Posted inଜାତୀୟ

ସୀମା ବିବାଦ: ସମାଧାନ ପାଇଁ ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ, ୭।୬: ଭାରତ ଏବଂ ଚାଇନା ମଧ୍ୟରେ ଜାରି ରହିଥିବା ସୀମା ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଶନିବାର ପୂର୍ବ ଲଦାଖରେ ଭାରତୀୟ ସେନା ଅଧିକାରୀମାନେ ପ୍ରତିପକ୍ଷ ଅଧିକାରୀଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ଏସମ୍ପର୍କରେ ଭାରତୀୟ ବହିର୍ବ୍ୟାପାର ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ଏହି ଅବସରରେ ୭୦ ବର୍ଷର ଭାରତ-ଚାଇନା ବନ୍ଧୁତ୍ୱପୂର୍ଣ୍ଣ କୂଟନୈତିକ ସମ୍ପର୍କ ବିଷୟରେ ଚର୍ଚ୍ଚା ହୋଇଥିଲା। ଦୁଇ ଦେଶ ମଧ୍ୟରେ ପ୍ରଥମେ ସିକିମ୍‌ ଏବଂ ପରେ ଲଦାଖ ଓ ଏଲ୍‌ଏସିକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ମେ ମାସରେ ଉଭୟପକ୍ଷଙ୍କ ମଧ୍ୟରେ ୩ ଥର ବିବାଦ ଦେଖାଦେଇଥିଲା। ପ୍ରଥମେ ମେ ୫ରେ ପୂର୍ବ ଲଦାଖର ପେଙ୍ଗାଙ୍ଗ୍‌ ହ୍ରଦଠାରେ ଉଭୟ ପକ୍ଷର ୨୦୦ରୁ ଅଧିକ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ମେ ୯ରେ ଉତ୍ତର ସିକିମ୍‌ର ୧୬ ହଜାର ଫୁଟ ଉଚ୍ଚରେ ଥିବା ନାକୁଲା ସେକ୍ଟରରେ ଦୁଇପକ୍ଷର ୧୫୦ ସୈନ୍ୟ ମୁହାଁମୁହିଁ ହୋଇଥିଲେ। ସେହିଦିନ ଚାଇନା ଏଲ୍‌ଏସି ଭିତରକୁ ହେଲିକପ୍ଟର ପଠାଇଥିଲା। ଏସବୁ ଘଟଣାକୁ ନେଇ ସୀମାରେ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ଫୁସ୍‌ଫୁସ୍‌ ପ୍ରତିରୋପଣ

ଚେନ୍ନାଇ, ୩୦ା୮: ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଜଣେ ୪୮ ବର୍ଷୀୟ କରୋନା ରୋଗୀଙ୍କ ଫୁସ୍‌ଫୁସ୍‌କୁ ସଫଳତାର ସହ ପ୍ରତିରୋପଣ କରାଯାଇଛି। ଉକ୍ତ ରୋଗୀଙ୍କ ଫୁସ୍‌ଫୁସ୍‌...

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି...

କିନ୍ନରଙ୍କୁ ପୋଲିସ ବିଭାଗରେ ମିଳିବ ନିଯୁକ୍ତି

ପାଟନା,୧୬।୧: ଏଣିକି ବିହାରରେ ପୋଲିସ ବିଭାଗରେ କିନ୍ନରଙ୍କୁ ନିଯୁକ୍ତି ମିଳିବ। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଘୋଷଣା କରିଛନ୍ତି। ସିପାହୀ ଏବଂ ଦାରୋଗା ପଦବୀରେ କିନ୍ନରଙ୍କୁ...

ଏପ୍ରିଲ ସୁଦ୍ଧା ଭାରତରେ ହୋଇପାରେ ଇଟାଲି ସ୍ଥିତି

ମୁମ୍ବାଇ,୨୪ା୩(ଆଇଏନ୍‌ଏସ୍‌): କୋଭିଡ-୧୯ ଭୂତାଣୁ ଭାରତରେ ଯେଉଁଭଳି ବ୍ୟାପିବାରେ ଲାଗିଛି, ଏହା ମାସକ ମଧ୍ୟରେ ଦେଶରେ ବଡ଼ଧରଣର ମେଡିକାଲ ବିପର୍ଯ୍ୟୟ ସୃଷ୍ଟି ହୋଇପାରେ। ଏଥିପାଇଁ ଅନ୍ତତଃ ଦୁଇସପ୍ତାହ...

ଅରୁଣ ସୌରିି ଅସୁସ୍ଥ

ପୁଣେ,୨।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ସୌରି ଅସୁସ୍ଥ ହୋଇପଡିଛନ୍ତି। ରବିବାର ରାତିରେ ସେ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ପୁଣେର ରୁବି ହାଲ୍‌...

ସୁସ୍ଥ ହାର ୬୨.୯୩%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି କରୋନା ପ୍ରକୋପ। ଶନିବାର ୨୮ ହଜାର ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ରବିବାର ରାତି ସୁଦ୍ଧା ୨୦ ହଜାର ମାମଲା...

କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବେ କନିକା!

ଲକ୍ଷ୍ନୌ,୨୭।୪: ବଲିଉଡ୍‌ ସିଙ୍ଗର କନିକା କପୁର ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ନିଜର ପ୍ଲାଜମା ଦାନ କରିବେ ବୋଲି ଜଣାପଡିଛି। ନିକଟରେ ସେ ଚିକିତ୍ସିତ...

ଶ୍ରୀନଗର ବିମାନବନ୍ଦରରେ ୟେଚୁରୀ ଅଟକ

ଶ୍ରୀନଗର, ୯।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଏବଂ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ପରେ ସେଠାକୁ ଦଳୀୟ ଗସ୍ତରେ ଯାଇଥିବା...

BGU
Play 250+ Trending Games
Archives

Model This Week

Why Dharitri