ସୁପରବୟ

ନୂଆ ଓଡ଼ିଆ ସିନେମା ‘ସୁପରବୟ’ ରିଲିଜ ଅପେକ୍ଷାରେ ରହିଛି। ଏକ ସସ୍‌ପେନ୍ସ କାହାଣୀକୁ ଆଧାର କରି ଫିଲ୍ମଟି ନିର୍ମିତ ହୋଇଛି। ଜଣେ ଯୁବକ କିପରି ସୁପର ପାଓ୍ବାରର ଅଧିକାରୀ ହୋଇଛି ଏବଂ ତା’ ଦ୍ୱାରା ସେ କ’ଣ କରିପାରୁଛି ସେକଥା ସିନେମାରେ ଦେଖିବାକୁ ମିଳିବ। ଫିଲ୍ମର ଟାଇଟଲ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଜ୍ୟୋତି ନାୟକ। ତାଙ୍କର ନାୟିକା ସାଜିଛନ୍ତି ଓଡ଼ିଆ ସିନେମାର ଗ୍ଲାମର କୁଇନ୍‌ ଭାବରେ ପରିଚିତା ତମନ୍ନା। ଅନ୍ୟପକ୍ଷରେ ତମନ୍ନା ୟା ଭିତରେ ବେଶ୍‌ କେତୋଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭାଇନା କ’ଣ କଲା ସେ’ରେ ସଂଯୋଜିତ ‘ଚାଲ କରିବା ଠିଆପାଲା’ ଗୀତଟି ତାଙ୍କୁ ଦର୍ଶକଙ୍କ ନିକଟରେ ଆହୁରି ପରିଚିତ କରାଇପାରିଥିଲା। ‘ଏଥିରେ ମୋ ଭୂମିକାଟି ହେଲା ତାନିୟା। ସେ ଜଣେ ସୁଇଟ୍‌ ଆଉ ଇନୋସେଣ୍ଟ ଗର୍ଲ। ନିଜ ମନର ମଣିଷକୁ ଖୋଜୁ ଖୋଜୁ ସେ ପ୍ରେମ୍‌ ନାମକ ଜଣେ ଯୁବକ ସଂସ୍ପର୍ଶରେ ଆସିଛି, ଯିଏ ସୁପର ପାଓ୍ବାରର ଅଧିକାରୀ। ହେଲେ ସେହି ପାଓ୍ବାରଟି କ’ଣ ତାହା ସିନେମା ଦେଖିଲେ ହିଁ ଜାଣିପାରିବେ। ଏହି ଫିଲ୍ମରେ ମୋତେ ମିଳିଥିବା ଭୂମିକାରେ ଏପରି ମସଲା ରହିଛି ଯାହା ଦର୍ଶକଙ୍କୁ ଫୁଲ୍‌ ଏଣ୍ଟରଟେନମେଣ୍ଟ କରିବ ବୋଲି କହନ୍ତି ତମନ୍ନା।’ ଖାସ୍‌ କଥା ହେଲା ଏହି ଫିଲ୍ମରେ ଶୁଭାଶିଷ ଶର୍ମା (ମଣ୍ଟୁ) ନେଗେଟିଭ ରୋଲ୍‌ରେ ଅଭିନୟ କରୁଛନ୍ତି। ସାଇ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ଦକ୍ଷିଣ ଭାରତୀୟ ପ୍ରଯୋଜକ କେ. ଆନୀଷ। ଅପରପକ୍ଷରେ ଏହି ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ସେ ଦେଉଛନ୍ତି। ଚଳଚ୍ଚିତ୍ରର ସଂଳାପ ଲେଖିଛନ୍ତି ଡ. ଦୀପକ ଜେନା। ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବୈଦ୍ୟନାଥ ଦାଶ।


Enter your email to get our daily news in your inbox.

All Right Reserved By Dharitri.Com

ଆମିରଙ୍କ ପ୍ରେମରେ ଆମେରିକା

ମୁମ୍ବାଇ: ଏବେ ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଚାଲିଛି। କରୋନା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଆମେରିକା। ଏଠାରେ ଏଯାବତ୍‌ ୧୧ଲକ୍ଷରୁ ଅଧିକ...

କେମିତି ହେଲା ବଲିଉଡ୍‌ ଏଣ୍ଟ୍ରି

ଶତ୍ରୁଘ୍ନ ସିହ୍ନାଙ୍କ ଝିଅ ସୋନାକ୍ଷୀଙ୍କୁ ପ୍ରଥମେ ବ୍ରେକ୍‌ ମିଳିଥିଲା ‘ଦବଙ୍ଗ’ରେ। ଏହି ଫିଲ୍ମର ନାୟକ ଥିଲେ ସଲମାନ ଖଁା ଏବଂ ଚିତ୍ରଟି ହିଟ୍‌ ହୋଇଥିଲା। ହେଲେ...

ମଧୁବାଲାଙ୍କ ଉପରେ ବାୟୋପିକ୍‌ ନିର୍ମାଣ କରିବେ ଇମ୍‌ତିଆଜ୍‌ ଅଲ୍ଲୀ

ବମ୍ବେ: ବେଗମ୍‌ ମୁମତାଜ ଜେହାନ ଦେହଲବୀ ଓରଫ ମଧୁବାଲାଙ୍କ ଜୀବନକାହାଣୀ ଉପରେ ନିର୍ମିତ ହେବ ବାୟୋପିକ୍‌। ଲୋକପ୍ରିୟ ଫିଲ୍ମ ନିର୍ମାତା ଇମ୍‌ତିଆଜ ଅଲ୍ଲୀ ଏହାକୁ ନିର୍ମାଣ...

ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ...

ଆଖି ଖାଇପାରେ ଧୋକା: ଅଭିନେତ୍ରୀଙ୍କ ଭଳି ଚେହେରା ପାଇ ଚର୍ଚ୍ଚାରେ ଏସବୁ ଟିକ୍‌ଟକ୍‌ କଳାକାର

ବମ୍ବେ: ଆଜିର ଅତ୍ୟାଧୁନିକ ଯୁଗରେ ଦିନକୁ ଦିନ ବଢ଼ିଚାଲିଛି ସୋସିଆଲ ମିଡିଆର ବ୍ୟବହାର। ଅନେକେ ଏଥିରେ ନିଜର ପ୍ରତିଭା ଦେଖାଇ ରାତାରାତି ପାଲଟି ଯାଉଛନ୍ତି ଷ୍ଟାର।...

‘ବେଲ୍‌ ବଟମ୍‌’ର ଫାଷ୍ଟ ଲୁକ୍‌ ରିଲିଜ୍‌: ଡିଫରେଣ୍ଟ ଲୁକ୍‌ରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ବକ୍ସ ଅଫିସ୍‌ରେ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ଦେଇଆସୁଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ବକ୍ସ ଅଫିସରେ ଫିଲ୍ମ ହାଉସ୍‌ଫୁଲ-୪...

୧୫ ବର୍ଷର କ୍ୟାରିୟର ଭିତରେ ପ୍ରଥମ ଥର ମହାନାୟକଙ୍କ ସହ କାମ କରିବେ ଇମ୍ରାନ୍‌: ଆସିଲା ଫାଷ୍ଟ ଲୁକ୍‌

ମୁମ୍ବାଇ: କିସିଂ ବୟ ଇମ୍ରାନ ହାସ୍‌ମି ପ୍ରଥମ ଥର ଲାଗି ନିଜ କ୍ୟାରିୟରରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନଙ୍କ ସହ କାମ କରିବାକୁ ଯାଉଛନ୍ତି। ଫିଲ୍ମ...

ଲୁଙ୍ଗି ପିନ୍ଧି ପରଦାକୁ ଆସିବେ ଖିଲାଡି କୁମାର

ବଲିଉଡରେ ଆଜିକାଲି ଅକ୍ଷୟ କୁମାରଙ୍କ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପର୍‌ହିଟ୍‌ ଫିଲ୍ମ ଦେଇଚାଲିଥିବା ଅକ୍ଷୟ ନିଜ ଆଗାମୀ ସିନେମା ‘ବଚନ୍‌ ପାଣ୍ଡେ’ରେ ଏକ...

Coronavirus Update


Archives

Model This Week

Why Dharitri