‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହା ରିଲିଜର ପ୍ରଥମ ଦିନରେ ୧୨ କୋଟି ରୋଜଗାର କରିଛି, ଯାହା କୌଣସି ବମ୍ପର ଓପନିଂ ଠାରୁ କମ୍‌ ନୁହେଁ। ଏହା ସହ ଅନ୍ୟ କୌଣସି ଫିଲ୍ମ ରିଲିଜ୍‌ ହୋଇ ନ ଥିବାରୁ, ଆସନ୍ତା ଛୁଟିଦିନଗୁଡ଼ିକରେ ଏହା ଭଲ ବ୍ୟବସାୟ କରିବ ବୋଲି ନିର୍ମାତାମାନେ ଆଶା କରୁଛନ୍ତି। ‘ସୁପର-୩୦’ର ବଜେଟ ରହିଛି ୮୫ କୋଟି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ବହଲ। ଫିଲ୍ମରେ ହ୍ରିତିକ୍‌ଙ୍କ ସହ ଅଭିନେତ୍ରୀ ମୃଣାଳ ଠାକୁର ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ ପାଇଁ ସବୁଦିନ ଭାଲେଣ୍ଟାଇନ୍ସ ଡେ’: ଜ୍ୟାଙ୍କଲିନ୍‌-ଅରବିନ୍ଦ

ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରୀର ଏମାନେ ଏକ ଚର୍ଚ୍ଚିତ ଯୋଡ଼ି । ଖୋଲାଖୋଲି ଭାବେ ଭଲ ପାଇଥିଲେ । ବିବାହ ବି କଲେ। ଏବେ ଏକ ସୁନ୍ଦର...

ନାଗଫାଶ’ରୁ ‘ଅଜାତି’ ଯାଏ ଅପରାଜେୟ ବିଜୟ

ବିଜୟ ମହାନ୍ତି। ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିଲାଠୁ ବୟସ୍କଙ୍କ ଯାଏ ତାଙ୍କୁ ଟେଲିଭିଜନ୍‌ରୁ ବଡ଼ ପରଦା ଯେଉଁଥିରେ ଦେଖିଲେ ଚିହିଁକି ଉଠିଥାଆନ୍ତି...

ସମ୍ମୁଖକୁ ଆସିଲା ‘ହିରୋପନ୍ତି-୨’ର ପ୍ରଥମ ଲୁକ୍‌

ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ସଫଳ ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି।...

ଅଡୁଆରେ ଜ୍ୟାକଲିନ

ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ପାଖାପାଖି ୫ ଘଣ୍ଟା ଧରି ପଚରା ଉଚରା କରିଛି । ଦିଲ୍ଲୀରେ...

ସୁଶାନ୍ତଙ୍କ ପୂର୍ବରୁ ଆଦିତ୍ୟଙ୍କୁ ଡେଟ୍‌ କରିଥିଲେ ରିଆ, ପ୍ରତିଶୋଧ ନେବାପାଇଁ…

ବମ୍ବେ: ଦୀର୍ଘ ଏକ ବର୍ଷ ଧରି ବିବାଦରେ ଫସି ରହିଛନ୍ତି ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ। ପ୍ରଥମେ ସୁଶାନ୍ତଙ୍କ ମୃତ୍ୟୁ,...

ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌-ବି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ଦୁର୍ଗାପୂଜାରେ ତିତିଲି

ଏଥର ଦୁର୍ଗାପୂଜାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ତିତିଲି’। ଏ ସମ୍ପର୍କରେ ନିକଟରେ ପ୍ରଯୋଜନା ସଂସ୍ଥା ଅଞ୍ଜନେୟ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ପ୍ରଡକସନ ପକ୍ଷରୁ ସୂଚନା...

୨୦୨୨ରେ ଗୋଟିଏ ଫିଲ୍ମରେ ହେବ ୩ ଷ୍ଟାର କିଡଙ୍କ ଡେବ୍ୟୁ

ମୁମ୍ବାଇ: ଗତ ବର୍ଷ ଅର୍ଥାତ୍ ୨୦୨୧ ଚଳଚ୍ଚିତ୍ର ଜଗତ ପାଇଁ ଏତେଟା ଭଲ ନ ଥିଲା । ବର୍ଷର ଶେଷ ବେଳକୁ ସିନେମା ହଲ୍ ଗୁଡିକ...

Advertisement
Archives

Model This Week