ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର; ଜୁନରେ ମହାସଂକ୍ରମଣ ହେଲେ ରୋକିବା ମୁସ୍କିଲ: ବାଗ୍‌ଚୀ

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ ଆସୁଥିବା ସଂକ୍ରମିତ ବିଦେଶଫେରନ୍ତାଙ୍କଠାରୁ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା। ଉକ୍ତ ସମୟରେ ରାଜ୍ୟକୁ ଫେରି ଆସିଥିବା ୭ଜଣ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା ସଂକ୍ରମିତଙ୍କୁ ଠାବ କରାଯାଇଥିଲା। ସେଥିରେ ୪୧ଜଣ ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟ ଥିଲା ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କର। ସେଥିରେ ୧୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିଲା। ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ପ୍ରବାସୀଙ୍କ ସମୟ। ଏହି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଓଡ଼ିଆ ଘରକୁ ଫେରିବେ। ପ୍ରଥମ ତିନୋଟି ପର୍ଯ୍ୟାୟ ରାଜ୍ୟ ସରକାର ଜିତିଥିଲେ। ହେଲେ ଚତୁର୍ଥ ପର୍ଯ୍ୟାୟ ସ୍ଥିତି ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେ କହିଛନ୍ତି, ଏଥିପାଇଁ ୩ଟି ଦୃଷ୍ଟି ଭଙ୍ଗି ଲୋଡ଼ା। ପ୍ରଥମଟି ମାନବିକତାର ନୈତିକତାର। ଦ୍ୱିତୀୟଟି ଆଇନଗତ। ତୃତୀୟଟି ବୈଜ୍ଞାନିକ ଏବଂ ଚତୁର୍ଥଟି ବାସ୍ତବ ଦୃଷ୍ଟିଭଙ୍ଗୀ। ସର୍ବଭାରତୀୟସ୍ତରରେ କର୍ମନିଯୁକ୍ତି ପାଇଁ ପ୍ରବାସୀ ହୋଇଯାଉଥିବା ବ୍ୟକ୍ତିଙ୍କର ସଂଖ୍ୟା ୧୪ କୋଟିରୁ ୨୦ କୋଟି। ୨୦୧୧ରେ ଏହା ୧୪ କୋଟି ଥିବା ବେଳେ ଏବେ ୨୦ କୋଟି ଲୋକ କର୍ମନିଯୁକ୍ତି ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୯୨% ଅଣ ସଂଗଠିତ କ୍ଷେତ୍ରରେ କାମ କରନ୍ତି। ୧୨ ଲକ୍ଷ ୭୦ ହଜାର ଓଡ଼ିଆ କର୍ମନିଯୁକ୍ତି ପାଇଁ ବାହାରକୁ ଯାଇଛନ୍ତି। ଭାରତରେ ୧୦୦ଟି ପରିବାରରୁ ୧୬ ପରିବାର ସଦସ୍ୟ ପରିବାର ଏବଂ ନିଜର ରାଜ୍ୟ ବାହାରକୁ କାମ ଖୋଜିବାକୁ ଯାଇଥାନ୍ତି। ଭାରତବର୍ଷ ମାଇଗ୍ରେଶନର ଦେଶ।

ଏହାଛଡ଼ା ୨୫ ମାର୍ଚ୍ଚରୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଫସି ରହିଥିବା କର୍ମ ବିଚ୍ୟୁତ ବ୍ୟକ୍ତିଙ୍କ କଟକଣା। ଏପରିକି ଏହି ସମୟରେ ଛାତ୍ର, ତୀର୍ଥଯାତ୍ରୀ, ଭ୍ରମଣ ତଥା ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତି ଫସି ରହିଛନ୍ତି। ବ୍ୟକ୍ତିଗତ ସ୍ବାଧିନତାର ଦୃଷ୍ଟିରୁ /ଆଇନଗତ ଅଧିକାର ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେ ୧ରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଗଲା। ଏହାନୁଯାୟୀ ଶ୍ରମିକ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଗଲା। ସେହିଭଳି ବନ୍ଦେ ଭାରତ ମଧ୍ୟ ଆରମ୍ଭ କରାଯାଇଛି। ନିଜ ଇଚ୍ଛାରେ ଘରକୁ ଫେରିବା ବ୍ୟକ୍ତି ସ୍ବାଧିନତାକୁ ଅସ୍ବିକାର କରାଯାଇପାରିବ ନାହିଁ। କୋଟି କୋଟି ବ୍ୟକ୍ତିଙ୍କର ଏଥିରେ ସ୍ବାର୍ଥ ରହିଛି। ଫେରିବାକୁ ଥିବା ଲୋକଙ୍କ ମଧ୍ୟରେ ଛାତ୍ର ଅଛନ୍ତି, ଚିକିତ୍ସାଧିନ ରୋଗୀ, ବୟସ୍କ ମଧ୍ୟ ଅଛନ୍ତି। ଭାରତ ସରକାରଙ୍କ ଅନୁମତି ବିଭିନ୍ନ ରାଜ୍ୟର ପ୍ରବାସୀଙ୍କ ପାଇଁ ପ୍ରଯୁଜ୍ୟ। ଓଡ଼ିଶା ଫେରନ୍ତା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ।

ବର୍ତ୍ତମାନ ପରିସ୍ଥିତିରେ କିଛି ଶହ ସଂକ୍ରମିତ ବ୍ୟକ୍ତି ଆସିପାରନ୍ତି। କିନ୍ତୁ ଜୁନ୍‌ରେ ମହା ସଂକ୍ରମଣ ଘଟିଲେ ହଜାର ହଜାର ଲୋକ ଯଦି ପହଞ୍ଚି ଯାଆନ୍ତି ତେବେ ତାହାର ପରିଣାମ କ’ଣ ହୋଇପାରେ ସହଜରେ ଅନୁମେୟ। ମାନବିକ, ନୈତିକ, ଆଇନଗତ ତଥା ବାସ୍ତବତା ଦୃଷ୍ଟିରୁ ଓଡ଼ିଶା ସରକାର ବରାବର ସୁଚିନ୍ତିତ ପଦକ୍ଷେପ ନେଉଛନ୍ତି। ୬୭୯୮ଟି ପଞ୍ଚାୟତରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଯଦି ପରିବାରଲୋକେ ଆଉ ଏକ ସପ୍ତାହ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଦିଅନ୍ତି ତେବେ ସଂକ୍ରମଣ ସେତେଟା ହେବନାହିଁ। ସଂଗରୋଧରେ ରହିବା ମଧ୍ୟରେ କରୋନା ଚିହ୍ନଟ ହେବା ଠିକ୍‌। ଯଦି ଜଣେ କ୍ୱାରାଣ୍ଟାଇନ୍‌ରେ ଥାଇ ତାର ଲକ୍ଷଣ ପ୍ରକାଶ ପାଏ ତେବେ ତାର ଚିକିତ୍ସା ଏବଂ ଯତ୍ନର ବ୍ୟବସ୍ଥା ସରକାର ନେବେ। ଯଦି କେହି ଜନସମୁଦ୍ରରେ ହଜିଯାଏ ତେବେ ସେ ସୁପର ସ୍ପ୍ରେଡର ହୋଇପାରେ। ଶହ ଶହ ଲୋକଙ୍କୁ ସଂକ୍ରମିତ କରିପାରେ। ଓଡ଼ିଶାର ଜନସାଧାରଣଙ୍କ ଜନସ୍ବାସ୍ଥ୍ୟ ଉପରେ ପ୍ରବାସୀଙ୍କ ପ୍ରଭାବ ନ ପଡ଼ିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri