ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ସୁପ୍ରିମକୋର୍ଟର ଜଣେ କର୍ମଚାରୀ କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ଚିନ୍ତା ବଢି ଯାଇଛି। ଉକ୍ତ କର୍ମଚାରୀ ଜଣକ ଏପ୍ରିଲ ୧୬ରେ କୋର୍ଟ ଆସିଥିବା କୁହାଯାଉଛି। ତେଣୁ ଏହି କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି। ଏହା ବ୍ୟତୀତ ସୁପ୍ରିମକୋର୍ଟର ୨ଜଣ ରେଜିଷ୍ଟ୍ରାରଙ୍କୁ ୩୦ ଏପ୍ରିଲ ପର୍ଯ୍ୟନ୍ତ କ୍ୱାରାଣ୍ଟାଇନକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଦେଶରେ ଲକ୍‌ଡାଉନ ୨.୦ର ଅବଧି ପୂରଣ ହେବାକୁ ଆଉ ମାତ୍ର ୫ ଦିନ ବାକିଥିବା ବେଳେ କରୋନା ସଂକ୍ରମଣ ଉପରେ ଲଗାମ ଲାଗି ପାରି ନ ଥିବାରୁ ଏବେ ଏହାକୁ ନେଇ ଦେଶବାସୀଙ୍କ ଚିନ୍ତା ବଢିବାରେ ଲାଗିଛି। ଦେଶରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ମୁହାଁ ହୋଇଥିବାରୁ ଏହା କି ପରିସ୍ଥିତି ସୃଷ୍ଟି କରିବ ତାକୁ ନେଇ ଚାଲିଛି ଗବେଷଣା।


Enter your email to get our daily news in your inbox.

All Right Reserved By Dharitri.Com

ଧନୀ ଦେଶଗୁଡ଼ିକ କରିସାରିଛନ୍ତି କରୋନା ଟୀକା ବୁକିଂ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୪।୮: କରୋନା ସଂକ୍ରମଣ ନେଇ ପୃଥିବୀରେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସ୍ଥଳେ ବହୁ ଦେଶରେ କରୋନା ପ୍ରତିଷେଧକ ଟୀକା ଟ୍ରାଏଲ୍‌ ଜାରି...

ମହାରାଷ୍ଟ୍ରରୁ ଦିଲ୍ଲୀ ଅଭିମୁଖେ କୃଷକଙ୍କ ପଦଯାତ୍ରା

ମୁମ୍ବାଇ,୨୪।୧: କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ସଂଗଠନର ଆନ୍ଦୋଳନ ଜାରି ରହିଛି। ସାଧାରଣତନ୍ତ୍ର ଦିବସରେ କୃଷକମାନେ ଏକ ଟ୍ରାକ୍ଟର ପରେଡ କରିବା ନେଇ...

ଜାମିନ ପାଇଁ ନିଆରା ସର୍ତ୍ତ: ଦାନ ଦିଅ, ଗଛ ଲଗାଅ

ଭୋପାଳ, ୩୧।୮: ଅପରାଧିଙ୍କୁ ଜାମିନ ଦେବା ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ବାଲିୟର ଖଣ୍ଡପୀଠର ୨ ଜଣ ବିଚାରପତି ଶୀଲ ନାଗୁ ଏବଂ ଆନନ୍ଦ ପାଠକ ଗତ...

ପୁଲଓ୍ବାମା ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୧୪।୭: ଜମ୍ମୁ-କଶ୍ମୀରରେ ଅତଙ୍କବାଦ ବିରୋଧୀ ଅପରେଶନ୍‌ରେ ମିଳିତ ସୁରକ୍ଷା କର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଏନ୍‌କାଉଣ୍ଟରରେ ୩ ଜଣ ଆତଙ୍କବାଦୀଙ୍କ...

ଯୋଗୀ ସରକାରଙ୍କ ଉପରେ ବର୍ଷିଲେ ପ୍ରିୟଙ୍କା

ରାଏବରେଲି,୨୨।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଉତ୍ତର ପ୍ରଦେଶରେ ଅପରାଧ...

ଉତ୍ତର କୋରିଆରେ ହାହାକାର: ସେନା ଶାସକ କହିଲେ ଇତିହାସରେ ସବୁଠାରୁ ବଡ ଚ୍ୟାଲେଞ୍ଜର ସାମ୍ନା କରୁଛି ଦେଶ

ପୋଙ୍ଗୟାଙ୍ଗ,୧୪ ।୫: ଉତ୍ତର କୋରିଆରେ କରୋନା ମହାମାରୀ ପ୍ରବେଶ କରିବା ପରେ ଏବେ ସେଠାରେ ହାହାକାର ଦେଖାଯାଇଛି । ଦେଶରେ ୧୭ ହଜାର ନୂଆ ସଂକ୍ରମିତ...

ନାଂଦେଡରେ ବିଆରଏସର ମେଗା ରାଲି, କେସିଆର କହିଲେ ଦେଶରେ କେବଳ ଭାଷଣ ଦିଆଯାଉଛି

ନାଂଦେଡ,୫ ।୨: ଭାରତୀୟ ରାଷ୍ଟ୍ର ସମିତି(ବିଆରଏସ) ରବିବାର ମହାରାଷ୍ଟ୍ରର ନାଂଦେଡରେ ଏକ ବଡ ରାଲି କରିଛି । ଦଳର ମୁଖ୍ୟ ତଥା ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ...

ଦିଲ୍ଲୀ ନ୍ୟୁ ଅଶୋକ ନଗରରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୯।୭: ଦିଲ୍ଲୀର ନ୍ୟୁ ଅଶୋକ ନଗର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ନ୍ୟୁ ଅଶୋକ ନଗରରେ ଥିବା ଏକ ୪ମହଲା ବିଶିଷ୍ଟ କୋଠାଘରେ...

Advertisement
Archives

Model This Week