ସୁବର୍ଣ୍ଣ ଲୋକ ମହୋତ୍ସବ: ଲୋକନୃତ୍ୟର ତାଳରେ ଝୁମିଲେ ଦର୍ଶକ

ସୋନପୁର, ୯।୧(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଚାଲିଥିବା ସୁବର୍ଣ୍ଣ ଲୋକ ମହୋତ୍ସବର ବୁଧବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଗାନ୍ଧୀ ପଡିଆସ୍ଥିତ ଫକୀର ପଟ୍ଟନାୟକ ମୁକ୍ତମଞ୍ଚରେ ଏହି ମହୋତ୍ସବ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ସୁବର୍ଣ୍ଣପୁର ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରୀଙ୍କ ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ ସନ୍ଧ୍ୟା। ଏହା ପରେ ଓଡିଶୀ ନୃତ୍ୟାଙ୍ଗନା ଅନୁଷ୍ଠାନ ଭୁବନେଶ୍ୱରର ଦଶ ମହାବିଦ୍ୟା ଦୁର୍ଗାସ୍ତୁତି ନୃତ୍ୟ, ଉତ୍ତରପ୍ରଦେଶ ମଥୁରା ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ, ବିନିକାର ରୁମକୁ ଝୁମାନାର ଭମରାରୀ ନୃତ୍ୟ, ଆସାମର ବିହୁ, ପଶ୍ଚିମବଙ୍ଗ ପୁରୁଲିଆର ଛଉ, ସମ୍ବଲପୁର ରଙ୍ଗ ଫରୁଆର କଳାକାରଙ୍କ ସମ୍ବଲପୁରୀ ନୃତ୍ୟ, ହରିଆନାର ହରିଆନା ଡ୍ୟାନ୍ସ ଗ୍ରୁପ୍‌, ଫୁଲବାଣୀର ନଟରାଜ କଳାପରିଷଦର ଓଡିଶୀ ଓ ବରଗଡ କଳାଜୀବୀ ଅନୁଷ୍ଠାନର କଳାକାରଙ୍କ ସମ୍ବଲପୁରୀ ଲୋକନୃତ୍ୟ ଓ ବାଦ୍ୟର ତାଳରେ ଦର୍ଶକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଝୁମିଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ସନ୍ଧ୍ୟାରେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଜିଲା ପରିଷଦ ଅଧ୍ୟକ୍ଷ ଉଷା କୁମାରୀ। କୁମାରୀ ତାଙ୍କ ବକ୍ତବ୍ୟରେ ସୁବର୍ଣ୍ଣପୁର ଜିଲାର କଳା, ସଂସ୍କୃତି ଓ ପରମ୍ପରାର ଉଚ୍ଚ ପ୍ରଶଂସା କରିଥିଲେ। ସେ କହିଥିଲେ ଜିଲାର କୃତି ପ୍ରତିଭା ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରଶଂସିତ ହୋଇ ପାରିଛନ୍ତି। ସଂସ୍କୃତି ଓ କଳାରେ ଏହି ଜିଲା ବେଶ ସମୃଦ୍ଧ। ସମସ୍ତଙ୍କ ସହଯୋଗରେ ହିଁ ଜିଲାର ବିକାଶମୂୂଳକ କାର୍ଯ୍ୟକ୍ରମ ତ୍ୱରାନ୍ବିତ ହୋଇପାରିବ। ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦିକିନୀ ନାଗ, ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିତାଲି ମହାକୁର, ବିନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ ନନ୍ଦ ଓ ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ମକରଧ୍ୱଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିବୃନ୍ଦ ସେମାନଙ୍କ ବକ୍ତବ୍ୟରେ ମିଳିମିଶି ଜିଲାର ପ୍ରଗତିକୁ ଆହୁରି ଆଗକୁ ନେବାକୁ ଆହ୍ବାନ ଦେଇଥିଲେ। ଅତିରିକ୍ତ ଜିଲାପାଳ ପଣ୍ଡା ତାଙ୍କ ବକ୍ତବ୍ୟରେ କହିଥିଲେ ଯେଉଁ ଜାତିର ଐତିହ୍ୟ, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା ଯେତେ ସମୃଦ୍ଧ, ସେ ଜାତି ସେତେ ସମ୍ପନ୍ନ। ଆମର ସଂସ୍କୃତି ମହାନ। ଏହି ସଂସ୍କୃତିକୁ କାହାରି ଉପରେ ଥୋପି ଦିଆ ଯାଏନି ବୋଲି ସେ କହିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ସଡକ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଜନ୍ତୁ ପାଦ ଚିହ୍ନ ଠାବ ଘଟଣା: ବନ ବିଭାଗର ତଦନ୍ତ ଆରମ୍ଭ

ମହାକାଳପଡା, ୨୫ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରାମନଗର ପଞ୍ଚାୟତସ୍ଥିତ କାଜୁ ଫାର୍ମ ସମ୍ମୁଖ ରାସ୍ତାରେ ଅଜଣା ଜନ୍ତୁର ପାଦ ଚିହ୍ନ...

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର କୁପ୍ରଭାବ ଯୋଗୁ ସଙ୍କଟରେ ସୁନ୍ଦରଗଡ଼ ଜିଲାର ଷ୍ଟିଲ୍‌ ଶିଳ୍ପ

ରାଉରକେଲା ଅଫିସ, ୧୩।୨-ଷ୍ଟିଲ ଉତ୍ପାଦନ କରୁଥିବା ସହର ଭାବେ ରାଉରକେଲା ବେଶ୍‌ ପରିଚିତ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲାରେ ଛୋଟବଡ଼ ଷ୍ଟିଲ ଶିଳ୍ପ କାରଖାନା ଗଢିଉଠିଛି।...

ଜମା ଟଙ୍କା ମାଗିବାରୁ ମହିଳାଙ୍କୁ ଦୁର୍ବ୍ୟବହାର

ବନ୍ତ,୧୩।୧୧(ଡି.ଏନ.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ବସନ୍ତିଆ ସବ୍‌ପୋଷ୍ଟ ଅଫିସ କର୍ମଚାରୀ ତଥା ଆପଣ୍ଡା ଗ୍ରାମର ଜଣେ ବ୍ୟକ୍ତିଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ଥାନା...

ସହଯୋଗ ବାହାନାରେ ଏଟିଏମ୍‌ରେ ଠକେଇ

ଭଞ୍ଜନଗର,୩୦।୮(ଡି.ଏନ.ଏ)- ଟଙ୍କା ଉଠାଇବାରେ ସହଯୋଗ କରିବା ବାହାନାରେ ଜଣେ ମହିଳାଙ୍କ ଆକାଉଣ୍ଟରୁ ୨୧ ହଜାର ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏଥିସହ ମହିଳାଙ୍କ ଏଟିଏମ୍‌ କାର୍ଡ଼ଟି...

ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ...

ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା...

ବଡପୁଅ ଆକ୍ରମଣରେ ବାପା,୩ ଭାଇ ଆହତ

ବୁଗୁଡା,୧୩ା୫(ଡି.ଏନ.ଏ.)-ବୁଗୁଡା ଥାନା ଚିରିକିପଡା ଗ୍ରାମରେ ଜମିବାଡିକୁ କେନ୍ଦ୍ରକରି ଗୋଟିଏ ପରିବାରର ବଡପୁଅର ଆକ୍ରମଣରେ ବାପା ଏବଂ ୩ ଭାଇ ଆହତ ହୋଇଛନ୍ତି। ଆହତମାନେ ହେଲେ ବାପା...

ରଥ ସଂରକ୍ଷଣ ନେଇ କେହି ଆଲୋଚନା କରିନାହାନ୍ତି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୪ା୭: ଗୋବର୍ଦ୍ଧନ ମଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଗୁରୁବାର ଶ୍ରୀମନ୍ଦିର ଦଇତାପତି ସେବକମାନେ ସାକ୍ଷାତ କରିଛନ୍ତି। ଅପରାହ୍ନରେ ଦଇତାପତି ସେବକମାନେ ମଠକୁ ଯାଇ...

Advertisement
Archives

Model This Week