ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ସେ ମୋଦିଙ୍କୁ ଭାରତର ଜନକ ଭାବେ ଅଭିହିତ କରିଛନ୍ତି।
ଟେକ୍ସାସ୍‌ର ହ୍ୟୁଷ୍ଟନ ସହରରେ ରବିବାର ଅନୁଷ୍ଠିତ ‘ହାଓଡି ମୋଦି’ ମେଗା ଇଭେଣ୍ଟରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପ୍‌ଙ୍କୁ ପ୍ରଶଂସାରେ ପୋତି ଦେଇଥିଲେ। ଏପରି କି ‘ଅବ୍‌କୀ ବାର୍‌ ଟ୍ରମ୍ପ୍‌ ସରକାର’ (ଏଥର ଟ୍ରମ୍ପ୍‌ ସରକାର) ବୋଲି ମୋଦି କହିଥିଲେ, ଯାହାକୁ ନେଇ ଭାରତରେ ବିବାଦ ସୃଷ୍ଟି ହୋଇଛି। ଟ୍ରମ୍ପ୍‌ ପୁଣିଥରେ ରାଷ୍ଟ୍ରପତି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ ମୋଦି ତାଙ୍କ ପ୍ରଚାର କରି ଭାରତର ବହିର୍ବ୍ୟାପାର ନୀତିର ଉଲ୍ଲଂଘନ କରିଥିବା କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହାର ଦୁଇଦିନ ପରେ ନ୍ୟୁୟର୍କ ସହରସ୍ଥିତ ଜାତିସଂଘ ମୁଖ୍ୟାଳୟରେ ୟୁଏନ୍‌ଜିଏ ଚାଲିଥିବାବେଳେ ମଙ୍ଗଳବାର ଭାରତୀୟ ସମୟ ରାତି ୯ଟା ୪୫ରେ ଦୁଇନେତା ପୁଣି ଏକାଠି ହୋଇଥିଲେ। ମୋଦି ଓ ଟ୍ରମ୍ପ୍‌ ଏହି ପରିପ୍ରେକ୍ଷୀରେ ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଟ୍ରମ୍ପ୍‌ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ସମ୍ପର୍କରେ ଅବତାରଣା କରିବାକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଆମେରିକୀୟ ଗାୟକ ତଥା ଅଭିନେତା ଏଲ୍‌ଭିସ୍‌ ପ୍ରେସ୍‌ଲିଙ୍କ ସହ ତୁଳନା କରିଥିଲେ। ମୋଦି ହେଉଛନ୍ତି ‘ଭାରତର ଏଲ୍‌ଭିସ୍‌’। ତାଙ୍କର ଲୋକପ୍ରିୟତା ଏଲ୍‌ଭିସ୍‌ଙ୍କ ଭଳି, ଯାହାକି ଏନ୍‌ଆର୍‌ଜି ଷ୍ଟାଡିୟମ୍‌ରେ ଉପସ୍ଥିତ ଭିଡ଼ର ଭଲପାଇବା ପ୍ରମାଣିତ କରିଛି। ଟ୍ରମ୍ପ୍‌ଙ୍କ ପ୍ରଶଂସା ଏତିକିରେ ସୀମିତ ନ ଥିଲା। ସେ ଆହୁରି କହିଥିଲେ, ମୋଦି ଭାରତର ଜନକ। ଭାରତ ଓ ଆମେରିକା ମଧ୍ୟରେ ଖୁବ୍‌ଶୀଘ୍ର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହେବାକୁ ଯାଉଛି। ସେହିପରି ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଟ୍ରମ୍ପ୍‌ କହିଥିଲେ, ପାକିସ୍ତାନକୁ ମୋଦି ଏକ ଉଚ୍ଚ ଓ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି। ମୋଦି ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ଦୁଇଜଣ ମହାନ୍‌ ଭଦ୍ରଲୋକ। ଉଭୟେ ପରସ୍ପରକୁ ଜାଣନ୍ତି ଓ ମିଳିମିଶି କାମ କରିବେ। ଅନୁରୂପ ଭାବେ ମୋଦି ମଧ୍ୟ ଟ୍ରମ୍ପ୍‌ଙ୍କୁ ହ୍ୟୁଷ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ସେ କହିଥିଲେ, ଟ୍ରମ୍ପ୍‌ ତାଙ୍କର ବନ୍ଧୁ, ସେ ଭାରତର ମଧ୍ୟ ଜଣେ ଭଲ ବନ୍ଧୁ। ଭାରତ ଓ ଆମେରିକା ମଧ୍ୟରେ ରବିବାର ଏକ ବାଣିଜି୍ୟକ ଚୁକ୍ତି ସ୍ବାକ୍ଷର ହୋଇଛି। ଚୁକ୍ତି ଅନୁସାରେ ଭାରତୀୟ କମ୍ପାନୀ ପେଟ୍ରୋନେଟ୍‌ ଶକ୍ତି କ୍ଷେତ୍ରରେ ୨.୫ ବିଲିୟନ ଡଲାର ନିବେଶ କରିବ। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ମୋଦି ପୁନଃ ନିର୍ବାଚିତ ହେବା ପରେ ୪ ମାସ ମଧ୍ୟରେ ଟ୍ରମ୍ପ୍‌ଙ୍କ ସହ ଏହା ଥିଲା ତାଙ୍କର ଚତୁର୍ଥ ସାକ୍ଷାତ ଆଲୋଚନା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସର୍ତ୍ତ ମାନିଲାନି ଇରାନ: ଇସଲାମାବାଦ୍‌ ଆଲୋଚନା ଫେଲ୍‌

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ଇରାନର ନିଦ ହଜିଲାଣି: ହର୍ମୁଜକୁ ନେଇ ବଢୁଛି ଚିନ୍ତା, ଏବେ ହେବ କ’ଣ

ନ୍ୟୁୟର୍କ,୧୨ା୪(ଏନ୍‌ଓ୍ବାଇଟି):ଇରାନ୍‌ ଏବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌କୁ ନିଜସ୍ବ ସମସ୍ୟା ଯୋଗୁ ସମ୍ପୂର୍ଣ୍ଣ ରୂପେ ଖୋଲିପାରୁ ନାହିଁ। କାରଣ ଆମେରିକା ଓ ଇସ୍ରାଏଲ୍‌ ସହ ଯୁଦ୍ଧବେଳେ ଏହି ସାମୁଦ୍ରିକ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri