ସୁନା ଚେନ୍‌ ଲୁଟ୍‌ ଘଟଣା, ୪ ଗିରଫ: ୬ ସୁନା ଚେନ, ଏକ ଅଟୋ, ବାଇକ୍‌ ଜବତ

ଫୁଲନଖରା,୧୯।୭(ଡି.ଏନ୍‌.ଏ.)- କଟକ ସଦର ପୋଲିସ ଫୁଲନଖରା ଓଭରବ୍ରିଜଠାରୁ ଗୋପାଳପୁର ମଧ୍ୟରେ ନିୟମିତ ରାସ୍ତାରେ ସୁନାଚେନ ଚୋରି କରୁଥିବା ଦୁଇ ଲୁଟେରାଙ୍କୁ ଓ ଚୋରି ସୁନା କିଣୁଥିବା ଦୁଇ ଦୋକାନୀଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିିିଛି। ସେମାନେ ହେଲେ ବାରଙ୍ଗ ଥାନା ଜୟପୁର ସାମଲ ସାହିର ଆଲୋକ ସାମଲ(୨୪), ବିକାଶ ନାୟକ ଓରଫ ଅନୁ(୨୨), ପ୍ରଶାନ୍ତ ନାୟକ ଓରଫ ବାଟୁଆ(୩୭) ଓ ଭଦ୍ରକ ଧାମନଗର ଅଞ୍ଚଳର ଆଶିଷ କୁମାର ସାହୁ(୩୨)। ପୋଲିିସ ସେମାନଙ୍କଠାରୁ ୪୦ଗ୍ରାମ ଓଜନର ୬ଟି ସୁନାଚେନ, ଗୋଟିଏ ଓଡି ୦୫ ଏସି ୫୩୦୦ନଂ ବିଶିଷ୍ଟ ଅଟୋ, ଓଡି ୦୫ଏମ ୭୪୬୩ ନଂ ବିଶିଷ୍ଟ ଏକ କଳାରଙ୍ଗର ପଲସର ବାଇକ ଓ ୩ଟି ମୋବାଇଲ ଫୋନ ଜବତ କରିଛି। ଏ ନେଇ ଥାନାରେ ନଂ ୩୦୪/୨୦୧୯ରେ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ, ଗତ ସୋମବାର ଜଗତ୍‌ସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ତନରା ଗ୍ରାମର ଧ୍ରୁବଚରଣ ଓଝା ନିଜ ସ୍କୁଟିରେ ସ୍ତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ କଟକ ଫେରୁଥିଲେ। ଆଲୋକ ଓ ଅନୁ ପୂର୍ବରୁ ବାଇକରେ ତାଙ୍କର ପିଛାକରି ଫୁଲନଖରା ଛକ ଓଭରବ୍ରିଜ ଉପରୁ ଧ୍ରୁବଙ୍କ ସ୍ତ୍ରୀଙ୍କ ବେକରୁ ସୁନାଚେନ ଝାମ୍ପିବା ପାଇଁ ଉଦ୍ୟମ କରୁଥିବାବେଳେ ସେ ଲୁଟେରାଙ୍କ ଟି-ଶାର୍ଟକୁ ଧରି ଟାଣିଦେଇଥିଲେ। ଫଳରେ ଉଭୟେ ରାସ୍ତାରେ ପଡିଯାଇଥିଲେ। ଏହି ସମୟରେ ଦମ୍ପତିଜଣଙ୍କ ପାଟିକରିବାରୁ ଲୁଟେରାଦ୍ୱୟ ଚେନ ଲୁଟି ବ୍ରିଜ ଉପରୁ ତଳକୁ ଡେଇଁ ପଡିଥିଲେ। ସେଠାରୁ ଆଲୋକ ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଲୋକେ ଅନକୁ କାବୁ କରି ପୋଲିସକୁୁ ଖବର ଦେଇଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ଅନୁକୁ ଥାନାକୁ ନେଇ ପଚରାଉୁଚରା କରିବା ପରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗୁରୁବାର ଧରିବାରେ ସକ୍ଷମ ହୋଇପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟ ୨୧ରେ ‘ଏଇ ରାଖୀ ତୋ ରକ୍ଷାକବଚ’

ଭୁବନେଶ୍ୱର,୧୨।୮:ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଚ୍ୟାନେଲ ଜୀ ସାର୍ଥକର ‘ଜୀ ସାର୍ଥକ ଫିଲ୍ମସ’ରେ ରାଖୀ ପୂର୍ଣ୍ଣିମା ଅବସରରେ ନୂଆ ସିନେମା ‘ଏଇ ରାଖୀ ତୋ ରକ୍ଷା...

୨୨ ବର୍ଷ ତଳର କଷ୍ଟ ପ୍ରତ୍ୟେକ ଦିନ ଭୋଗିଛି

ଭୁବନେଶ୍ୱର,୨୨।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ପୋଲିସ ଦିର୍ଘ ୨୨ ବର୍ଷ ପରେ ସୋମବାର ଧରିବାରେ ସଫଳ...

ଆଦିତ୍ୟ ମୃତ୍ୟୁ ମାମଲାରୁ ରହସ୍ୟ ହଟୁନି: ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ ଆଦିତ୍ୟ

ଭୁବନେଶ୍ୱର,୨୪।୭ (ବ୍ୟୁରୋ): ସାମାଜିକ କର୍ମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣାକୁ ଇତିମଧ୍ୟରେ ୧୭ଦିନ ବିତିଥିଲେ ମଧ୍ୟ ଏଯାଏ ରହସ୍ୟ ହଟୁନି। ଲିଙ୍ଗରାଜ ରେଳ ଷ୍ଟେଶନ ନିକଟ...

ବଢୁଛି ମହିଳା ବିରୋଧୀ ହିଂସା

ଜ୍ଞାନକୌଶଳ ବଳରେ ରାଜ୍ୟ ତଥା ଦେଶରେ ଯେତେ ପ୍ରଗତି ହେଲେ ମଧ୍ୟ ଅପରାଧ କମିପାରୁନାହିଁ। ବିଶେଷକରି ମହିଳା ବିରୋଧୀ ହିଂସା ଉପରେ ଲଗାମ ଲାଗିପାରୁନାହିଁ। ଜନସଂଖ୍ୟା...

ଲିଙ୍ଗରାଜ ସେବାୟତ କରୋନା ପଜିଟିଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ପୁଣି ଥରେ କରୋନା କାୟା ବିସ୍ତାର କରିବାରେ ଲାଗିଛି। ଓଡ଼ିଶାରେ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...

ସ୍ତ୍ରୀ ଉପରେ ଖରାପ ନଜର ପକାଇବାରୁ ବଡ଼ ଭାଇକୁ ହତ୍ୟା

ଗ୍ରେଟର ନୋଏଡା, ୨୭।୭: ଗ୍ରେଟର ନୋଏଡାର ବିସରଖ ଗ୍ରାମରେ ଜଣେ ଯୁବକଙ୍କ ହତ୍ୟା ମାମଲାରେ ପୋଲିସ ତାଙ୍କ ସାନ ଭାଇକୁ ଗିରଫ କରିଛି। ମୃତକ ଯୁବକଜଣଙ୍କ...

୨୦୮୩ କୋଟିର ୭ ପ୍ରକଳ୍ପକୁ ଅନୁମୋଦନ

ଭୁବନେଶ୍ୱର,୩୧।୭(ବ୍ୟୁରୋ): ରାଜ୍ୟରେ ଶକ୍ତି, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଇଥାନଲ ଭଳି ୭ଟି ଶିଳ୍ପ ପ୍ରକଳ୍ପରେ ୨୦୮୩.୮୮ କୋଟି ଟଙ୍କା ପୁଞ୍ଜିନିବେଶ ହେବ। ଏହି...

ନବରଙ୍ଗପୁର, କୋରାପୁଟରେ ୩ ଅକ୍ସିଜେନ ପ୍ଲାଣ୍ଟ୍‌

ଭୁବନେଶ୍ୱର(ବ୍ୟୁରୋ)/ନବରଙ୍ଗପୁର/ ଜୟପୁର, ୧ା୬ (ବି.ପ୍ର./ନି.ପ୍ର.): ରାଜ୍ୟର କୋଭିଡ୍‌ ମୁକାବିଲା କ୍ଷେତ୍ରରେ ନବରଙ୍ଗପୁର ଓ କୋରାପୁଟ ଜିଲା ପ୍ରମୁଖ ଭୂମିକା ନେବ। ଏଥିପାଇଁ ରାଜ୍ୟ ସରକାର ଗୁରୁତ୍ୱ...

Advertisement
Archives

Model This Week