ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ ବିଭିନ୍ନ କ୍ଷତି ଘଟାଇବା ସହ ଲୋକଙ୍କୁ ଆକ୍ରମଣ କରୁଛନ୍ତି। ଗତ ୭ଦିନ ପୂର୍ବରୁ ମାଙ୍କଡ଼ କାମୁଡାରେ ୧୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଥିଲେ। ଖବରପାଇ ବନବିଭାଗ ସେଠାରେ ପହଞ୍ଚତ୍ ମାଙ୍କଡ଼ ଘଉଡ଼ାଇବା ସହିତ କିଛି ମାଙ୍କଡ଼କୁ ଆୟତ୍ତ କରି ଜଙ୍ଗଲରେ ନେଇ ଛାଡ଼ିଥିଲେ। ମାତ୍ର ପୁଣି ଗତ ଗୁରୁବାରଠାରୁ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ବଢ଼ିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ା ଶୁକ୍ରବାର କୁଳିଦା ଗ୍ରାମର ପଦ୍ମାବତୀ ଗିରି ନାମକ ଜନୈକା ମହିଳାଙ୍କ ନାକକୁ ଗୋଟିଏ ମାଙ୍କଡ କାମୁଡି ଛିଣ୍ଡାଇ ଦେବା ସହିତ ତାଙ୍କ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସେ ଗୁରୁତର ହୋଇପଡିଛନ୍ତି। ତାଙ୍କୁ ତୁରନ୍ତ ବସ୍ତା ଡାକ୍ତରଖାନାକୁ ଅଣାଯାଇଥିଲା। ମାତ୍ର ସେଠାରେ ଚିକିତ୍ସା ସମ୍ଭବ ନ ହେବାରୁ ତାଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ମାଙ୍କଡ଼ ଭୟରେ ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ପଠାଇବା ପାଇଁ ଅଭିଭାବକମାନେ ଭୟ କରୁଛନ୍ତି। ଏହାର ସ୍ଥାୟୀ ପ୍ରତିକାର ସହ ଆହତମାନଙ୍କୁ କ୍ଷତିପୂରଣ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?