ସୁଶ୍‌, ତୁମ ସହ ମୋ ହୃଦୟର ଏକ ଅଂଶ ବି ଚାଲିଗଲା: କ୍ରିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସମସ୍ତଙ୍କ ପାଇଁ ଏକ ପ୍ରଶ୍ନ ହୋଇ ରହିଯାଇଛି। କେଉଁ କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ତଦନ୍ତ କରୁଛି ପୋଲିସ। ହେଲେ ଅନ୍ୟ କଳାକାରମାନେ ତାଙ୍କ ସହ ବିତାଇଥିବା କିଛି ମୁହୁର୍ତ୍ତକୁ ମନେ ପକାଉଛନ୍ତି। ଦୁଇ ଦିନ ଧରି ନିରବ ରହିବା ପରେ ଏବେ ସୁଶାନ୍ତଙ୍କୁ ନେଇ ଏକ ପୋଷ୍ଟ କରିଛନ୍ତି ଅଭିନେତ୍ରୀ କ୍ରିତି ସନନ୍‌।

କ୍ରିତି ସୁଶାନ୍ତଙ୍କ ସହ ‘ରାବ୍‌ତା’ ଫିଲ୍ମରେ କାମ କରିଥିଲେ। ସେତେବେଳେ ଉଭୟ ଉଭୟଙ୍କୁ ପସନ୍ଦ କରୁଥିବା ନେଇ ହୋଇଥିଲା ଚର୍ଚ୍ଚା। ହେଲେ ସେମାନେ ଏଥିରେ ହଁ ଭରି ନ ଥିଲେ। ଏବେ କ୍ରିତି ସୁଶାନ୍ତଙ୍କୁ ମନେ ପକାଇ ଲେଖିଛନ୍ତି, ସୁଶ୍‌..। ମୁଁ ଜାଣିଥିଲି ତୁମର ମନ ତୁମର ଭଲ ସାଙ୍ଗ ଏବଂ ସବୁଠାରୁ ବଡ଼ ଶତ୍ରୁ ଥିଲା। ହେଲେ ତୁମ ଜୀବନରେ ଏଭଳି ଏକ ମୂହୁର୍ତ୍ତ ଆସିଲା ଯେଉଁଠି ତୁମେ ମରିବାକୁ ବଞ୍ଚିବାଠାରୁ ଅଧିକ ସହଜ ଲାଗିଲା ଜାଣିବା ପରେ ମୁଁ ଭାଙ୍ଗି ପଡ଼ିଛି। ତୁମ ଆଖପାଖରେ ଲୋକ ଥିଲେ, ଏଭଳି ସ୍ଥିତିରୁ ତୁମକୁ ମୁକୁଳାଇ ପାରିଥାନ୍ତେ। ଯେଉଁମାନେ ତୁମକୁ ଭଲ ପାଆନ୍ତି, ସେମାନଙ୍କୁ ତୁମେ ଅଲଗା କରି ନ ଥିଲେ ଏହା ସମ୍ଭବ ହୋଇଥାନ୍ତା। କାଳେ ମୁଁ ତୁମ ଭିତରେ ଭାଙ୍ଗି ଯାଇଥିବା ଅଂଶକୁ ଯୋଡ଼ି ପାରିଥାନ୍ତି। ହେଲେ ନା। ଏଭଳି ହେଲା ନାହିଁ। ମୋ ହୃଦୟର ଗୋଟିଏ ଅଂଶ ତୁମ ସହ ଚାଲିଗଲା। ବାକି ଅଧା ଅଂଶରେ ତୁମେ ସବୁବେଳେ ରହିବ। ମୁଁ ତୁମକୁ ସବୁ ଖୁସି ମିଳୁ ବୋଲି ପ୍ରାର୍ଥନା କରି ଆସୁଥିଲି, ଆଗକୁ ମଧ୍ୟ କରିବି ବୋଲି କ୍ରିତି ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିକୁ ଆସିବାକୁ ନେଇ ଏପରି କହିଲେ ସୋନୁ ସୁଦ

ମହାମାରୀ କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ସମୟରେ ପରୋପକାର କରି ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି ବଲିଉଡ୍‌ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ଆରମ୍ଭରେ ସେ...

ବଢିଲା କଙ୍ଗନାଙ୍କ ଅଡୁଆ: କୋର୍ଟରେ ମାମଲା

ପାଟନା,୧୮ ।୧୨: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଆଜିକାଲି ନିଜ ଫିଲ୍ମ ଅପେକ୍ଷା ରାଜନୈତିକ ବୟାନ ବାଜିକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ଏମିତି କେତେଥର...

ଫିଟ୍‌ନେସ ପାଇଁ ମୁମ୍ବାଇ ରାସ୍ତାରେ ସାଇକେଲ ଚଲାଉଥିବା ନଜର ଆସିଲେ ଅଭିନେତ୍ରୀ, ଅଭିନେତା: ଚିହ୍ନିବା କଷ୍ଟକର

  କରୋନା ସଙ୍କଟ ସମୟରେ ପରିସ୍ଥିତିରେ ଯେତେବେଳେ ଜିମ୍‌ ବନ୍ଦ ହୋଇଯାଏ, ସେହିସମୟରେ ବଲିଉଡ୍‌ ଏବଂ ଟିଭି ତାରକାମାନେ ନିଜକୁ ଫିଟ୍‌ ରଖିବା ପାଇଁ ସାଇକେଲ...

ଓ୍ବାଟର ବେବି କାଜଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ନିକଟରେ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଏବେ ଏବେ  କାଜଲ ସ୍ବାମୀ ଗୌତମଙ୍କ ସହ ମାଳଦ୍ୱୀପରେ ହନିମୁନ୍‌...

ପିତାଙ୍କ ୮୦ତମ ଜନ୍ମଦିବସରେ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ, ଭିଡିଓ ଭାଇରାଲ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ଫିଲ୍ମ ଶୁଟିଂରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କବିତା ହେଉକି କି ଫ୍ୟାମିଲି...

ବଲିଉଡ୍‌ ଛାଡି ପାରନ୍ତି ଦଙ୍ଗଲ ଗର୍ଲ

ମୁମ୍ବାଇ: ଖୁବ୍‌ କମ୍‌ ସମୟ ମଧ୍ୟରେ ବଲିଉଡ୍‌ରେ ନିଜର ପାରଦର୍ଶିତା ସହ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଙ୍ଗଲ ଗର୍ଲ ଜାଇରା ଓ୍ବାସିମ ବୋଧହୁଏ...

ଶୁଟିଂ ଆରମ୍ଭ କଲେ ଜାହ୍ନବୀ

ମୁମ୍ବାଇ: ୨୦୧୮ରେ ରିଲିଜ୍ ହୋଇଥିବା ‘ଧଡକ’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ଜାହ୍ନବୀ କପୁର ଏବେ ବଲିଉଡ୍‌ର ଜଣେ ପରିଚିତ ଚେହେରା । ଗତବର୍ଷ ନେଟପ୍ଲିକ୍ସରେ...

ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ...

Play 250+ Trending Games
Archives

Model This Week

Why Dharitri