ସୁହାନା, ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ଥିଲା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’: ମାତ୍ର କାଟିଦିଆଯାଇଥିଲା ତାଙ୍କ ସିନ୍‌

ଅଭିନେତା ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ଫିଲ୍ମ ‘ଷ୍ଟୁଡେଣ୍ଡ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି। ଏଥିରେ ତାଙ୍କ ଅଭିନୟକୁ ଦର୍ଶକ ପସନ୍ଦ ମଧ୍ୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅନନ୍ୟା ତାଙ୍କ ବେଷ୍ଟ ଫ୍ରେଣ୍ଡ୍‌ ସୁହାନା ଖାନ୍‌ଙ୍କୁ ନେଇ ଏକ ଖାସ୍‌ କଥା ଶେୟାର କରିଛନ୍ତି। ଅନନ୍ୟା ଏବଂ ସୁହାନା ଫିଲ୍ମ ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ରୁ ବଲିଉଡ୍‌ରେ ଡେବ୍ୟୁ କରିବାର ଥିଲା। ଏଥିପାଇଁ ସେ ଶୁଟିଂ ମଧ୍ୟ କରିଥିଲେ। ମାତ୍ର ଏହା ସମ୍ଭବ ହେଲା ନାହିଁ। ପ୍ରକୃତ କଥାଟା ହେଲା, ଫିଲ୍ମର ଶୁଟିଂ ଆମେରିକାରେ ଚାଲିଥିବା ବେଳେ ସୁହାନା ଏବଂ ଅନନ୍ୟା ଶୁଟିଂ ସେଟ୍‌କୁ ଯାଇଥିଲେ। ଫିଲ୍ମର ଏକ ଦୃଶ୍ୟର ସୁଟିଂ ପାଇଁ ଅଧିକ ଲୋକଙ୍କ ଆବଶ୍ୟକତା ଥିଲା। ତେଣୁ ସେଟ୍‌ରେ ଉପସ୍ଥିତ ସମସ୍ତ ଲୋକଙ୍କୁ ଶୁଟିଂ ପାଇଁ ଡକାଗଲା। ଶୁଟିଂ ମଧ୍ୟ ଶେଷ ହେଲା। ଏହି ଦୃଶ୍ୟ ପାଇଁ ସେମାନଙ୍କୁ ପାଖାପାଖି ୮ ଥର ସଟ୍‌ ଦେବାକୁ ପଡ଼ିଥିଲା। ଏହାକୁ ନେଇ ଉଭୟ ବହୁତ ଖୁସି ଥିଲେ। ଫିଲ୍ମର ଶୁଟିଂ ପରେ ନିଜ ସିନ୍‌କୁ ଦେଖିବା ପାଇଁ ସେମାନେ ଚାହିଁ ବସିଥିଲେ। ମାତ୍ର ଫିଲ୍ମରେ ଏହି ଦୃଶ୍ୟକୁ ଶେଷରେ କାଟି ଦିଆଗଲା। ଫିଲ୍ମରୁ ଏହି ଦୃଶ୍ୟକୁ କଟାଯାଇ ନ ଥିଲେ ସୁହାନା ଏବଂ ଅନନ୍ୟାଙ୍କ ଡେବ୍ୟୁ ଫିଲ୍ମ ହୋଇଥାନ୍ତା ‘ମାଇଁ ନେମ୍‌ ଇଜ୍‌ ଖାନ୍‌’।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍‌ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍‌

ବଲିଉଡ୍‌ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍‌ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ପୁଣିଥରେ ଏକାଠି ନଜର ଆସିବେ ଆଲିଆ-ରଣବୀର

ମୁମ୍ବାଇ: କରୋନା ଭାଇରସକୁ ନେଇ ସାରା ବିଶ୍ୱ ଚିନ୍ତାରେ ଥିବା ବେଳେ ଏବେ ବଲିଉଡ୍‌ ଦୁନିଆରୁ ଆସିଛି ଏକ ଭିନ୍ନ ଧରଣର ଖବର। ସଞ୍ଜୟ ଲିଲା...

ଝିଅର ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର-ହେମା

ମୁମ୍ବାଇ: ବଲିଉଡ ଡ୍ରିମ ଗର୍ଲ ହେମା ମାଳିନୀ ଓ ଅଭିନେତା ଧର୍ମେନ୍ଦ୍ର ଝିଅ ଆହାନାଙ୍କର ବାର୍ଥଡେ ନିଜ ପରିବାର ସହ ମୁମ୍ବାଇର ଜୁହୁ ସ୍ଥିତ ଏକ...

ଦୀପିକାଙ୍କୁ ପିଠିରେ ବସାଇ ପୁଶ୍‌ଅପ୍‌ ମାରିଲେ ଏହି ଅଭିନେତା

ଟିଭି ସିରିଏଲ ସସୁରାଲ୍‌ ସିମର୍‌ ଫେମ୍‌ ଅଭିନେତା ସୋଏବ ଇବ୍ରାହିମ ନିଜ ଫିଟ୍‌ନେସ୍‌କୁ ନେଇ ବେଶୀ ସତର୍କ ଥାନ୍ତି। ଏଥିପାଇଁ ନିଜ ଖାଦ୍ୟପେୟ ଏବଂ ଜିମ୍‌...

ଗର୍ଭବତୀ ଥିବା ନେଇ କ’ଣ କହିଲେ ଅନୁଷ୍କା

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ଏନେଇ ନିଜେ ମୁହଁ ଖୋଲିଛନ୍ତି ଅନୁଷ୍କା। ସେ କହିଛନ୍ତି, ମୋ...

ଚୁଟ୍‌କିଙ୍କ ଲେଉଟାଣି

ଥରେ ମନେପକାନ୍ତୁ ନା ସେହି ଚୁଟ୍‌କି ଚରିତ୍ରକୁ। ସୁପରହିଟ୍‌ ଓଡ଼ିଆ ସିନେମା ‘ଆକାଶେ କି ରଙ୍ଗ ଲାଗିଲା’ରେ ଏହି ଭୂମିକା ତାଙ୍କୁ କେତେ ମାଇଲେଜ୍‌ ଦେଇଥିଲା,...

ଦ ଲାୟନ କିଙ୍ଗ୍‌: ପୁଅ ଆର୍ଯ୍ୟନ୍‌ଙ୍କ ପାଇଁ ଶାହରୁଖ୍‌ଙ୍କୁ ୨ ଥର କରିବାକୁ ପଡ଼ିଲା ଡବିଂ

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବଂ ତାଙ୍କ ପୁଅ ଆର୍ଯ୍ୟନ୍‌ ହଲିଉଡ୍‌ ଫିଲ୍ମ ‘ଦ ଲାୟନ କିଙ୍ଗ୍‌’ର ହିନ୍ଦୀ ଡବିଂ ପାଇଁ ସ୍ବର ଦେଇଛନ୍ତି। ଇତିମଧ୍ୟରେ ଫିଲ୍ମର...

ଫଟୋଗ୍ରାଫରଙ୍କ ଉପରେ ରାଗିଲେ ତୈମୁର

ମୁମ୍ବାଇ: ଷ୍ଟାର କିଡ୍‌ ଭାବେ ଶୈଫିନାଙ୍କ ପୁଅ ତୈମୁର ଅଲ୍ଲି ଖାଁ ବଲିଉଡ୍‌ଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ସବୁଠି ବେଶ୍‌ ପରିଚିତ। କାରଣ ହେଉଛି ତାଙ୍କର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *