ସୀମାରେ ସୁରକ୍ଷା ବ୍ୟବସ୍ଥା ଢିଲା: ପଶ୍ଚିମବଙ୍ଗରୁ କଣ୍ଟେନର୍‌ରେ ଆସୁଛନ୍ତି ଲୋକେ

ଭଦ୍ରକ ଅଫିସ, ୨୩ା୪-ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଭଦ୍ରକ ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ଜିଲାରେ ଏବେ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି। ବାସୁଦେବପୁର ବ୍ଲକର ୯ ପଞ୍ଚାୟତ ଓ ଭଣ୍ଡାରିପୋଖରୀ ବ୍ଲକର ୨ ପଞ୍ଚାୟତ ମୋଟ ୧୧ ପଞ୍ଚାୟତରେ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇ ଯାତାୟାତରେ କଟକଣା ଜାରି କରାଯାଇଛି। ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସ୍ଥା କରାଯାଇଛି। ୩ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ୮ କରୋନା ରୋଗୀଙ୍କ କଲିକତା ଲିଙ୍କ୍‌ ଥିବା କୁହାଯାଇଛି। ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ଢିଲା ଯୋଗୁ ପଶ୍ଚିମବଙ୍ଗରୁ ଲୋକେ ମାଲବାହୀ ଗାଡ଼ି, କଣ୍ଟେନର, ମାଛଗାଡ଼ି ଯୋଗେ ଭଦ୍ରକ ଜିଲାକୁ ଅବାଧରେ ପ୍ରବେଶ କରୁଛନ୍ତି। ଗୁରୁବାର ଏକ କଣ୍ଟେନର ଯୋଗେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଭଦ୍ରକକୁ ଆସିଥିବା ଜଣାପଡ଼ିଛି। ରାଣୀତାଲ ବଜାର ନିକଟରେ ଲୋକମାନେ ଉକ୍ତ କଣ୍ଟେନର୍‌କୁ ଅଟକାଇଥିଲେ। ସ୍ଥାନୀୟ ଲୋକେ ଯାଞ୍ଚ କରିବା ବେଳେ କଣ୍ଟେନର୍‌ ଭିତରେ ୧୨ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଥିବା ଜାଣିବାକୁ ପାଇଥିଲେ। ଏନେଇ ପୋଲିସ ଓ ପ୍ରଶାସନକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ। କିନ୍ତୁ ପୋଲିସ କିମ୍ବା ପ୍ରଶାସନର କୌଣସି ଅଧିକାରୀ ସେଠାରେ ପହଞ୍ଚି ନ ଥିଲେ। ରାଣୀତାଲଠାରେ ଅଟକି ରହିଥିବା ଉକ୍ତ କଣ୍ଟେନର ଧାମନଗର ଅଭିମୁଖେ ଚାଲିଯାଇଥିଲା। ଜିଲା ପ୍ରଶାସନର ତଥ୍ୟ ମୁତାବକ ଭଦ୍ରକ ଜିଲାରେ ମାର୍ଚ୍ଚ ୨୨ତାରିଖଠାରୁ ବର୍ତ୍ତମାନ ସୁଦ୍ଧା ୮ଶହ ରୁ ଊର୍ଦ୍ଧ୍ୱ କଲିକତା ଫେରନ୍ତା ଚିହ୍ନଟ ହୋଇଥିବା କୁହାଯାଇଛି। କିନ୍ତୁ ପ୍ରାୟ ୧୫ଶହରୁ ଊର୍ଦ୍ଧ୍ୱ ଏହି ସଂଖ୍ୟା ହେବ ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ ୩୧୯ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୧୯୮ ଜଣଙ୍କ ରିପୋର୍ଟ ଆସିସାରିଛି। ଏହି ୧୯୮ ମଧ୍ୟରୁ ୮ ପଜିଟିଭ ଥିବା ସୂଚନା ମିଳିଛି। ଏଣୁ କଲିକତାରୁ ଆସିଥିବା ଲୋକମାନଙ୍କ ତୁରନ୍ତ ରକ୍ତ ପରୀକ୍ଷା କରାଯାଇ କରୋନା ଚିହ୍ନଟ କରାଯିବା ପାଇଁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାହିଁ ନାହିଁର ଗାଁ ଭଣ୍ଡାରିଗଡ଼ିଆ

କୋରେଇ,୮ା୪(ଡି.ଏନ.ଏ.): ଯାଜପୁର ଜିଲା କୋରେଇ ବ୍ଲକ ସାଦକପୁର ପଞ୍ଚାୟତର ୧୪ ନଂ. ୱାର୍ଡର ଭଣ୍ଡାରୀଗଡ଼ିଆ ଗାଁ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ବ୍ଲକ କାର୍ଯ୍ୟାଳୟ ନିକଟରେ...

‘ଦରଦ ଥିଲେ ମନ୍ତ୍ରୀ, ବିଧାୟକ ମଣ୍ଡିରେ ଶୁଅନ୍ତୁ’

ଭବାନୀପାଟଣା, ୧୪।୧: କଳାହାଣ୍ଡି ଜିଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯଦି ପ୍ରକୃତରେ ଦରଦ ଅଛି ତେବେ କଳାହାଣ୍ଡି ଗସ୍ତରେ ଆସିଥିବା ୭୦ଜଣ ବିଧାୟକ ଓ ୧୨ଜଣ ମନ୍ତ୍ରୀଙ୍କୁ...

ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୮।୨: ପୁରୀ ଶ୍ରୀମନ୍ଦିରରେ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀଜିଉଙ୍କୁ...

ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ...

ପ୍ରୋ-ମିନେରାଲ କାରଖାନା ଚାଲୁ କରିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ପଞ୍ଚାୟତବାସୀ

ଝୁମ୍ପୁରା, ୮ା୨(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ବସନ୍ତପୁର ପଞ୍ଚାୟତରେ ଅବସ୍ଥିତ ପ୍ରୋ-ମିନେରାଲ କାରଖାନା ଚଳାଇବାକୁ ବସନ୍ତପୁର, ନୟାଗଡ ଏବଂ ମଲଦା ପଞ୍ଚାୟତବାସୀ ଦାବି କରିଛନ୍ତି। ପଞ୍ଚାୟତବାସୀଙ୍କ ଜୀବନଜୀବିକା କଥାକୁ...

ବସ୍‌ ଓଲଟି ୩୦ରୁ ଊର୍ଦ୍ଧ୍ୱ ଆହତ: ୨ ଗୁରୁତର

ଢେଙ୍କାନାଳ ଅଫିସ,୨୨।୩: ଢେଙ୍କାନାଳ ଜିଲା ସଦର ଥାନା ବଣସିଂମେଡିକାଲ ଛକ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ମା ସମଲେଈ ନାମକ ଏକ ଯାତ୍ରୀ ବାହି ବସ୍‌ ଦୁର୍ଘଟଣାଗ୍ରସ୍ତ...

ୟାକୁବଙ୍କୁ ୭ଦିନିଆ ରିମାଣ୍ଡରେ ନେଲା ପୋଲିସ

କଟକ ଅଫିସ, ୧୪।୪: ଏସ୍‌ସିବିରୁ ଫେରାର ଗ୍ୟାଙ୍ଗ୍‌ଷ୍ଟର ହାଇଦରଙ୍କ ସହଯୋଗୀ ୟାକୁବ ଖାନ୍‌ଙ୍କୁ ମଙ୍ଗଳବାର କମିଶନରେଟ ପୋଲିସ ୭ଦିନିଆ ରିମାଣ୍ଡରେ ନେଇଛି। ୟାକୁବ୍‌ ସୋମବାର ଚାଉଳିଆଗଞ୍ଜ...

ପାଣି ଘେରରେ ୨୦ରୁ ଊର୍ଦ୍ଧ୍ୱ ଗାଁ 

ବାଲୁଗାଁ ,୧୮ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଚିଲିକା ବ୍ଲକ ଅଧୀନ ୨୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀରେ ରହିଥିବା ବେଳେ ଏକାଧିକ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ବର୍ଷା...

Advertisement
Archives

Model This Week