ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର; ଜୁନରେ ମହାସଂକ୍ରମଣ ହେଲେ ରୋକିବା ମୁସ୍କିଲ: ବାଗ୍‌ଚୀ

ଭୁବନେଶ୍ୱର,୯।୫(ବ୍ୟୁରୋ): କୋଭିଡ-୧୯ ମୁକାବିଲା ନିମନ୍ତେ ରାଜ୍ୟ ୪ଟି ପର୍ଯ୍ୟାୟ ଦେଇ ଗତି କରୁଛି। ପ୍ରଥମ ପର୍ଯ୍ୟାୟଟି ଥିଲା ରାଜ୍ୟକୁ ଆସୁଥିବା ସଂକ୍ରମିତ ବିଦେଶଫେରନ୍ତାଙ୍କଠାରୁ ସଂକ୍ରମଣକୁ ବ୍ୟାପିବାକୁ ନ ଦେବା। ଉକ୍ତ ସମୟରେ ରାଜ୍ୟକୁ ଫେରି ଆସିଥିବା ୭ଜଣ ସଂକ୍ରମିତ ହୋଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ନିଜାମୁଦ୍ଦିନ ଫେରନ୍ତା ସଂକ୍ରମିତଙ୍କୁ ଠାବ କରାଯାଇଥିଲା। ସେଥିରେ ୪୧ଜଣ ସଂକ୍ରମିତ ହୋଇଥିଲେ। ତୃତୀୟ ପର୍ଯ୍ୟାୟ ଥିଲା ପଶ୍ଚିମବଙ୍ଗରୁ ଫେରୁଥିବା ପ୍ରବାସୀଙ୍କର। ସେଥିରେ ୧୦୦ରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଥିଲା। ବର୍ତ୍ତମାନ ଚତୁର୍ଥ ପର୍ଯ୍ୟାୟ ତଥା ଅନ୍ୟ ରାଜ୍ୟରୁ ଫେରିବାକୁ ଥିବା ପ୍ରବାସୀଙ୍କ ସମୟ। ଏହି ପର୍ଯ୍ୟାୟ ଆରମ୍ଭ ହୋଇସାରିଛି। ଆଗାମୀ ଦିନରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଓଡ଼ିଆ ଘରକୁ ଫେରିବେ। ପ୍ରଥମ ତିନୋଟି ପର୍ଯ୍ୟାୟ ରାଜ୍ୟ ସରକାର ଜିତିଥିଲେ। ହେଲେ ଚତୁର୍ଥ ପର୍ଯ୍ୟାୟ ସ୍ଥିତି ନେଇ ସମସ୍ତଙ୍କ ମନରେ ଆଶଙ୍କା ରହିଛି ବୋଲି ଶନିବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ କରୋନା ମୁକାବିଲା କମିଟି ମୁଖ୍ୟ ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେ କହିଛନ୍ତି, ଏଥିପାଇଁ ୩ଟି ଦୃଷ୍ଟି ଭଙ୍ଗି ଲୋଡ଼ା। ପ୍ରଥମଟି ମାନବିକତାର ନୈତିକତାର। ଦ୍ୱିତୀୟଟି ଆଇନଗତ। ତୃତୀୟଟି ବୈଜ୍ଞାନିକ ଏବଂ ଚତୁର୍ଥଟି ବାସ୍ତବ ଦୃଷ୍ଟିଭଙ୍ଗୀ। ସର୍ବଭାରତୀୟସ୍ତରରେ କର୍ମନିଯୁକ୍ତି ପାଇଁ ପ୍ରବାସୀ ହୋଇଯାଉଥିବା ବ୍ୟକ୍ତିଙ୍କର ସଂଖ୍ୟା ୧୪ କୋଟିରୁ ୨୦ କୋଟି। ୨୦୧୧ରେ ଏହା ୧୪ କୋଟି ଥିବା ବେଳେ ଏବେ ୨୦ କୋଟି ଲୋକ କର୍ମନିଯୁକ୍ତି ପାଇଁ ରାଜ୍ୟ ତଥା ଦେଶ ବାହାରକୁ ଯାଉଛନ୍ତି। ସେମାନଙ୍କ ମଧ୍ୟରୁ ୯୨% ଅଣ ସଂଗଠିତ କ୍ଷେତ୍ରରେ କାମ କରନ୍ତି। ୧୨ ଲକ୍ଷ ୭୦ ହଜାର ଓଡ଼ିଆ କର୍ମନିଯୁକ୍ତି ପାଇଁ ବାହାରକୁ ଯାଇଛନ୍ତି। ଭାରତରେ ୧୦୦ଟି ପରିବାରରୁ ୧୬ ପରିବାର ସଦସ୍ୟ ପରିବାର ଏବଂ ନିଜର ରାଜ୍ୟ ବାହାରକୁ କାମ ଖୋଜିବାକୁ ଯାଇଥାନ୍ତି। ଭାରତବର୍ଷ ମାଇଗ୍ରେଶନର ଦେଶ।

ଏହାଛଡ଼ା ୨୫ ମାର୍ଚ୍ଚରୁ ଲକ୍‌ଡାଉନ୍‌ କରାଯାଇଛି। ଏହି ସମୟରେ ଫସି ରହିଥିବା କର୍ମ ବିଚ୍ୟୁତ ବ୍ୟକ୍ତିଙ୍କ କଟକଣା। ଏପରିକି ଏହି ସମୟରେ ଛାତ୍ର, ତୀର୍ଥଯାତ୍ରୀ, ଭ୍ରମଣ ତଥା ଚିକିତ୍ସା ପାଇଁ ଯାଇଥିବା ବ୍ୟକ୍ତି ଫସି ରହିଛନ୍ତି। ବ୍ୟକ୍ତିଗତ ସ୍ବାଧିନତାର ଦୃଷ୍ଟିରୁ /ଆଇନଗତ ଅଧିକାର ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ମେ ୧ରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଗଲା। ଏହାନୁଯାୟୀ ଶ୍ରମିକ ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଗଲା। ସେହିଭଳି ବନ୍ଦେ ଭାରତ ମଧ୍ୟ ଆରମ୍ଭ କରାଯାଇଛି। ନିଜ ଇଚ୍ଛାରେ ଘରକୁ ଫେରିବା ବ୍ୟକ୍ତି ସ୍ବାଧିନତାକୁ ଅସ୍ବିକାର କରାଯାଇପାରିବ ନାହିଁ। କୋଟି କୋଟି ବ୍ୟକ୍ତିଙ୍କର ଏଥିରେ ସ୍ବାର୍ଥ ରହିଛି। ଫେରିବାକୁ ଥିବା ଲୋକଙ୍କ ମଧ୍ୟରେ ଛାତ୍ର ଅଛନ୍ତି, ଚିକିତ୍ସାଧିନ ରୋଗୀ, ବୟସ୍କ ମଧ୍ୟ ଅଛନ୍ତି। ଭାରତ ସରକାରଙ୍କ ଅନୁମତି ବିଭିନ୍ନ ରାଜ୍ୟର ପ୍ରବାସୀଙ୍କ ପାଇଁ ପ୍ରଯୁଜ୍ୟ। ଓଡ଼ିଶା ଫେରନ୍ତା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ।

ବର୍ତ୍ତମାନ ପରିସ୍ଥିତିରେ କିଛି ଶହ ସଂକ୍ରମିତ ବ୍ୟକ୍ତି ଆସିପାରନ୍ତି। କିନ୍ତୁ ଜୁନ୍‌ରେ ମହା ସଂକ୍ରମଣ ଘଟିଲେ ହଜାର ହଜାର ଲୋକ ଯଦି ପହଞ୍ଚି ଯାଆନ୍ତି ତେବେ ତାହାର ପରିଣାମ କ’ଣ ହୋଇପାରେ ସହଜରେ ଅନୁମେୟ। ମାନବିକ, ନୈତିକ, ଆଇନଗତ ତଥା ବାସ୍ତବତା ଦୃଷ୍ଟିରୁ ଓଡ଼ିଶା ସରକାର ବରାବର ସୁଚିନ୍ତିତ ପଦକ୍ଷେପ ନେଉଛନ୍ତି। ୬୭୯୮ଟି ପଞ୍ଚାୟତରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା କରାଯାଇଛି। ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବା ପରେ ଯଦି ପରିବାରଲୋକେ ଆଉ ଏକ ସପ୍ତାହ ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଦିଅନ୍ତି ତେବେ ସଂକ୍ରମଣ ସେତେଟା ହେବନାହିଁ। ସଂଗରୋଧରେ ରହିବା ମଧ୍ୟରେ କରୋନା ଚିହ୍ନଟ ହେବା ଠିକ୍‌। ଯଦି ଜଣେ କ୍ୱାରାଣ୍ଟାଇନ୍‌ରେ ଥାଇ ତାର ଲକ୍ଷଣ ପ୍ରକାଶ ପାଏ ତେବେ ତାର ଚିକିତ୍ସା ଏବଂ ଯତ୍ନର ବ୍ୟବସ୍ଥା ସରକାର ନେବେ। ଯଦି କେହି ଜନସମୁଦ୍ରରେ ହଜିଯାଏ ତେବେ ସେ ସୁପର ସ୍ପ୍ରେଡର ହୋଇପାରେ। ଶହ ଶହ ଲୋକଙ୍କୁ ସଂକ୍ରମିତ କରିପାରେ। ଓଡ଼ିଶାର ଜନସାଧାରଣଙ୍କ ଜନସ୍ବାସ୍ଥ୍ୟ ଉପରେ ପ୍ରବାସୀଙ୍କ ପ୍ରଭାବ ନ ପଡ଼ିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଏତେ ଟଙ୍କା କମିଗଲା ଚିନିଦର! ଜାଣନ୍ତୁ କେବେଠୁ ଲାଗୁ ହେବ…

ନୂଆଦିଲ୍ଲୀ,୨୫।୮: କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ସରକାର ଚିନି ଆମଦାନୀ ପାଇଁ ଅନୁମତି ଦେବା ଏବଂ କଳାବଜାରୀ ଉପରେ କଡ଼ା ପଦକ୍ଷେପ ନେବା ପରେ ଚିନିର ଏକ୍ସ-ମିଲ୍…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଦୁର୍ନୀତି ମାମଲାରେ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ

ବରଗଡ଼,୨୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତି ପଦମପୁର ବ୍ଲକ ଅଧୀନ ପୁରେନା ଗ୍ରାମପଞ୍ଚାୟତର ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀ (PEO) ଛବିଳ ବାରିହାଙ୍କୁ ଦୁର୍ନୀତି ମାମଲାରେ…

ନାବାଳକଙ୍କ ବାର୍‌ହା ସହ ଦୁଇ ଘଣ୍ଟା ଧରି  ଲଢ଼େଇ: ଶେଷରେ ଜୀବନ ବଞ୍ଚାଇବା ପାଇଁ…

ବାଙ୍କୀ, ୨୫।୮ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଗୋପାଳପୁର ପଞ୍ଚାୟତରେ ବାର୍‌ହା ଆତଙ୍କରେ ଭୟଭୀତ ଲୋକେ। ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୭ଟା ସମୟରେ ଗୋପାଳପୁର ପଞ୍ଚାୟତର ୧…

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri