ସୁରଟରେ ଓଡ଼ିଆ ଯୁବକ ମୃତ

ପରଜଙ୍ଗ, ୩୦ା୪(ଡି.ଏନ.ଏ.) – ଗୁଜରାଟର ସୁରଟରେ କାମ କରୁଥିବା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ଗ୍ରାମର ଜଣେ ଯୁବକଙ୍କ ମଙ୍ଗଳବାର ରାତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କୁମୁଦ ନାୟକ ଓ ଅନୁଡି ନାୟକଙ୍କ ସାନ ପୁଅ ଆଲୋକ। କୌଣସି କାରଣରୁ ରହୁଥିବା କଲୋନୀର ୪ ମହଲା ଛାତରୁ ଖସିପଡିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଲକ୍‌ଡାଉନ୍‌ ସମୟରେ ପୁଅର ଏପରି ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ପୁଅର ମୃତଦେହ ଆଣିବା ଲାଗି ବ୍ୟବସ୍ଥା କରିବାକୁ ସେମାନେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି।
ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ପରେ ଆଲୋକ ପରିବାର ପ୍ରତିପୋଷଣ ପାଇଁ ସୁରଟ ପଳାଇଥିଲେ। ସେଠାରେ ଏକ ସୂତା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସୁରଟର ପାଣ୍ଡେସରସ୍ଥିତ ସୁଧା କଲୋନୀରେ ଏକ ୪ ମହଲା କୋଠାରେ ରୁମ ନେଇ ରହୁଥିଲେ। ଲକ୍‌ଡାଉନ୍‌ ଯୋଗୁ ସେ ଘରକୁ ଆସି ପାରି ନ ଥିଲେ ହେଁ ପରିବାର ସହ ଯୋଗାଯୋଗରେ ଥିଲେ। ମଙ୍ଗଳବାର ରାତିରେ ମଧ୍ୟ ସେ ଫୋନରେ ଘର ଲୋକଙ୍କ ସହ କଥା ହୋଇଥିଲେ। ହେଲେ କଥା ହେବାର କିଛି ସମୟ ପରେ ଆଲୋକ ଛାତରୁ ଖସି ପଡିଥିବା ପରିବାର ନିକଟରେ ଖବର ପହଞ୍ଚତ୍ଥିଲା। ତାଙ୍କ ସହଯୋଗୀ ଓ କେତେଜଣ କମ୍ପାନୀ କର୍ମଚାରୀ ଆଲୋକଙ୍କୁ ସୁରଟ ସ୍ମିମରସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ମଧ୍ୟରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅକୁ ଶେଷଥର ଦେଖିବାକୁ ମୃତଦେହକୁ ଘରକୁ ଆଣିବା ଲାଗି ତାଙ୍କ ମା’ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୀଷ୍ମଗିରି ଉଚ୍ଚ ବିଦ୍ୟାଳୟରେ ପାଚିକା ସହାୟିକାମାନଙ୍କୁ ରୋଷେଇ ସମୟରେ ସୁରକ୍ଷା

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଭୀଷ୍ମଗିରି ଗ୍ରାମ ସ୍ଥିତ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ଯରତ ପାଚିକା…

ଦୁର୍ଗମ ଗାଁରେ ଉପଜିଲାପାଳଙ୍କ ଗସ୍ତ, ଆଦିବାସୀଙ୍କ ସମସ୍ୟା ଶୁଣିଲେ

ବଞ୍ଚୋ, ୩୧ ଜୁଲାଇ (ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ପନସଡ଼ିହା ପଞ୍ଚାୟତର ଅତି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡ଼ିକୁ ଉପଜିଲାପାଳ ନୀଳମାଧବ ସୁନା, ବିଡିଓ…

ପିକ୍ଅପ  ଧକ୍କାରେ ସାଇକେଲ ଆରୋହୀ ମୃତ:  ମୃତଦେହ ଜବତ

ଦିଗପହଣ୍ଡି,୩୧|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗୋକର୍ଣ୍ଣପୁର ଗ୍ରାମ ଶିବାନନ୍ଦ ଆଶ୍ରମ ନିକଟରେ ଏକ ମହିନ୍ଦ୍ରା ପିକ୍ଅପ…

ସ୍ମାର୍ଟ ସ୍କୁଲରେ ତାଲା, ବାରଣ୍ଡାରେ ପାଠପଢ଼ା

ମୋହନା,୩୦।୭(ମନ୍ମଥ ମିଶ୍ର): ପୂର୍ବ ସରକାରଙ୍କ ୫-ଟି ଯୋଜନାରେ ରୂପାନ୍ତରିତ ସ୍ମାର୍ଟ ସ୍କୁଲ, କିନ୍ତୁ ସ୍ମାର୍ଟ ଶିକ୍ଷା କେବଳ ସରକାରୀ ଦସ୍ତାବିଜରେ ସୀମିତ ରହିଯାଇଛି। ଏଠାରେ ସ୍ମାର୍ଟ କ୍ଲାସରୁମରେ…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri