ସୁବିଧା ଦେଇଛି ଲକ୍‌ଡାଉନ୍‌:ଭିତରକନିକାରେ ବଢୁଛି ବେଆଇନ କାର୍ଯ୍ୟ

କେନ୍ଦ୍ରାପଡ଼ା ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ପାଇଁ ସାରାଦେଶରେ ତାଲା ବନ୍ଦ ହୋଇଛି। ଯାତାୟାତ ଠପ ହୋଇଥିବାରୁ ଜାତୀୟ ଉଦ୍ୟାନ ଭିତରକନିକାକୁ ପର୍ଯ୍ୟଟକ ଆସୁନାହାନ୍ତି। ସେହିପରି ତାଲାବନ୍ଦ ଯୋଗୁ ଆଖପାଖ ଅଞ୍ଚଳବାସୀ ଘରେ ଆବଦ୍ଧ ଅଛନ୍ତି। ଏହାର ସୁବିଧା ଏବେ କେତେକ ଦୁର୍ବୃତ୍ତ ନେଉଥିବା ଜଣାପଡ଼ିଛି। ଜାତୀୟ ଉଦ୍ୟାନ ଭିତରକନିକା ନିଷିଦ୍ଧାଞ୍ଚଳ ହୋଇଥିଲେ ମଧ୍ୟ ଅବାଧରେ ଅନୈତିକ କାର୍ଯ୍ୟ ଚାଲୁଥିବା ଜଣାପଡ଼ିଛି। ଭିତରକନିକା ବନାଞ୍ଚଳରୁ ହରିଣ ଶିକାର କରିଥିବା ଅଭିଯୋଗରେ ଗୁପ୍ତି ଗ୍ରାମର ପତିତପାବନ ଦାସ ଓ ଦୀନବନ୍ଧୁ ଦାସଙ୍କୁ କେନ୍ଦ୍ରାପଡା ଜିଲା ରାଜନଗର ରେଞ୍ଜ ଅଫିସର ସୁଜିତ ସାହୁ ଓ ବନ ବିଭାଗ କର୍ମଚାରୀ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତାଙ୍କ ନିକଟରୁ ୪୦ କି.ଗ୍ରା. ହରିଣ ମାଂସ ଜବତ ହୋଇଛି। ସେହିପରି ମାର୍ଚ୍ଚ ୨୫ ତାରିଖରେ ଏହି ନିଷିଦ୍ଧାଞ୍ଚଳରେ ଅଗ୍ନିକାଣ୍ଡ ଘଟି ହଜାରରୁ ଅଧିକ ଗଛ ପୋଡିଯାଇଛି। ଏ ସମ୍ପର୍କରେ ବନବିଭାଗ ପକ୍ଷରୁ ତଦନ୍ତ କରାଯିବା ପରେ ମହୁ ସଂଗ୍ରହ ସମୟରେ ଦୁର୍ବୃତ୍ତମାନେ ଅଗ୍ନିର ସାହାରା ନେଇଥିବା ପ୍ରକାଶ କରିଛନ୍ତି। ତାଲାବନ୍ଦ ସମୟରେ ଭିତରକନିକା ନିଷିଦ୍ଧାଞ୍ଚଳରେ ପଶୁପକ୍ଷୀ ଶିକାର, ମହୁ ସଂଗ୍ରହ ସହିତ ବେଆଇନ କାଠ, କୋଇଲା ଚାଲାଣ, ଚିଙ୍ଗୁଡ଼ି ଚାଷ ସହିତ ଅବୈଧ ଭାବରେ ବସତି ଆରମ୍ଭ ହୋଇଥିବା ବହୁ ପରିବେଶବିତ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପରିବେଶବିତ୍‌ ହେମନ୍ତ କୁମାର ରାଉତ କୁହନ୍ତି, ଜାତୀୟ ଉଦ୍ୟାନ ଭିତରକନିକାର ଜୈବବିବିଧତା, ଲୁଣା କୁମ୍ଭୀର, ବିରଳ ପଶୁପକ୍ଷୀଙ୍କ ସମାହାର, ବିରଳ ଅଲିଭ ରିଡ୍‌ଲେଙ୍କ ପ୍ରଜନନ ସ୍ଥଳ ଆଦି ପାଇଁ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହାର ରକ୍ଷଣାବେକ୍ଷଣ ଦ୍ୱାରା ସୁନାମି, ଝଡ଼ବାତ୍ୟା ଆଦି ପ୍ରାକୃତିକ ବିପର୍ଯୟରୁ ରକ୍ଷା ମିଳିବ। ତେବେ କେତେଜଣ ଦୁର୍ବୃତ୍ତଙ୍କ ପାଇଁ ଏହା ଏବେ ବିପଦରେ ପଡିଛି। ଶିକାରୀମାନେ ଏଠାରେ ହରିଣ, କୁଟ୍ରା ଆଦି ବନ୍ୟଜୀବ ଓ ପକ୍ଷୀଙ୍କୁ ଶିକାର କରୁଥିବା ବେଳେ ଜଙ୍ଗଲଜମିରୁ ଅବାଧରେ କାଠ କାଟି ନେଉଛନ୍ତି। ସେହିପରି ଗହୀରମଥାକୁ ଆସିଥିବା ଅଲିଭ୍‌ରିଡ୍‌ଲେଙ୍କ ସୁରକ୍ଷା ପାଇଁ ନଭେମ୍ବରରୁ ମେ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବନବିଭାଗ ପକ୍ଷରୁ କଟକଣା ଜାରି ହୋଇଛି। ଗତ ୫ ମାସ ମଧ୍ୟରେ ଏହି କଟକଣା ଉଲ୍ଲଂଘନ କରିବା ଅଭିଯୋଗରେ ୮୩ ବୋଟ୍‌, ଟ୍ରଲର ସମେତ ୪୫୦ରୁ ଅଧିକ ମତ୍ସ୍ୟଜୀବୀ ଗିରଫ ହୋଇଛନ୍ତି। ନିଷିଦ୍ଧାଞ୍ଚଳ ଓ ତାଲାବନ୍ଦର ସୁଯୋଗ ନେଇ ଦୁର୍ବୃତ୍ତମାନେ ଭିତରକନିକା ବନାଞ୍ଚଳରେ ବେଆଇନ କାରବାର ବଢ଼ାଇଥିବା ସେ ମତ ଦେଇଛନ୍ତି। ସେହିପରି ପରିବେଶବିତ୍‌ ଅଶୋକ କୁମାର ସ୍ବାଇଁ କୁହନ୍ତି ଯେ, ଦୁର୍ବୃତ୍ତଙ୍କ ଅବୈଧ କାରବାର ବୃଦ୍ଧି ହେତୁ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ହ୍ରାସ ହେଉଥିବା ବେଳେ ସେମାନେ ବସା ବାନ୍ଧିବା ସ୍ଥାନ ବାରମ୍ବାର ପରିବର୍ତ୍ତନ କରୁଛନ୍ତି। ପ୍ରତିବର୍ଷ ଏଠାରେ ଡଲଫିନଙ୍କ ସଂଖ୍ୟା ହ୍ରାସ ପାଉଛି। ଜଙ୍ଗଲ ଜମିକୁ ଜବରଦଖଲ କରି ବସତି ସ୍ଥାପନ କରୁଛନ୍ତି। ତାଲାବନ୍ଦ ପାଇଁ ଲୋକଙ୍କ ଯାତାୟାତ ବନ୍ଦ ରହୁଥିବାରୁ ଅବୈଧ କାରବାର ପ୍ରତି ନଜର ରହୁନି। ପର୍ଯ୍ୟାପ୍ତ ବନ କର୍ମଚାରୀ ଓ ସ୍ବେଚ୍ଛାସେବୀଙ୍କ ନିଯକ୍ତି ହିଁ ଏହାର ପ୍ରତିକାର ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ବିକାଶ ରଞ୍ଜନ ଦାସ କହିଛନ୍ତି, କର୍ମଚାରୀମାନେ ବନାଞ୍ଚଳରେ ହେଉଥିବା ଅନୁପ୍ରବେଶକୁ ସତର୍କ ଦୃଷ୍ଟି ରଖିଛନ୍ତି। ବିଭିନ୍ନ ସମୟରେ ଅବୈଧ କାରବାରରେ ଲିପ୍ତ ବ୍ୟକ୍ତିମାନଙ୍କୁ ଗିରଫ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri