ସୂଚନା କେନ୍ଦ୍ରକୁ ଯୋଡ଼ିଲା ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌: ହଜିଲା ଲୋକଙ୍କ ସୂଚନା ପାଇଲେ ପରିଜନ

ପୁରୀ ଅଫିସ,୧୪।୭: ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ଲାଗି ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି। ରଥଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଗହଳି ଚହଳି ଲାଗିଥାଏ। ଏହି ଭିଡ଼ ଭିତରେ ବେଳେବେଳେ ଅନେକେ ନିଜ ସମ୍ପର୍କୀୟଙ୍କଠାରୁ ହାତଛଡ଼ା ହୋଇଯାନ୍ତି। ଗହଳି ଭିତରେ ସେମାନଙ୍କୁ ପୁଣି ପରିଜନଙ୍କ ସହ ମିଶାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥାଏ। ପ୍ରତିବର୍ଷ ଏହି ସମୟରେ ଶହ ଶହ ସଂଖ୍ୟାରେ ଲୋକ ଶ୍ରୀକ୍ଷେତ୍ରରେ ହଜନ୍ତି ଏବଂ ପୁଣି ପରିବାର ସହ ମିଶିଥାନ୍ତି। ଏଥିପାଇଁ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ରମାନ ଖୋଲାଯାଇଥାଏ। ଏମିତି ବି ଅନେକ ଲୋକ ଦୀର୍ଘଦିନ ଧରି ପରିବାରଠୁ ଅଲଗା ହେବାର ନଜିର ରହିଛି। ଚଳିତବର୍ଷ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯାଇଛି । ଫଳରେ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହୋଇପାରୁଛି। ରଥଯାତ୍ରାଠାରୁ ସୁନାବେଶ ଏହି ୧୦ଦିନ ମଧ୍ୟରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଜିମା ଦିଆଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ କହିଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା ମୁତାବକ, ଚଳିତ ବର୍ଷ ରଥଯାତ୍ରା ପାଇଁ ୧୧ଟି ସ୍ଥାନ ସିଂହଦ୍ୱାର, ଜଗନ୍ନାଥ ବଲ୍ଲଭ, ବଳଗଣ୍ଡି, ବଡ଼ଶଙ୍ଖ, ମୁକ୍ତାକାଶ ରଙ୍ଗମଞ୍ଚ, ସୁଭାଷ ବୋଷ ଛକ, ଦିଗବାରେଣୀ, ପାନ୍ଥ ଭବନ, ତାଳବଣିଆ ଏବଂ ରେଳଷ୍ଟେଶନରେ ସୂଚନା କେନ୍ଦ୍ର ଖୋଲାଯାଇଛି। ସବୁ କେନ୍ଦ୍ରକୁ ଏକାଠି ଯୋଡ଼ିବା ଲାଗି ଆଇ ଆଣ୍ଡ୍‌ ପିଆର୍‌ ଇନଫର୍ମେଶନ ସେଣ୍ଟର ନାମରେ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯାଇଛି। ଅର୍ଥାତ୍‌ କୌଣସି ଗୋଟିଏ କେନ୍ଦ୍ରରେ କେହି ହଜିଥିବା ବ୍ୟକ୍ତି ପହଞ୍ଚତ୍ଲେ କିମ୍ବା ତାଙ୍କୁ ପହଞ୍ଚାଗଲେ ସଙ୍ଗେ ସଙ୍ଗେ ଏହି ଗ୍ରୁପ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଏବଂ ଠିକଣା ପୋଷ୍ଟ କରାଯାଏ। ଫଳରେ ସବୁ କେନ୍ଦ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଘୋଷଣା କରାଯିବା ସହ ତାଙ୍କ ଫଟୋ ପ୍ରଦର୍ଶନ କରାଯାଏ। ଯଦି କେହି ବ୍ୟକ୍ତି ବା ଶିଶୁ ପରିବାରଠୁ ଅଲଗା ହୋଇ କୌଣସି କେନ୍ଦ୍ରରେ ପହଞ୍ଚନ୍ତି ଏବଂ ତାଙ୍କ ସମ୍ପର୍କୀୟ ଅନ୍ୟ ଯେ କୌଣସି କେନ୍ଦ୍ରରେ ଯାଇ ପଚାରନ୍ତି ତେବେ ତୁରନ୍ତ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରୁଛି।
ଚଳିତବର୍ଷ ଶିଶୁ ଓ ବରିଷ୍ଠ ନାଗରିକ ଅଧିକ ସଂଖ୍ୟାରେ ହଜୁଥିବା ବିଭିନ୍ନ କେନ୍ଦ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିିଛି। ଏ ସମ୍ପର୍କରେ ସିଂ କହିଛନ୍ତି, ପ୍ରତିଦିନ ଗୋଟିଏ କେନ୍ଦ୍ରରେ ୨୫ରୁ ୩୦ ଏହିଭଳି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ହଜାରରୁ ଅଧିକ ହଜିବା ଲୋକଙ୍କ ପଞ୍ଜୀକରଣ ହୋଇଛି। ସମସ୍ତେ ତାଙ୍କ ସମ୍ପର୍କୀୟଙ୍କୁ ପାଇପାରୁଛନ୍ତି। ଏମିତିକି ବୟସ୍କ ବ୍ୟକ୍ତି ହୋଇ ଥିଲେ ନିଜେ ଆସୁଛନ୍ତି ନଚେତ୍‌ ଛୋଟପିଲା ହୋଇଥିଲେ ତାଙ୍କୁ ଗହଳି ଭିତରୁ କେହି ଆଣି କେନ୍ଦ୍ରରେ ପହଞ୍ଚାଉଛନ୍ତି। ସେହିପରି ଅଧିକାଂଶ ବରିଷ୍ଠ ନାଗରିକ ବି ଆସୁଛନ୍ତି। ଅନେକ ଛୋଟ ପିଲା ତାଙ୍କ ଠିକଣା ସମ୍ପର୍କରେ କହିପାରୁନାହାନ୍ତି। କିନ୍ତୁ ଏହି ଗ୍ରୁପ୍‌ ମାଧ୍ୟମରେ ସଙ୍ଗେସଙ୍ଗେ ବିଭିନ୍ନ କେନ୍ଦ୍ରକୁ ସୂଚନା ଦିଆଯିବା ସହ ସେମାନଙ୍କ ଫଟୋ ପ୍ରଦର୍ଶନ କରାଯାଉଛି। ଏହିଭଳି ଅନେକ ଶିଶୁ, ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଜିମା ଦିଆଯାଇଛି। ଏମିତି କି ଜଣେ ନବବଧୂ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ତାଙ୍କ ସ୍ବାମୀ ସିଂହଦ୍ୱାର ସୂଚନାକେନ୍ଦ୍ରରେ ବିବାହ ସମୟର ଏକ ଫଟୋ ଦାଖଲ କରିଥିଲେ। ଏହି ଫଟୋ ଅନ୍ୟାନ୍ୟ କେନ୍ଦ୍ରରେ ପହଞ୍ଚତ୍ବା ପରେ ସବୁ କେନ୍ଦ୍ରରୁ ଘୋଷଣା କରାଯାଇଥିଲା। ପ୍ରାୟ ୨ଘଣ୍ଟା ପରେ ତାଙ୍କ ସ୍ତ୍ରୀ ସିଂହଦ୍ୱାର ସୂଚନା କେନ୍ଦ୍ରରେ ପହଞ୍ଚତ୍ଥିଲେ । ସେହିପରି ଛୋଟ ପିଲାଙ୍କ ହସ୍ତାନ୍ତର ପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି। ହଜି ଯାଇଥିବା ପିଲାର ଅଭିଭାବକ ପହଞ୍ଚତ୍ଲେ ବି ଚାଇଲ୍ଡ ଲାଇନ ପକ୍ଷରୁ ଆବଶ୍ୟକ କାଗଜପତ୍ର କାମ କରାଯାଇ ପିଲାଙ୍କୁ ହସ୍ତାନ୍ତର କରାଯାଉଛି । ଏଥିପାଇଁ ପ୍ରତି କେନ୍ଦ୍ରରେ ଚାଇଲ୍ଡ ଲାଇନ ସଦସ୍ୟ ରହିଛନ୍ତି। ଏମିତି ବି ଅନେକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, କାହାର ପକେଟମାର ହୋଇଛି ତ ପୁଣି କେହି ଘର ଲୋକଙ୍କଠାରୁ ଅଲଗା ହୋଇଯିବା ପରେ ବେସାହାରା ହୋଇପଡ଼ିିଛନ୍ତି। ଏହିଭଳି କେତେକ ଲୋକଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ଟିକେଟ କାଟି ବସ୍‌ ଯୋଗେ ତାଙ୍କ ଗଁାକୁ ପଠାଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ମଶାନରେ ଗୁଣିଆଙ୍କ ତନ୍ତ୍ର ସାଧନା: ପ୍ରେମିକାଙ୍କ ନାଁରେ ଭୁବନେଶ୍ୱରରେ ଯୁବକ କିଣିଥିଲେ ପ୍ଲଟ ଓ ଆଉ ଗାଡ଼ି, ଧରାଛୁଆଁ ନ ଦେବାରୁ…

ବାଲିକୁଦା,୨୨।୧୨(ତାପସ ସ୍ବାଇଁ): ବାଲିକୁଦା ବ୍ଲକ ମରିଚପୁର ଗ୍ରାମ୍ୟ ଶ୍ମଶାନରେ ଶନିବାର ବିଳମ୍ବିତ ରାତିରେ କୌଣସି ଗୁଣିଆ ତନ୍ତ୍ର ସାଧନା କରିଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି।...

୨୫ରୁ ଧର୍ମଶାଳା ମହୋତ୍ସବ: ବ୍ୟବସାୟ ପାଇଁ ରସିଦ୍‌ ଆଣିବାକୁ ବ୍ୟବସାୟୀଙ୍କ ଅସମ୍ଭାଳ ଭିଡ଼

ଧର୍ମଶାଳା,୨୨ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଐତିହ୍ୟ ପରମ୍ପରା, ଧର୍ମଶାଳା ମହୋତ୍ସବ ଆସନ୍ତା ୨୫ ତାରିଖରେ ଧର୍ମଶାଳା ମହୋତ୍ସବର ପଡ଼ିଆରେ ଆରମ୍ଭ ହୋଇ ଜାନୁଆରୀ ୭ରେ...

ଘର ଆଗରେ ପଡ଼ିଛି ଅବସରପ୍ରାପ୍ତ ମହିଳା ଏଏନ୍‌ଏମ୍‌ଙ୍କ ମୃତଦେହ, ଏକାକୀର ସୁଯୋଗ ନେଇ…

ଭବାନୀପାଟଣା,୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗ୍ରାମରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ଏକାକୀ...

ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି…

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ...

ପାର୍କରେ ବସିଥିଲେ ପ୍ରେମୀଯୁଗଳ, ହଠାତ୍‌ ଆସିଲେ ୨ ଯୁବକ: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ଆଇଜି ପାର୍କରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଗୌରୀନଗରର ଆଶିଷ...

ସ୍ଥାନୀୟ ପ୍ରଶାସନକୁ କଥା ଦେଇ କଥା ରଖିଲାନି ଠିକାସଂସ୍ଥା: ମରାମତି ନୋହିଲା ଷ୍ଟ୍ରିଟ୍‌ ଲାଇଟ୍‌, ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୨୨ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଆଉ କିଛି ଦିନ ପରେ ପାଳିବ ଶୀତ ମହୋତ୍ସବ। ଏଥିପାଇଁ ପ୍ରଶାସନ ପକ୍ଷରୁ...

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri