ସୁବର୍ଣ୍ଣପୁର ଜିଲା ହେଲା କରୋନା ମୁକ୍ତ: ସମସ୍ତ ୨୯ ସଂକ୍ରମିତ ସୁସ୍ଥ

ସୋନପୁର,୧୩।୬(ନି.ପ୍ର.)-ସୁବର୍ଣ୍ଣପୁର ଜିଲାବାସୀଙ୍କ ପାଇଁ ଖୁସି ଖବର । ଏହି ଜିଲା କରୋନା ମୁକ୍ତ ହୋଇଥିବା ଜିଲାପାଳ ମୋନିଷା ବାନାର୍ଜୀ କହିଛନ୍ତି । ଆଇଟିଆଇସ୍ଥିତ ଜିଲା ଅସ୍ଥାୟୀ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଶନିବାର ଡିସ୍‌ଚାର୍ଜ ହୋଇଛନ୍ତି । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି । ବୁଧବାର ସନ୍ଧ୍ୟାରେ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଜିଲାର ସମସ୍ତ ୨୯ ସଂକ୍ରମିତ ସୁସ୍ଥ ହୋଇ ଡିସ୍‌ଚାର୍ଜ ହୋଇଥିବାରୁ କୋଭିଡ ହସ୍ପିଟାଲର ୨୦୦ ଶଯ୍ୟା ଏବେ ଖାଲି ପଡିଛି ।
ଏହି ଜିଲାରେ ମେ ୨୬ ତାରିଖରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧରେ ୨୬ ବର୍ଷୀୟ ଯୁବକଙ୍କ ସ୍ବାବ୍‌ ରିପୋର୍ଟ ପଜିଟିଭ୍‌ ଆସିଥିଲା । ଗୋଟିଏ ଦିନ ପରେ ୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ଏହାର ଏକ ସପ୍ତାହ ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ରେ ପହଞ୍ଚତ୍ ଥିଲା । ଆକ୍ରାନ୍ତଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକଙ୍କ ସହିତ ଡାକ୍ତର, ଅଙ୍ଗନଓ୍ବାଡି କର୍ମୀ ଓ ସ୍ବାସ୍ଥ୍ୟକେନ୍ଦ୍ରର କର୍ମଚାରୀ ବି ଥିଲେ । ଯାହାକି ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ତେବେ ସମସ୍ତ ଆକ୍ରାନ୍ତ ଜିଲା କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ଖୁସି ଖବର ବୋଲି କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଦିଲୀପ କୁମାର ପଣ୍ଡା । ଜିଲା କରୋନା ମୁକ୍ତ ହୋଇ ଥିବାରୁ କୋଭିଡ ହସ୍ପିଟାଲର ପ୍ରାଧିକୃତ ଅଧିକାରୀ, ପ୍ରଶାସନିକ ଅଧିକାରୀ, ବିଶେଷଜ୍ଞ, ସ୍ବାସ୍ଥ୍ୟ ବିଭାଗର ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟମାନଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଛି । ଏବେ ଜିଲାବାସୀ ଭୟଭୀତ ନ ହୋଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରିଟର୍ନସ୍‌: ରେଷ୍ଟୁରାଣ୍ଟ୍‌-ସିନେମା ହଲ ଉପରେ ବଢ଼ିଲା କଟକଣା

ମୁମ୍ବାଇ,୧୬।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ସ୍ଥିତ ବେକାବୁ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ...

ଚିନ୍ତା ବଢାଉଛନ୍ତି ଲକ୍ଷଣ ନ ଥିବା କରୋନା ସଂକ୍ରମିତ

ଝାନ୍ସି,୨।୫: ଉତ୍ତରପ୍ରଦେଶ ଝାନ୍ସିର ଓରଛା ଗେଟ ଅଞ୍ଚଳରେ କରୋନା ଭାଇରସ ସଂକ୍ରମଣକୁ ଦେଖି ଏହାକୁ ହଟ୍‌ସ୍ପଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏବେ ଏଠାରେ ସାମ୍ନାକୁ...

୧ ହଜାର ତଳକୁ ଖସିଲା ସଂକ୍ରମଣ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୧।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ଦୀର୍ଘ ସାଢ଼େ ୩ମାସ ପରେ ମଙ୍ଗଳବାର ଦୈନିକ ସଂକ୍ରମଣ ଏକ ହଜାର ତଳକୁ ଖସିଛି।...

ଲକ୍‌ଡାଉନ୍‌ ଶେଷ ପରେ ପୁରୁଷୋତ୍ତମପୁରକୁ ଫେରିବେ ୧୫,୩୦୦ ଲୋକ: ୧୨୩ କ୍ୱାରାଣ୍ଟାଇନ୍‌ ସେଣ୍ଟର ପ୍ରସ୍ତୁତ: ତଦାରଖ କଲେ ଉପଜିଲାପାଳ

ପୁରୁଷୋତ୍ତମପୁର,୨୬ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଏବଂ ଏନ୍‌ଏସିକୁ ରାଜ୍ୟ ଓ ଜିଲା ବାହାରୁ ଆସିବାକୁ ଥିବା ଲୋକଙ୍କ ଆକଳନକୁ ଲକ୍ଷ୍ୟ ରଖି ପ୍ରଶାସନ...

ରାଜଧାନୀ ପରେ ଏବେ ମୁମ୍ବାଇରେ ହାରୁଛି କରୋନା

ନୂଆଦିଲ୍ଲୀ, ୨୯।୭: ଭାରତରେ କରୋନା ମହାମାରୀ ଆତଙ୍କ ଦେଖାଦେଇଛି। ପୂର୍ବରୁ ଦିଲ୍ଲୀରେ କରୋନା ସଂକ୍ରମଣ ଧୀରେଧୀରେ କମୁଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏବେ...

ବାହକ ହୋଇପାରେ ମୋବାଇଲ ଫୋନ୍‌

ନୂଆଦିଲ୍ଲୀ,୧୬ା୫(ପି.ଟି.): ମୋବାଇଲ ଫୋନ୍‌ କରୋନା ଭୂତାଣୁର ବାହକ ହେବାର ସମ୍ଭାବନା ରହୁଥିବା ରାୟପୁର ଏମ୍ସର ଡାକ୍ତରମାନେ ସତର୍କ କରାଇଦେଇଛନ୍ତି। ଏହା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସକ୍ରମିତ କରିବା...

କରୋନା ଆକ୍ରାନ୍ତ ଚିହ୍ନଟ ପରେ ମଲ୍ଲିକପଡି ଗ୍ରାମ କଣ୍ଟେନମେଣ୍ଟ ଜୋନ

ଜି ଉଦୟଗିରି, ୨୪।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି ଉଦୟଗିରି ବ୍ଲକ ମଲ୍ଲିକପଡ଼ି ପଞ୍ଚାୟତ ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଉକ୍ତ ପଞ୍ଚାୟତର ମଲ୍ଲିକପଡ଼ି,...

ଗୋପରେ ନିଜାମୁଦ୍ଦିନରୁ ଫେରନ୍ତା ଚିହ୍ନଟ

ଗୋପ,୧।୪(ଡି.ଏନ୍‌.ଏ.): କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ଚର୍ଚ୍ଚାରେ ରହିଆସୁଥିବା ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କେତେଜଣ ବ୍ୟକ୍ତି ଯୋଗଦେଇଥିଲେ। ଇତିମଧ୍ୟରେ ଗୋପର ୨ଜଣ ବ୍ୟକ୍ତି...

Advertisement
Archives

Model This Week