Advertisement

ସୁବର୍ଣ୍ଣରେଖାରେ ବୁଡ଼ି ଜଣେ ମୃତ : ବେଆଇନ ବାଲି ଉତ୍ତୋଳନକୁ ଦାୟୀ କଲେ ଗ୍ରାମବାସୀ

ଜଳେଶ୍ୱର, ୯।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗରପାଟଣାସ୍ଥିତ ବାଲିଉତ୍ସ ଗଭୀର ଗର୍ତ୍ତରେ ବୁଡ଼ି ଜଣକର ମୃତ୍ୟୁ ଘଟିଛି। ମୃତକ ହେଲେ ଜଳେଶ୍ୱର ଥାନା ଶିଖରପୁର ପଞ୍ଚାୟତ ଚକହରି ଗ୍ରାମର ପ୍ରତାପ ସାମଲ(୫୫)। ସେ ମଙ୍ଗଳବାର ପୂର୍ବାହ୍ନ ସମୟରେ ଶୌଚ ହେବା ପାଇଁ ନଦୀକୁ ଯାଇଥିବା ବେଳେ ତାଙ୍କର ଗୋଡ଼ ଖସିଯାଇଥିଲା। ସେ ପାଣିରେ ବୁଡ଼ି ଯାଇଥିଲେ। ନଦୀ କୂଳରେ ଥିବା ଲୋକେ ଦେଖି ଜଳେଶ୍ୱର ଥାନା ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ଜଳେଶ୍ୱର ଥାନା ପୋଲିସ ଓ ଦମକଳ ବିଭାଗର କର୍ମଚାରୀମାନେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଜାଖୋଜି କରି ପ୍ରତାପଙ୍କ କୌଣସି ପତ୍ତା ପାଇ ନ ଥିଲେ। ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚତ୍ ପ୍ରତାପଙ୍କ ମୃତଦେହ ନଦୀଗର୍ଭରୁ ଠାବ କରିଥିଲେ। ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଉକ୍ତ ବାଲି ଉତ୍ସ ରାସ୍ତାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୬/୨୦୧୯) ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ଉଲ୍ଲେଖଯୋଗ୍ୟ ଯେ, ବାଲିଉତ୍ସକୁ ନିଲାମ ନେଇଥିବା ନିଲାମଧାରୀ ବେଆଇନ୍‌ ଭାବେ ଅତ୍ୟାଧୁନିକ ଉଚ୍ଚକ୍ଷମତା ସମ୍ପନ୍ନ ମେଶିନ ସାହାଯ୍ୟରେ ନଦୀଗର୍ଭରୁ ବାଲି ଉତ୍ତୋଳନ କରୁଥିବା ଯୋଗୁ ନଦୀଗର୍ଭରେ ଗଭୀର ଗର୍ତ୍ତ ସୃଷ୍ଟି ହେଉଛି। ଫଳରେ ନଦୀଘାଟକୁ ଯାଉଥିବା ନିରୀହ ଲୋକ ଉକ୍ତ ଗର୍ତ୍ତରେ ପଡ଼ି ମୃତ୍ୟୁମୁଖରେ ପଡୁଛନ୍ତି। ଏଥିପ୍ରତି ଦୃଷ୍ଟି ଦିଆ ନ ଗଲେ ଏକ ଜନଆନ୍ଦୋଳନ କରାଯିବ ବୋଲି ନଦୀକୂଳିଆବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରଳ ନୀଳରକ୍ତ କଙ୍କଡ଼ାଙ୍କ ସୁରକ୍ଷା ଚିନ୍ତା

ବାଲେଶ୍ୱର ଅଫିସ, ୧୦।୬-ବିରଳ ନୀଳରକ୍ତ କଙ୍କଡାଙ୍କ ସୁରକ୍ଷା ଏବଂ ଏହି କଙ୍କଡାଙ୍କ ରକ୍ତରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଅନ୍ତର୍ଜାତୀୟ ସ୍ତରରେ ଗବେଷଣା ଜାରି ରହିଛି।...

୩ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ଔପଦା,୧୬।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବନବିଭାଗ ତରଫରୁ ଶୁକ୍ରବାର ବିଳମ୍ବିତ ରାତିରେ ୩ଜଣ ଶିକାରୀଙ୍କୁ ଗିରଫ କରାଯିବା ସହିତ ୨ଟି ଗୁଳି ଭର୍ତ୍ତି ବନ୍ଧୁକ ଜବତ କରାଯାଇଛି।...

ଜିଲାର ଉନ୍ନତି ପାଇଁ ପ୍ରସ୍ତୁତ ହେଲା ଭିଜନ ବାଲେଶ୍ୱର ୨୦୩୦

ବାଲେଶ୍ୱର ଅଫିସ, ୧୨।୬ ବାଲେଶ୍ୱର ସହରସ୍ଥିତ ଟେକ୍‌ନିକାଲ ପଡିଆ ଛକରେ ଥିବା ଏକ ଘରୋଇ ହୋଟେଲ ସମ୍ମିଳନୀ କକ୍ଷରେ ସାମାଜିକ ସଙ୍ଗଠନ ଫ୍ୟୁଚର ବାଲେଶ୍ୱର ପକ୍ଷରୁ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ଅଫିସ, ୧ା୫-ବାଲେଶ୍ବର ସହର ସହଦେବଖୁଣ୍ଟା ଅଞ୍ଚଳରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୧କେଜି ୩୬୦ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହାର ମୂଲ୍ୟ ୧ କୋଟିର...

ଘର ଭିତରକୁ ପଶିବାକୁ ଉଦ୍ୟମ କରୁଛି ଭାଲୁ

ସଜନାଗଡ, ୮।୨(ଡି.ଏନ.ଏ.) ବାଲେଶ୍ୱର ଜିଲା ନୀଳଗିରି କେନ୍ଦୁଖୁଣ୍ଡା ଅଞ୍ଚଳରେ ଏକ ଭାଲୁ ଘରର ଟିଣକୁ ଟାଣି ଭିତରକୁ ପଶିବାକୁ ଚେଷ୍ଟା କରୁଛି। ଶେଷରେ ବିଫଳ ହୋଇ...

ବିଦ୍ୟୁତ୍‌କାଟ ପ୍ରତିବାଦରେ ଧାରଣା

ଜଳେଶ୍ୱର, ୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳର ଶ୍ୟାମନଗର, କାଳିକ, ଖୁଆଡ, କଳମା ଓ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ରାତ୍ରୀ ସମୟରେ ବିଦ୍ୟୁ୍‌ତ୍‌କାଟ ଯୋଗୁ ଅନ୍ଧାର ସୁଯୋଗ ଦେଇ...

ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ: ୧୧ ଆହତ

ଖଇରା, ୧୩ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର-କୁପାରୀ ରାସ୍ତାର ଦାନ୍ତିଆ ଛକ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସେମାନଙ୍କ...

ଜାଲରେ ପଡ଼ିଲା ବିରଳ ପ୍ରଜାତିର ମାଛ

ଭୋଗରାଇ, ୨୫ା୨(ଡି. ଏନ୍‌.ଏ.): ବାଲେଶ୍ୱର ଜିଲା ସୀମାନ୍ତ ଦୀଘା ମତ୍ସ୍ୟ ଅବତରଣ କେନ୍ଦ୍ରକୁ ଶୁକ୍ରବାର ଏକ ବିରଳ ପ୍ରଜାତିର ସାମୁଦ୍ରିକ ମାଛ ବିକ୍ରି ପାଇଁ ଆସିଥିଲା।...

Advertisement
Archives

Model This Week