Posted inରାଜ୍ୟ

ସୁରକ୍ଷା କର୍ମୀ ନାହାନ୍ତି: ଏଟିଏମ୍‌ ପାଲଟିଛି ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟ

ନିରାକାରପୁର,୬ା୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ୭ଟିି ଏଟିଏମ୍‌ କେନ୍ଦ୍ର ରହିଛି । ସେଥିରୁ ମାତ୍ର ଗୋଟିଏ ଏଟିଏମ୍‌ରେ ସୁରକ୍ଷା କର୍ମୀ ଥିବାବେଳେ ଆଉ ୬ଟିରେ କେହିନାହାନ୍ତି । ତେଣୁ ପୂର୍ବରୁ ଏସବୁ ବୁଲା କୁକୁର ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟି ଥିବାବେଳେ ବର୍ତ୍ତମାନ ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଏହି କେନ୍ଦ୍ରଗୁଡ଼ିକରେ ଯେଉଁ ସିସି କ୍ୟାମେରା ବ୍ୟବସ୍ଥା ହୋଇଛି ତାହା ଠିକ୍‌ ଭାବେ କାମ କରୁ ନ ଥିବା ଯୋଗୁ ବିଭିନ୍ନ ସମୟରେ ଚୋରି ଏବଂ ଠକେଇ ଭଳି ବିିଭିନ୍ନ ଘଟଣା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଗଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଗ୍ରୀଷ୍ମ ପ୍ରବାହ ବେଳେ କୁକୁର ଓ ଅନ୍ୟମାନେ ଏଟିଏମ୍‌ ପରିସରରେ ବିଶ୍ରାମ ନେଉଥିବାବେଳେ ଏବେ ଝିପିଝିପ ବର୍ଷା ଯୋଗୁ ଏହା ମାନସିକ ଦିବ୍ୟାଙ୍ଗଙ୍କ ଆଶ୍ରୟସ୍ଥଳ ପାଲଟିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ହେବାମାନେ ଏଟିଏମ୍‌ ମେଶିନ ଉପରେ ନିଜର ଗାମୁଛା ଘୋଡ଼େଇ ଦେବା ସହ ଏଠାରେ ଶୋଇ ପଡ଼ୁଛନ୍ତି। ଭୟରେ ଅନେକେ ଟଙ୍କା ଉଠାଇବାକୁ ସାହସ କରିପାରୁନାହାନ୍ତି। ଏ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।...

କ୍ରୀଡ଼ାମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କଲେ ବିଧାୟକ

ଉମରକୋଟ/ରାଇଘର,୧୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ୩ ଦିନିଆ ନବରଙ୍ଗପୁର ଜିଲା ଗସ୍ତ କରିଛନ୍ତି। ଶନିବାର ସେ ଉମରକୋଟ ଯାଇଥିଲେ। ତେବେ...

ସୁପ୍ରିମକୋର୍ଟ ପରେ ଆଇନଜୀବୀଙ୍କୁ ବିସିଆଇର ଚରମବାଣୀ: ଆନ୍ଦୋଳନ ବନ୍ଦ କର

କଟକ ଅଫିସ,୨୯ା୧୦: ବିଭିନ୍ନ ଦାବିରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏଶନ ଓ ରାଜ୍ୟର ୬୮ଟି ବାର ଆସୋସିଏଶନ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଫଳରେ...

ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ...

ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ...

ଆଜି କ୍ୟାବିନେଟ୍‌, ଆସିବ ୫ ପ୍ରସ୍ତାବ

ଭୁବନେଶ୍ୱର,୨।୩(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ସୋମବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୫ଟା ୩୦ମିନିଟ୍‌ରେ ବସିବାକୁ ଥିବା...

ରାଜ୍ୟରୁ ସୁସ୍ଥ ହେଲେ ୩୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଯାବତ୍‌ ଏହାକୁ ମିଶାଇ ରାଜ୍ୟରେ ୧୨,୮୧,୮୬୬ ଜଣ ସୁସ୍ଥ ହୋଇସାରିଲେଣି।...

ଆଜି ରାଜ୍ୟରୁ ୯ ପଜିଟିଭ୍‌ ଚିହ୍ନଟ, ୧୨,୮୮,୪୧୦ରେ ପହଞ୍ଚିଲାଣି ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୭ା୫(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୪୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

Advertisement
Archives

Model This Week