ପରକୀୟା ପ୍ରୀତି ପାଇଁ ରାଜଧାନୀରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ୱର, ୨୦/୬: ରାଜଧାନୀ ଭୁବନେଶ୍ୱରରେ ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ପ୍ରାଥମିକ ସୂଚନା ଅନୁଯାୟୀ, ମୃତ ବ୍ୟକ୍ତି ଅଭିଯୁକ୍ତଙ୍କ ସ୍ତ୍ରୀଙ୍କ ସହ ପରକୀୟା ସମ୍ପର୍କରେ ସମ୍ପୃକ୍ତ ଥିବା ସନ୍ଦେହରୁ ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଶନିବାର ସକାଳେ ଏହି ବିବାଦ ଉଗ୍ର ରୂପ ନେଇଥିବା ବେଳେ ଅଭିଯୁକ୍ତ ଉତ୍ତେଜିତ ହୋଇ କଟୁରୀରେ ମୃତକଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ମଞ୍ଚେଶ୍ୱର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ହତ୍ୟାରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାର ପ୍ରକୃତ କାରଣ ଏବଂ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି।

ଏହି ହତ୍ୟାକାଣ୍ଡ ପରେ ଗାଡ଼କଣ ଶ୍ରୀ ସାଇ ବିହାର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୟୂରଭଞ୍ଜ ଝିଅ ଆଜି ଦେଶର ସର୍ବୋଚ୍ଚ ଆସନରେ ଅଧିଷ୍ଠିତ’

ବାରିପଦା,୨୦ା୬: ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୟୂରଭଞ୍ଜରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର…

ଆମେରିକାର ଟାର୍ଗେଟରେ କିଏ? ଏହି ଦେଶ ଉପରେ ଆଟାକ୍ ନେଇ ଟ୍ରମ୍ପଙ୍କ ଖୁଲାସା

ଓ୍ବାଶିଂଟନ,୨୦।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଭେନେଜୁଏଲା ଏବଂ ଇରାନ ପରେ କ୍ୟୁବା ମଧ୍ୟ ଆମେରିକାର ରଣନୈତିକ ପ୍ରାଥମିକତା ମଧ୍ୟରୁ ଗୋଟିଏ ହୋଇପାରେ। ଏକ…

ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,…

ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଦେବାକୁ ହେଲେ ଏତିକି ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୨୦।୬: ରେଳ ନିୟମ ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଫଳସ୍ୱରୂପ, ରେଳ ସମ୍ପର୍କିତ ଅପରାଧ ଏବଂ…

ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣେ ଗିରଫ

ମହାକାଳପଡ଼ା, ୨୦।୬( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ପୋଲିସକୁ ଆଉ…

ଆଦିବାସୀଙ୍କ ଧର୍ମପୀଠରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂଜାର୍ଚ୍ଚନା, ରାଷ୍ଟ୍ରପତିଙ୍କ ସହ ଏକାଠି କଲେ ଦର୍ଶନ

ବାରିପଦା, ୨୦।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଦିବାସୀ ସମାଜର ଆସ୍ଥା ଓ ପରମ୍ପରାର ପ୍ରତୀକ ପାହାଡ଼ପୁରସ୍ଥିତ ଗୋଷାଣୀ ପୀଠରେ ପହଞ୍ଚି…

ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାଙ୍କ ସଫଳତା

ପାତ୍ରପୁର/ଦିଗପହଣ୍ଡି, ୧୯।୬ (ଉମା ଚରଣ ନେପାକ/ଅଶେଷ ନାଥ ମିଶ୍ର): କଟକସ୍ଥିତ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କିରୁଗୀ ଓ ଟାଏକୋଣ୍ଡ ପ୍ରତିଯୋଗିତାରେ ସୀମାନ୍ତ ତାରକାମାନେ…

୬୦ ବର୍ଷରେ ସାତଫେରା, ହୋଟେଲ ନୁହେଁ କି ମଣ୍ଡପ ନୁହେଁ, ଏଇଠି ଏହିଦିନ ଗୌରୀଙ୍କୁ ତୃତୀୟ ବିବାହ କରିବେ ଆମିର, ଜାଣନ୍ତୁ ତାରିଖ

ମୁମ୍ବାଇ,୨୦।୬: ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’ ଆମିର ଖାନ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଶିରୋନାମାରେ ଅଛନ୍ତି। ପ୍ରକୃତରେ, ଅଭିନେତା ଏବଂ ତାଙ୍କ ପ୍ରେମିକା ଗୌରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri