ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ

ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ ପିଢ଼ି ପାଇଁ ଭଲ ପରିବେଶ ଦେବାକୁ ସକ୍ଷମ, ତାହାର ସମ୍ଭାବନା ଏଥିରୁ ସ୍ପଷ୍ଟ ହୋଇଥିଲା। କୋଭିଡ୍‌-୧୯ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସ୍ପଷ୍ଟ ସମ୍ପର୍କ ରହିଛି। ଜଳବାୟୁ ପରିବର୍ତ୍ତନ କୋଭିଡ୍‌ ଭଳି ମହାମାରୀ ବଢ଼ାଇଥାଏ। ରୋଗ ସଂକ୍ରମଣ କରାଉଥିବା କାରକର ସ୍ଥାନ ପରିବର୍ତ୍ତନ କିମ୍ବା ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଆନ୍ତଃପ୍ରଜାତି ସଂସ୍ପର୍ଶରେ ଅଧିକ ଆସିବା କାରଣରୁ ଏଭଳି ମହାମାରୀ ହେଉଛି। ଫଳରେ ମାନବ ସମାଜକୁ ବଡ଼ ବିପଦର ସାମନା କରିବାକୁ ପଡ଼ୁଛି।
କୋଭିଡ୍‌-୧୯ ଘଟଣାରେ ସ୍ବାସ୍ଥ୍ୟଗତ ପ୍ରଭାବ କେବଳ ସଂକ୍ରମଣରେ ସୀମିତ ହୋଇନାହିଁ। ଏହାର ପ୍ରଭାବ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ୁଛି। ୟୁରୋପରେ ଦେଖାଦେଇଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହ, ଅଷ୍ଟ୍ରେଲିଆରେ ଅଭୂତପୂର୍ବ ଜଙ୍ଗଲ ନିଆଁ, ଆଫ୍ରିକା ଉପକୂଳରେ ସାମୁଦ୍ରିକ ବାତ୍ୟା ଇଡାଇରେ ହଜାର ହଜାର ଲୋକଙ୍କ ମୃତ୍ୟୁ ସମେତ ଅନ୍ୟ କେତେକ ଜଳବାୟୁ ଜନିତ ବିପର୍ଯ୍ୟୟ ଗତବର୍ଷ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ସାଙ୍ଗକୁ ଅର୍ଥନୀତିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ଆଗକୁ ଏପରି ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। କୋଭିଡ୍‌ ବିଶ୍ୱ ଅର୍ଥନୀତିକୁ ଯେଭଳି ପ୍ରଭାବିତ କରିଛି ଏହାର ଗୁରୁତର ପ୍ରଭାବ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ। ୪୦ରୁ ୬୦ ନିୟୁତ ଲୋକ ଅତି ଗରିବ ମଧ୍ୟକୁ ଠେଲିହୋଇଯିବେ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି। ତେବେ କୋଭିଡ୍‌କୁ ଯଦି ଆମେ ଏକ ସତର୍କ ଘଣ୍ଟି ଭାବେ ଗ୍ରହଣ କରି ପରିବର୍ତ୍ତନ ଆଣିବା ତେବେ ଭବିଷ୍ୟତ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ: ସୁସ୍ଥ ହେଉଥିବା ରୋଗୀ ଦାନ କରିବାକୁ ଆଗେଇ ଆସନ୍ତୁ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜ୍ୟର ଆଉ ୨ଟି ସ୍ଥାନରେ ପ୍ଲାଜମା ବ୍ୟାଙ୍କ ହେବ। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଏବଂ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ହେବ। ଏନେଇ...

ଚତୁର୍ଥ ପର୍ଯ୍ୟାୟ ଆଲୋଚନା, ଅସ୍ତ୍ରବିରତି ଦାବି କଲା କ୍ୱିଭ୍‌

କ୍ୱିଭ୍‌, ୧୪ା୩: ୟୁକ୍ରେନ୍‌ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ...

ପକ୍ଷୀଙ୍କ ପରେ ଏବେ ମଣିଷ ବି ବାର୍ଡ ଫ୍ଲୁର ଶିକାର, ଏହି ଦେଶରେ ଦେଖିବାକୁ ମିଳିଲା ପ୍ରଥମଥର

ଓ୍ବାଶିଂଟନ,୨୧।୨: ବର୍ତ୍ତମାନ ସୁଦ୍ଧା ଆପଣ ଶୁଣି ଆସିଥିବେ ବାର୍ଡ ଫ୍ଲୁ କେବଳ ପଶୁପକ୍ଷୀଙ୍କୁ ହୋଇଥାଏ। ମାତ୍ର ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଭାଇରସ ମଣିଷଠାରେ...

ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ...

ବିବାହ ନ କରି ସନ୍ତାନ ଜନ୍ମକୁ ମଞ୍ଜୁରୀ, ମହଙ୍ଗା ବିବାହ ଉପରେ ଚାଇନା ସରକାର ଲଗାଇଲେ ରୋକ…

ବେଜିଂ,୮।୩ : ଜନସଂଖ୍ୟା ହ୍ରାସ ଯୋଗୁ ବିବ୍ରତ ହୋଇ ଚାଇନା ସରକାର ପ୍ରତିଦିନ ନୂଆ ନିୟମ ପ୍ରଣୟନ କରିବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଚାଇନା ‘ବର...

ମନୁଷ୍ୟଙ୍କ ପୂର୍ବଜ ବୋଷ୍ଟଓ୍ବାନା ବାସିନ୍ଦା: ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ହୋଇଥିଲେ ବିସ୍ଥାପିତ

ଗ୍ରେବୋନ୍‌,୩୧।୧୦: ମନୁଷ୍ୟଙ୍କ ପୂର୍ବଜ ଦକ୍ଷିଣ ଆଫ୍ରିକାର ବୋଷ୍ଟଓ୍ବାନା ବାସିନ୍ଦା ଥିଲେ। ତେବେ ଜଳବାୟୁ ପରିବର୍ତ୍ତନ ଯୋଗୁ ଏକ ଲକ୍ଷ ବର୍ଷ ତଳେ ସେମାନେ ବିସ୍ଥାପିତ ହୋଇଥିଲେ।...

କରୋନା ଚିକିତ୍ସାକୁ ନେଇ ନର୍ସଙ୍କ ସହ ସିଧାସଳଖ କଥା ହେଲେ ମୋଦି

ପୁଣେ,୨୮।୩: ଦେଶର ବିପତ୍ତି ସମୟରେ ଏବେ କରୋନା ଯୋଦ୍ଧା ସାଜିଥିବା ନର୍ସଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶୁକ୍ରବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ...

ଫ୍ରାନ୍ସରେ ପହଞ୍ଚିଲେ ମୋଦି

ପ୍ୟାରିସ୍‌, ୨୩ା୮(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମରେ ଗୁରୁବାର ଫ୍ରାନ୍ସରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଫ୍ରାନ୍ସର ବହିର୍ବ୍ୟାପାର ତଥା ୟୁରୋପ ବ୍ୟାପାର ଦାୟିତ୍ୱରେ ଥିବା ମନ୍ତ୍ରୀ...

Advertisement
Archives

Model This Week