ସୀମାରେ ସୁରକ୍ଷା ବ୍ୟବସ୍ଥା ଢିଲା: ପଶ୍ଚିମବଙ୍ଗରୁ କଣ୍ଟେନର୍‌ରେ ଆସୁଛନ୍ତି ଲୋକେ

ଭଦ୍ରକ ଅଫିସ, ୨୩ା୪-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଭଦ୍ରକ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାରେ ଏବେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ବାସୁଦେବପୁର ବ୍ଲକର ୯ ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୨ ପଞ୍ଚାୟତ ମୋଟ ୧୧ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ଯାତାୟାତରେ କଟକଣା ଜାରି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସ୍ଥା କରାଯାଇଛି। ୩ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ୮ କରୋନା ରୋଗୀଙ୍କ କଲିକତା ଲିଙ୍କ୍‌ ଥିବା କୁହାଯାଇଛି। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ପଶ୍ଚିମବଙ୍ଗରୁ ଲୋକେ ମାଲବାହୀ ଗାଡ଼ି, କଣ୍ଟେନର, ମାଛଗାଡ଼ି ଯୋଗେ ଭଦ୍ରକ ଜିଲାକୁ ଅବାଧରେ ପ୍ରବେଶ କରୁଛନ୍ତି। ଗୁରୁବାର ଏକ କଣ୍ଟେନର ଯୋଗେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭଦ୍ରକକୁ ଆସିଥିବା ଜଣାପଡ଼ିଛି। ରାଣୀତାଲ ବଜାର ନିକଟରେ ଲୋକମାନେ ଉକ୍ତ କଣ୍ଟେନର୍‌କୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ଯାଞ୍ଚ କରିବା ବେଳେ କଣ୍ଟେନର୍‌ ଭିତରେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଥିବା ଜାଣିବାକୁ ପାଇଥିଲେ। ଏନେଇ ପୋଲିସ ଓ ପ୍ରଶାସନକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। କିନ୍ତୁ ପୋଲିସ କିମ୍ବା ପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିଲେ। ରାଣୀତାଲଠାରେ ଅଟକି ରହିଥିବା ଉକ୍ତ କଣ୍ଟେନର ଧାମନଗର ଅଭିମୁଖେ ଚାଲିଯାଇଥିଲା। ଜିଲା ପ୍ରଶାସନର ତଥ୍ୟ ମୁତାବକ ଭଦ୍ରକ ଜିଲାରେ ମାର୍ଚ୍ଚ ୨୨ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ୮ଶହ ରୁ ଊର୍ଦ୍ଧ୍ୱ କଲିକତା ଫେରନ୍ତା ଚିହ୍ନଟ ହୋଇଥିବା କୁହାଯାଇଛି। କିନ୍ତୁ ପ୍ରାୟ ୧୫ଶହରୁ ଊର୍ଦ୍ଧ୍ୱ ଏହି ସଂଖ୍ୟା ହେବ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ୩୧୯ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୮ ଜଣଙ୍କ ରିପୋର୍ଟ ଆସିସାରିଛି। ଏହି ୧୯୮ ମଧ୍ୟରୁ ୮ ପଜିଟିଭ ଥିବା ସୂଚନା ମିଳିଛି। ଏଣୁ କଲିକତାରୁ ଆସିଥିବା ଲୋକମାନଙ୍କ ତୁରନ୍ତ ରକ୍ତ ପରୀକ୍ଷା କରାଯାଇ କରୋନା ଚିହ୍ନଟ କରାଯିବା ପାଇଁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଅଘଟଣ: ସ୍ବାଧୀନତା ଦିବସ ପାଳନ କରିବାକୁ ଆସୁଥିବାବେଳେ ଛାତ୍ରୀଛାତ୍ରଙ୍କୁ ପିଟିଲା କାର୍

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼-ବରପାଲି ରାସ୍ତାର ସରସରା ନିକଟରେ ଶନିବାର ସକାଳୁ ଏକ ସଡ଼କ ଦୁର୍ଘଟଣା ଘଟିଛି। ବିଦ୍ୟାଳୟକୁ ସ୍ବାଧୀନତା ଦିବସ ପାଳନ ପାଇଁ ସାଇକେଲ ଯୋଗେ ଆସୁଥିବା…

ପାଟଣା ବ୍ଲକ୍‌ସ୍ତରୀୟ ସ୍ୱାଧୀନତା ଦିବସ: ଦେଶ ସେବା ପାଇଁ ଆହ୍ୱାନ ଦେଲେ ବିଧାୟକ

ପାଟଣା, ୧୫/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଶନିବାର ପାଟଣା ମୁଖ୍ୟାଳୟ ଷ୍ଟାଡିୟମ୍‌ରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି।…

ଦିଗପହଣ୍ଡିରେ ୮୦ ତମ ସ୍ବାଧିନତା ଦିବସ: ଜାଣନ୍ତୁ କିଏ କେଉଁଠି କଲେ ପତାକା ଉତ୍ତୋଳନ

ଦିଗପହଣ୍ଡି,୧୫|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ମାନଙ୍କରେ ଥିବା ସମସ୍ତ ସ୍କୁଲ,କଲେଜ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଶନିବାର…

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା: ନିଲାମ ହେଲା ପ୍ରସିଦ୍ଧ ଶୁଖୁଆ ହାଟ, ବର୍ଷକୁ ନିଲାମଧାରୀ ଦେବେ ଏତିକି ଟଙ୍କା…

ଗଞ୍ଜାମ,୧୫ା୮(ବିଦ୍ୟାଧର ସାହୁ): ଦୀର୍ଘଦିନର ଦାବି ପରେ ଶେଷରେ ନିଲାମ ହୋଇଛି ଜିଲା ପ୍ରସିଦ୍ଧ ହୁମା ସାପ୍ତାହିକ ଶୁଖୁଆ ହାଟ। ଶୁକ୍ରବାର ପୂର୍ବାହ୍ନରେ ଏହି ନିଲାମ ପ୍ରକ୍ରିୟା ଆରମ୍ଭ…

ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ପତାକା ଉତ୍ତୋଳନକଲେ ବ୍ଲକ୍‌ ଅଧ୍ୟକ୍ଷ: ପ୍ରଥମ ଥର ପାଇଁ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହେଲିପ୍ୟାଡ୍‌ ପଡ଼ିଆରେ ବ୍ଲକ୍‌ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଜାତୀୟ…

ଖବର ପ୍ରକାଶ ପରେ ମୁଖ୍ୟ ରାସ୍ତାରୁ ହଟିଲା ହମ୍ପ୍‌ସ, ସ୍ବାଗତ କରି ବୁଦ୍ଧିଜୀବୀ କହିଲେ…

ଦିଗପହଣ୍ଡି,୧୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଚିକିଟି-ନୂଆପଡ଼ା ମୁଖ୍ୟରାସ୍ତା ମେଡିକାଲ ଛକ ସାହାଣୀ ସାହି ନିକଟରେ ଅବୈଜ୍ଞାନିକ ଭାବେ ତିଆରି କରାଯାଇଥିବା ବେଆଇନ ହମ୍ପ୍‌ସରେ ଗତ…

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri