫୪୨ରୁ ୪୮୩ ଆସନରେ ଭୋଟ ଗ୍ରହଣ ଶେଷ ହୋଇଛି। ଅବଶିଷ୍ଟ ୮ ରାଜ୍ୟର ୫୯ ଆସନରେ ରବିବାର ମତଦାନ ଅନୁଷ୍ଠିତ ହେବ। ୬ଷ୍ଠ ପର୍ଯ୍ୟାୟ ସୁଦ୍ଧା ଭୋଟ ଶେଷ ହୋଇଥିବା ଲୋକ ସଭା ଆସନଗୁଡିକରୁ ସର୍ବାଧିକ ସିଟ୍‌ ଦଖଲ କରିବା ନେଇ ଉଭୟ ଭାଜପା ଓ କଂଗ୍ରେସ ଦୃଢୋକ୍ତି ବାଢୁଛନ୍ତି। ଇତି ମଧ୍ୟରେ ଜାତୀୟ ଗଣମାଧ୍ୟମଗୁଡିକର ଆକଳନ ଯାହା ରହିଛି ସେଥିରୁ ବୁଝାପଡୁଛି, କେନ୍ଦ୍ରରେ ଏନ୍‌ଡିଏ କିମ୍ବା ଉପାକୁ ସଂଖ୍ୟାଗରିଷ୍ଠତା ମିଳୁନାହିଁ। ଏଭଳି ସ୍ଥିତିରେ ଦୁଇ ପ୍ରମୁଖ ଜାତୀୟ ଦଳ ସପକ୍ଷରେ ଜନମତ ନ ଗଲେ ବିଜେଡି, ଟିଆର୍‌ଏସ ଏବଂ ଓ୍ବାଇଏସ୍‌ଆର କଂଗ୍ରେସ ଭଳି ଆଞ୍ଚଳିକ ଦଳଗୁଡିକର ଭୂମିକା ନିର୍ଣ୍ଣାୟକ ହେବ ବୋଲି କେତେକ ଜାତୀୟ ଗଣମାଧ୍ୟମ ଆକଳନ କରିଛନ୍ତି। ଏହିସବୁ ଆକଳନ ଭିତରେ ଓଡିଶାର ବିଭିନ୍ନ ସମସ୍ୟା ସମୟରେ ବିଶେଷକରି ଫନୀ ପରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ମଧ୍ୟ ଜାତୀୟ ଗଣମାଧ୍ୟମ ପ୍ରଶଂସା କରୁଛନ୍ତି। ତେଣୁ ନିର୍ବାଚନ ଫଳାଫଳ ବାହାରିବାକୁ ସପ୍ତାହେରୁ କମ୍‌ ସମୟ ବାକି ଥିବାବେଳେ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେଲେ ଭଲ ହେବ ବୋଲି ବିଜେଡିରୁ ଇଙ୍ଗିତ ଆସିବା ନୂଆ ସମୀକରଣର ଆଭାସ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି।
ରାଜ୍ୟ ତଥା ରାଜନୀତିରେ ହଟଚମଟ ସୃଷ୍ଟିକରିବା ଭଳି ଏକ ଖବର ଶୁକ୍ରବାର ପ୍ରକାଶ ପାଇଛି। ତାହାପୁଣି ବିଜେଡିରୁ ଆସିଛି। ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯୋଗ୍ୟ। ରାଜ୍ୟ ତଥା ଦେଶର ବହୁ ଜନସାଧାରଣ ନବୀନଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି। ନବୀନବାବୁ ପ୍ରଧାନମନ୍ତ୍ରୀ ହେଲେ ଓଡିଶା ପାଇଁ ଏହା ସୌଭାଗ୍ୟର କଥା। ଅତୀତରେ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଉଠିଥିଲା। ମାତ୍ର କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଅନୁଚିତ। କାରଣ ଅଧିକାଂଶ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ ଟାଣିବାର ନଜିର ରହିଛି। ବିଜେଡି ଆଉ ପୂର୍ବଭଳି ସମଦୂରତ୍ୱ ନୀତି ଆପଣାଇବ ନାହିଁ। ଯେଉଁ ଜାତୀୟ ଦଳ ଓଡିଶାର ସ୍ବାର୍ଥ କଥା କହିବ, ରାଜ୍ୟକୁ ସାହାଯ୍ୟ କରିବ ତାକୁ ବିଜେଡି ସମର୍ଥନ ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫନୀ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର ପାଇଁ ୧ହଜାର କୋଟି ଟଙ୍କା ଦେଇଥିବାରୁ ତାଙ୍କୁ ଧନ୍ୟବାଦ। ପରେ ଆହୁରି ୧୩ହଜାର କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂର୍ଯ୍ୟ ପାତ୍ର କହିଛନ୍ତି।
ଅନ୍ୟପଟେ ଦେଶର ପ୍ରଧାନମନ୍ତ୍ରୀ କିଏ ହେବ ସେକଥା ନିର୍ବାଚନ ଫଳାଫଳ ଏବଂ ବିଭିନ୍ନ ଦଳର ଗ୍ରହଣୀୟତା ଉପରେ ନିର୍ଭର କରିଥାଏ। ଏସବୁକୁ ଲକ୍ଷ୍ୟ କଲେ ଗୋଟିଏ କଥା ଗତ ୫ ବର୍ଷରେ ଦେଖିବାକୁ ମିଳିଛି, ଜାତୀୟ ଅପେକ୍ଷା ରାଜ୍ୟ ରାଜନୀତିକୁ ମୁଖ୍ୟମନ୍ତ୍ରୀ ସଦାସର୍ବଦା ଗୁରୁ୍‌ତ୍ୱ ଦେଇ ଆସିଛନ୍ତି। ଜାତୀୟ ରାଜନୀତିକୁ ନେଇ ସେମିତି କୌଣସି ମହତ୍ତ୍ୱାକାଂକ୍ଷା ନ ଥିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିସାରିଛନ୍ତି। ଏଭଳି ସ୍ଥିତିରେ ସୂର୍ଯ୍ୟ ପାତ୍ରଙ୍କ ଭଳି ଜଣେ ଅଭିଜ୍ଞ ଓ ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ କଥା ବାହାରକୁ ଚାଲିଯିବା ଏବଂ ବିଜେଡି ସମଦୂରତ୍ୱ ନୀତି ରକ୍ଷା ନ କରି କୌଣସି ଏକ ଜାତୀୟ ଦଳ ସପକ୍ଷରେ ଯିବାର ଇଙ୍ଗିତ ଦେବା ପ୍ରସଙ୍ଗ ସମସ୍ତଙ୍କୁ ଚକିତ କରିଛି। ୨୦୧୪ ସାଧାରଣ ନିର୍ବାଚନ ପରେ ଲୋକ ସଭାରେ ଉଠିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଏମ୍‌ପିମାନେ ପ୍ରତ୍ୟକ୍ଷ ହେଉ କିମ୍ବା ପରୋକ୍ଷରେ ଏନ୍‌ଡିଏକୁ ସୁହାଇଲା ଭଳି ଆଭିମୁଖ୍ୟ ଗ୍ରହଣ କରିବାରୁ ସାମ୍ପ୍ରତିକ ରାଜନୈତିକ ଚିତ୍ରପଟରେ ଭିନ୍ନ ସମୀକରଣର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। । ଅନ୍ୟପଟେ ମୋଦି ପ୍ରଧାନମନ୍ତ୍ରୀ ହେବା ପରଠାରୁ ତାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଜେଡି ସରକାରର ତୁରନ୍ତ ସମର୍ଥନ ମିଳିଥିବାର ନଜିର ରହିଛି। ସେହିପରି ମୋଦିଙ୍କ ବିରୋଧରେ ଦେଶରେ ମେଳି ବାନ୍ଧିଥିବା ବିରୋଧୀ ମେଣ୍ଟ ପକ୍ଷରୁ ନବୀନଙ୍କୁ ଏକାଧିକବାର ନିମନ୍ତ୍ରଣ କରାଯିବା ସତ୍ତ୍ୱେ ସେ ସେଥିରୁ ଦୂରେଇ ରହି ଆସିଛନ୍ତି। ଏଭଳି ସମୟରେ ସୂର୍ଯ୍ୟ ପାତ୍ର ମୋଦିଙ୍କୁ ପ୍ରଶଂସା ଏବଂ କଂଗ୍ରେସ ସମର୍ଥନକୁ ନିନ୍ଦା କରିବା କଥା କହିବା ଏନ୍‌ଡିଏ ପ୍ରତି ବିଜେଡିର ଦୁର୍ବଳତା ଥିବା ଚର୍ଚ୍ଚାକୁ ବଢାଇଦେଇଛିି। ନିର୍ବାଚନ ପରେ କେତେକ ରାଜ୍ୟର ଆଞ୍ଚଳିକ ଦଳ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଚାଲିଥିବା ଚର୍ଚ୍ଚା ସମୟରେ ନବୀନ ପ୍ରଧାନମନ୍ତ୍ରୀ ହେଲେ ଭଲ ହେବ ବୋଲି ଉଠିଥିବା ଆଲୋଚନା କିଛି ଭିନ୍ନ ସଙ୍କେତ ଦେଉଛି।
କଂଗ୍ରେସର ବରିଷ୍ଠ ନେତା ଶରତ ରାଉତଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ କହିଛନ୍ତି, ନରେନ୍ଦ୍ର ମୋଦି ମଧ୍ୟ ମୁଖ୍ୟମନ୍ତ୍ରୀରୁ ଯାଇ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଯଦି ନବୀନବାବୁ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ମୋଦିଙ୍କଠାରୁ ଭଲ କାମ କରିବେ। ସୂର୍ଯ୍ୟ ପାତ୍ର ଯାହା କହିଛନ୍ତି ସେଥିରେ କିଛି ବିସ୍ମିତ ହେବାର ନାହିଁ। କେବଳ ମୋଦିଙ୍କ ସମୟରେ ଦେଶର ଦୁର୍ଭାଗ୍ୟ ଯାହା ଅଛି ତାହା ଆହୁରି ବଢିଯିବ। କଂଗ୍ରେସ କେବେ ହେଲେ ବିଜେଡିକୁ ସମର୍ଥନ ମାଗିନି ଏବେ ମଧ୍ୟ ମାଗୁନାହିଁ। ଆଗକୁ ମଧ୍ୟ ବିଜେଡିର ସମର୍ଥନ କେବେହେଲେ କଂଗ୍ରେସ ମଗାଯିବ ନାହିଁ। ବିଜେଡି ନେତା ନିଜ ମନଗଢା କଥା କହୁଛନ୍ତି, ଯାହାର କିଛି ମାନେ ନାହିଁ ବୋଲି ଶରତ କହିଛନ୍ତି।
ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ସ୍ବପ୍ନ ଦେଖିବା ଓ ଚିନ୍ତା କରିବାକୁ କାହାରିକୁ ମନାନାହିଁ। କେହି ବି ପ୍ରଧାନମନ୍ତ୍ରୀ ହୋଇପାରିବ। ହେଲେ ଏଥର ସଂଖ୍ୟାଗରିଷ୍ଠତା ନେଇ ଏନ୍‌ଡିଏ ସରକାର କରିବାକୁ ଯାଉଛି। ଏହାର ସୁଫଳ ଭାଜପାର ସହଯୋଗୀ ଦଳଗୁଡିକୁ ମଧ୍ୟ ମିଳିବ। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ଦେଶର ଉନ୍ନତି କଥା ଚିନ୍ତାକରି ଅକ୍ଳାନ୍ତ ପରିଶ୍ରମ କରିବା ଲୋକ କେହିନାହାନ୍ତି। ଏଥର ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହେବେ। ତେବେ କେଉଁ ଆଞ୍ଚଳିକ ଦଳ କୁଆଡେ ଢଳିବ, ବିଜେଡି କାହାକୁ ସମର୍ଥନ କରିବ ସେ କଥା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ ବୋଲି ବସନ୍ତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?