ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ‘ଖାଲି ତିଖିରୀ ନା ସବୁ’

ଭୁବନେଶ୍ୱର,୨୦।୬(ସୁନିତ୍‌ ମିଶ୍ର): ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ‘X’ ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁକ୍ରବାର ପ୍ରଦୀପ ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ତିଖିରୀ ଗ୍ରାମପଞ୍ଚାୟତର ସୋସିଆଲ ଅଡିଟ୍‌ କରିବା ପାଇଁ ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କୁଆଡ଼େ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ବାଗତଯୋଗ୍ୟ ପଦକ୍ଷେପ। ମାତ୍ର କେବଳ ତିଖିରୀ ପଞ୍ଚାୟତ ନା ମହାକାଳପଡ଼ା ବ୍ଲକ୍‌ର ସବୁ ପଞ୍ଚାୟତରେ ସୋସିଆଲ ଅଡିଟ୍‌ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ଆହୁରି କହିଛନ୍ତି, ସୋସିଆଲ ଅଡିଟ୍‌ ନିର୍ଦ୍ଦିଷ୍ଟ ଭାବେ ସ୍ଥିରୀକୃତ ପଞ୍ଚାୟତରେ ହେବ ନା ସବୁ ପଞ୍ଚାୟତରେ କରାଯିବ। ଏହା ସେ ଜାଣିନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ପ୍ରଦୀପ ତାଙ୍କ ପୋଷ୍ଟରେ ମୁଖ୍ୟ ଶାସନ ସଚିବ, କେନ୍ଦ୍ରାପଡ଼ା ଜିଲାପାଳ ଏବଂ ପଞ୍ଚାୟତିରାଜ ବିଭାଗର ‘X’ ଆଇଡିକୁ ଟ୍ୟାଗ୍‌ ମାରିଛନ୍ତି। ପ୍ରଦୀପଙ୍କ ପୋଷ୍ଟ ପରେ ତାଙ୍କୁ ଉତ୍ତର ଦେଇ ପଞ୍ଚାୟତିରାଜ ବିଭାଗ ସେହି ସାମାଜିକ ଗଣମାଧ୍ୟମ ଜରିଆରେ ଉତ୍ତର ରଖିଛି ଯେ, ଏମ୍‌ଜିଏନ୍‌ଆର୍‌ଇଜିଏ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତିବର୍ଷ ୨ ଥର ରାଜ୍ୟର ସବୁ ଗ୍ରାମପଞ୍ଚାୟତର ସୋସିଆଲ ଅଡିଟ୍‌ ହୋଇଥାଏ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅକ୍ଟୋବରରୁ ଆରମ୍ଭ ହୋଇ ମାର୍ଚ୍ଚ ଯାଏ ଚାଲିଥାଏ। ସେହି ଅନୁଯାୟୀ, ମହାକାଳପଡ଼ା ବ୍ଲକ୍‌ର ତିଖିରୀ ଗ୍ରାମପଞ୍ଚାୟତରେ ଗତ ମେ ୨ରୁ ଆରମ୍ଭ ହୋଇ ୧୧ ତାରିଖ ମଧ୍ୟରେ ଶେଷ ହୋଇଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୮୯ ଗ୍ରାମପଞ୍ଚାୟତରେ ଅଡିଟ୍‌ ଶେଷ ହୋଇସାରିଲାଣି। ଯାହା ବାକି ଅଛି ସେସବୁ ସ୍ଥାନରେ ଜୁଲାଇ ୧୭ ସୁଦ୍ଧା ଶେଷ ହେବ।
ସୂଚନାଯୋଗ୍ୟ, ନିକଟରେ ସରପଞ୍ଚ ଚାମେଲୀ ଓଝାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତିଖିରୀ ପଞ୍ଚାୟତର ସରପଞ୍ଚ ହେଉଛନ୍ତି ଚାମେଲୀ ଓଝା। ପଞ୍ଚାୟତ ସମସ୍ୟାକୁ ନେଇ ମହାକାଳପଡ଼ା ବିଡିଓ, ସ୍ଥାନୀୟ କେତେଜଣ ରାଜନୈତିକ ବ୍ୟକ୍ତିବିଶେଷ ଏବଂ ପୋଲିସ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଥିବା ଚାମେଲୀ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚାରେ ରହିଛନ୍ତି। ଚାମେଲୀଙ୍କୁ ନେଇ ଚାଲିଥିବା ଖବର ବର୍ତ୍ତମାନ ସବୁ ଗଣମାଧ୍ୟମରେ ଗୁରୁତ୍ୱ ପାଉଛି। ଏଭଳି ସ୍ଥିତିରେ ପ୍ରଦୀପ ଜେନାଙ୍କ ତିଖିରୀ ପଞ୍ଚାୟତ ନେଇ ପ୍ରଶ୍ନ ଅନେକ ଦିଗକୁ ଇଙ୍ଗିତ କରୁଛି। ସୂଚନାଯୋଗ୍ୟ, ନିକଟରେ ପ୍ରଦୀପ ଜେନା ଓଇଆର୍‌ସି(ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରି କମିଶନ) ଅଧ୍ୟକ୍ଷ ପଦରୁ ବ୍ୟକ୍ତିଗତ ସମସ୍ୟା ଥିବା ଦର୍ଶାଇ ଇସ୍ତଫା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ:ରୋଗୀଙ୍କ ଚିକିତ୍ସାରେ ବାଧା

ବାଲିଗୁଡ଼ା, ୧୯/୯ (ସଞ୍ଜୟ କୁମାର ପାଣିଗ୍ରାହୀ): ପୂଜା, ପର୍ବପର୍ବାଣି ଓ ବିଭିନ୍ନ ଉତ୍ସବ ଅବସରରେ ଡିଜେ ସାଉଣ୍ଡର ଅତ୍ୟଧିକ ବ୍ୟବହାର ଏବେ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର…

ବଟେଶ୍ୱର ବେଳାଭୂମିରେ ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର

ଗଞ୍ଜାମ, ୧୯/୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆଗଡ଼ସ୍ଥିତ ବଟେଶ୍ୱର ବେଳାଭୂମିଠାରେ ଶନିବାର ‘ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?