ସୁନ୍ଦର ଧାରା ଖଣ୍ଡାଧାର

କେନ୍ଦୁଝର, ୧୬ା୧ (ସ୍ବ.ପ୍ର.)-କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲା ସୀମାନ୍ତରେ ରହିଛି ମାଲାଙ୍ଗଟୋଲି ପର୍ବତମାଳା । ଏହି ପର୍ବତମାଳାରେ ଉଚ୍ଚ ମାନର ଖଣିଜସମ୍ପଦ ଗଚ୍ଛିତ ଥିବାବେଳେ ଏହା ହେଉଛି ପ୍ରକୃତିର ଗନ୍ତାଘର । ଏହି ପାହାଡ଼ରେ ରହିଛି ଏକାଧିକ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ । ତନ୍ମଧ୍ୟରୁ କାଦକଳା ଗ୍ରାମ ନିକଟରେ ଥିବା ଖଣ୍ଡାଧାର ଜଳପ୍ରପାତ ଅନ୍ୟତମ ପର୍ଯ୍ୟଟନ କେନ୍ଦ୍ର । ଏହାର ପ୍ରାକୃତିକ ସବୁଜିମା ଓ ସୁଉଚ୍ଚ ଜଳପ୍ରପାତ ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିସାରିଛି ।
କେନ୍ଦୁଝର ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ କାଦକଳାଠାରେ ଥିବା ଖଣ୍ଡାଧାର ଜଳପ୍ରପାତ ବୁଲିବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଥାଏ । ପ୍ରାୟ ସାତ ଶହ ଫୁଟ ଉପରୁ ଲମ୍ଫ ପ୍ରଦାନ କରୁଥିବା ଜଳରାଶି ତଳେ ପାହାଡ଼ କାନ୍ଥ ଓ ପଥରରେ ପିଟିହୋଇ ବିଛୁରିତ ହୋଇ କୁହୁଡିଆ ପରିବେଶ ସୃଷ୍ଟି କରିଥାଏ । ଏହି ଜଳରାଶି ଉପରେ ସୂର୍ଯ୍ୟଙ୍କ ତୀର୍ଯ୍ୟକ କିରଣ ପଡିଲେ ଭାସମାନ ଇନ୍ଦ୍ରଧନୁର ମନୋରମ ଦୃଶ୍ୟ ରୋମାଞ୍ଚକର। ବିଶେଷ କରି ଶୀତ ଋତୁରେ ଜିଲା ଓ ଜିଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ବୁଲିବା ସହ ଏହି ଜଳପ୍ରପାତରେ ଗାଧୋଇବା, ତଳକୁ ପ୍ରବାହିତ ନଦୀ କୂଳରେ ପିକନିକ କରିବାର ଅନୁଭୂତି ନିଆରା ଅଟେ। ପର୍ଯ୍ୟଟନ ବିଭାଗ, ବନ ବିଭାଗ ତଥା ସ୍ଥାନୀୟ ଲୋକଙ୍କ ସହାୟତାରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବହୁ ବିକାଶମୂଳକ କାର୍ଯ୍ୟ କରାଯାଇଛି । ସୁନ୍ଦରଗଡ ଜିଲାର ଖଣ୍ଡାଧାର ଜଳପ୍ରପାତ ଭଳି ଏହି ଜଳପ୍ରପାତର ଲୋକଦୃତ ଅଧିକ ରହିଛି। କେନ୍ଦୁଝର ସହର ଠାରୁ ପ୍ରାୟ ୬୦ କି.ମି. ଦୂରରେ ରହିଛି ଏହି ଜଳପ୍ରପାତ। ଭୁବନେଶ୍ୱରରୁ ବସ ଓ ଟ୍ରେନ ଯୋଗେ କେନ୍ଦୁଝରଗଡ଼ରେ ପହଞ୍ଚି ସେଠାରୁ ଗାଡି ଭଡା ନେଇ ଖଣ୍ଡାଧାର ଜଳପ୍ରପାତ ଯାଇପାରିବେ। ସେଠାରେ ରହିଛି ଏକ ଶିବ ମନ୍ଦିର। ଯେଉଁଠି ମକର ସଂକ୍ରାନ୍ତି, ଶିବରାତ୍ରି ଆଦି ସମୟରେ ପୂଜାର୍ଚ୍ଚନା ହୋଇଥାଏ ଏବଂ ମେଳା ବସେ। ଅନେକ ପର୍ଯ୍ୟଟକ କେନ୍ଦୁଝର ସହରରେ ହୋଟେଲ, ପାନ୍ଥଶାଳାରେ ରାତ୍ରିଯାପନ କରି ସକାଳୁ ଉକ୍ତ କେନ୍ଦ୍ରକୁ ଯାଇଥାନ୍ତି। ଜଙ୍ଗଲ ଓ ପାହାଡ଼ ପରିବେଷ୍ଟିତ ଅଙ୍କାବଙ୍କା ରାସ୍ତାରେ ଯିବା ସମୟରେ ସବୁଜ ପରିବେଶ, ପାହାଡିଆ ଝରଣା, ହଳଦି ରଙ୍ଗର ସୋରିଷ ବା ରାଶି ଫୁଲ ତଥା ପାହାଡି ଫୁଲର ନିଆରା ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟକୁ ଉପଭୋଗ କରିବାସହ ଅନେକ ପ୍ରକୃତି ପ୍ରେମୀ ସେଲଫି ଫଟୋ ଉଠାଇବା ସହ କ୍ୟାମେରା ଲେନ୍ସରେ ନିଆରା ଅନୁଭୂତି ଓ ସ୍ମୃତିକୁ ସାଉଁଟି ନେଇ ଫେରନ୍ତି ା
ଖଣ୍ଡାର ଧାର ସଦୃଶ୍ୟ ଜଳରାଶି ସୁଉଚ୍ଚରୁ ତଳକୁ ଖସି ପଡୁଥିବା ଏବଂ ସୂର୍ଯ୍ୟ କିରଣ ପଡି ଜଳଧାର ଚକ୍‌ ଚକ୍‌ କରୁଥିବାରୁ ଏହାର ନାମକରଣ ଖଣ୍ଡାଧାର ହୋଇଛି ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି ା ଏହି ଜଳପ୍ରପାତ ନାମାନୁସାରେ ଏହି ପାହାଡକୁ ଖଣ୍ଡାଧାର ପାହାଡ ବୋଲି କୁହାଯାଏ। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରାସ୍ତାଘାଟର ବିକାଶ କରାଯାଇଥିଲେ ହେଁ ସେଠାରେ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା କରାଗଲେ ଏହା ଅଧିକ ଲୋକଦ୍ରୁତ ହୋଇ ପାରିବ ା ସେହିପରି ବନ୍ୟପ୍ରାଣୀ ଭୟ ରହୁଥିବାରୁ ସୁରକ୍ଷା ବ୍ୟବସ୍ଥା କରିବା ସହ ଆଲୋକ ବ୍ୟବସ୍ଥା କରିବା ଜରୁରୀ ବୋଲି ପ୍ରକୃତିପ୍ରେମୀ ତଥା ପୂର୍ବତନ ଏମ୍‌ପି ଅନନ୍ତ ନାୟକ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri