ସୁଧୁରିପାରେ ଜଳବାୟୁ ପରିବର୍ତ୍ତନ ସଙ୍କଟ

ଓ୍ବାଶିଂଟନ,୧୪ା୬: କରୋନା ମହାମାରୀ ସଂକ୍ରମଣକୁ ହ୍ରାସ କରିବା ଲାଗି ବିଶ୍ୱବ୍ୟାପୀ ଲକ୍‌ଡାଉନ ବେଳେ ଏହାର ସୁଫଳ ପରିବେଶ ଉପରେ ପଡ଼ିଥିଲା। ଆମର କାର୍ଯ୍ୟ ହିଁ ଆଗାମୀ ପିଢ଼ି ପାଇଁ ଭଲ ପରିବେଶ ଦେବାକୁ ସକ୍ଷମ, ତାହାର ସମ୍ଭାବନା ଏଥିରୁ ସ୍ପଷ୍ଟ ହୋଇଥିଲା। କୋଭିଡ୍‌-୧୯ ଏବଂ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ସ୍ପଷ୍ଟ ସମ୍ପର୍କ ରହିଛି। ଜଳବାୟୁ ପରିବର୍ତ୍ତନ କୋଭିଡ୍‌ ଭଳି ମହାମାରୀ ବଢ଼ାଇଥାଏ। ରୋଗ ସଂକ୍ରମଣ କରାଉଥିବା କାରକର ସ୍ଥାନ ପରିବର୍ତ୍ତନ କିମ୍ବା ଜଙ୍ଗଲ ନଷ୍ଟ ହେଉଥିବା ଯୋଗୁ ଆନ୍ତଃପ୍ରଜାତି ସଂସ୍ପର୍ଶରେ ଅଧିକ ଆସିବା କାରଣରୁ ଏଭଳି ମହାମାରୀ ହେଉଛି। ଫଳରେ ମାନବ ସମାଜକୁ ବଡ଼ ବିପଦର ସାମନା କରିବାକୁ ପଡ଼ୁଛି।
କୋଭିଡ୍‌-୧୯ ଘଟଣାରେ ସ୍ବାସ୍ଥ୍ୟଗତ ପ୍ରଭାବ କେବଳ ସଂକ୍ରମଣରେ ସୀମିତ ହୋଇନାହିଁ। ଏହାର ପ୍ରଭାବ ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥା ଉପରେ ମଧ୍ୟ ପଡ଼ୁଛି। ୟୁରୋପରେ ଦେଖାଦେଇଥିବା ପ୍ରଳୟଙ୍କରୀ ଗ୍ରୀଷ୍ମ ପ୍ରବାହ, ଅଷ୍ଟ୍ରେଲିଆରେ ଅଭୂତପୂର୍ବ ଜଙ୍ଗଲ ନିଆଁ, ଆଫ୍ରିକା ଉପକୂଳରେ ସାମୁଦ୍ରିକ ବାତ୍ୟା ଇଡାଇରେ ହଜାର ହଜାର ଲୋକଙ୍କ ମୃତ୍ୟୁ ସମେତ ଅନ୍ୟ କେତେକ ଜଳବାୟୁ ଜନିତ ବିପର୍ଯ୍ୟୟ ଗତବର୍ଷ ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ କରୋନା ମହାମାରୀ ସାରା ବିଶ୍ୱରେ ସ୍ବାସ୍ଥ୍ୟ ସଙ୍କଟ ସାଙ୍ଗକୁ ଅର୍ଥନୀତିରେ ବିପର୍ଯ୍ୟୟ ସୃଷ୍ଟି କରିଥିବାବେଳେ ଆଗକୁ ଏପରି ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିପାରେ। କୋଭିଡ୍‌ ବିଶ୍ୱ ଅର୍ଥନୀତିକୁ ଯେଭଳି ପ୍ରଭାବିତ କରିଛି ଏହାର ଗୁରୁତର ପ୍ରଭାବ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ରହିବ। ୪୦ରୁ ୬୦ ନିୟୁତ ଲୋକ ଅତି ଗରିବ ମଧ୍ୟକୁ ଠେଲିହୋଇଯିବେ ବୋଲି ବିଶ୍ୱ ବ୍ୟାଙ୍କ ପୂର୍ବାନୁମାନ କରିଛି। ତେବେ କୋଭିଡ୍‌କୁ ଯଦି ଆମେ ଏକ ସତର୍କ ଘଣ୍ଟି ଭାବେ ଗ୍ରହଣ କରି ପରିବର୍ତ୍ତନ ଆଣିବା ତେବେ ଭବିଷ୍ୟତ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri