ସୀମାନ୍ତ ଚେକ୍‌ ପଏଣ୍ଟ ପରିଦର୍ଶନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୪ା୫: ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଆନ୍ଧ୍ର-ଓଡ଼ିଶା ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା ରବିବାର ରାତିରେ ସୀମାନ୍ତ କେରେଡ଼ା ଚେକ୍‌ ପଏଣ୍ଟ ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ବିନା ପାସ୍‌ରେ ବାହାରୁ କୌଣସି ଯାନବାହନ ଏବଂ ବ୍ୟକ୍ତିଙ୍କ ଜିଲା0 ମଧ୍ୟକୁ ପ୍ରବେଶ ନିଷେଧ କରାଯାଇଛି। ଚେକ୍‌ ପଏଣ୍ଟରେ ପାସ୍‌ ଯାଞ୍ଚ କରାଯିବା ପରେ ହିଁ ଜିଲା ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ସୀମାନ୍ତ ନଦୀତଟରୁ କେତେକ ଲୋକ ଜିଲାରେ ପ୍ରବେଶ କରୁଥିବା ନେଇ ଅଭିଯୋଗ ହେବା ପରେ ଜିଲାପାଳ ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ପିଡି ଅମୃତ ଋତୁରାଜ, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିର୍ଜାପାଲି ସମିତି ସଭ୍ୟ ଉପନିର୍ବାଚନ: ଚୌଧୁରୀ ଭୁଏ ବିଜୟୀ

କେସିଙ୍ଗା,୨୮।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ସିର୍ଜାପାଲି ପଞ୍ଚାୟତରେ ହୋଇଥିବା ସମିତି ସଭ୍ୟ ନିର୍ବାଚନ ଫଳାଫଳ ଗୁରୁବାର ପ୍ରକାଶ ପାଇଛି। ଆଜି ସକାଳେ ଭୋଟ ଗଣତି...

ଆଇତିପୁରରେ ଅଗ୍ନିକାଣ୍ଡ : ଜଳିଗଲା ୨ ବଖରା

ମହାକାଳପଡ଼ା,୧୧।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବଡ଼କୂଳ ପଞ୍ଚାୟତ ଆଇତିପୁର ଗ୍ରାମର କାଙ୍ଗାଳି ପ୍ରଧାନଙ୍କ ଘରେ ସୋମବାର ପୂର୍ବାହ୍ନରେ ନିଆଁ ଲାଗି ଦୁଇ ବଖରା...

ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି

ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି...

ଗ୍ୟାରେଜ ଭିତରକୁ ପଶିଗଲା ଟ୍ରକ୍‌, ଚାଳକ ଗୁରୁତର

ପାଟଣା,୨ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ନିହ୍ନୁଆ ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଏକ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ...

କଟକଣା ମଧ୍ୟରେ ହୋଲି ମନାଇଲେ କଟକବାସୀ

କଟକ ଅଫିସ,୨୯।୩: ଭାଇଚାରାର ସହର କଟକରେ ସୋମବାର ରଙ୍ଗର ପର୍ବ ହୋଲି ପାଳିତ ହୋଇଯାଇଛି। ଚଳିତ ବର୍ଷ କରୋନା କଟକଣା ହୋଲିକୁ ଫିକା କରିଦେଇଛି। ଲୋକେ...

ବାଣ ପେଟି ଧରି ଗାଁମୁହାଁ

ଅନୁଗୋଳ ଅଫିସ, ୪।୧୧ – ଦୀପାବଳିରେ ବାଣ ବିକ୍ରି ଓ ଫୁଟାଯିବା ଉପରେ ସରକାର ମଙ୍ଗଳବାର ସମ୍ପୂର୍ଣ୍ଣ କଟକଣା ଲଗାଇବା ପରେ ଅନୁଗୋଳ ଜିଲାର ବାଣ...

ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ...

ସେବା, ସମର୍ପଣ ଦ୍ୱାରା ରାଷ୍ଟ୍ରର ଉତ୍‌ଥାନ ସମ୍ଭବ

ବରଗଡ଼ ଅଫିସ୍‌, ୫।୭-ବରଗଡ଼ରେ ଓଡ଼ିଶା ପ୍ରାନ୍ତ ଭାରତ ବିକାଶ ପରିଷଦର ନୂତନ ଶାଖା ଉଦ୍‌ଘାଟିତ ହୋଇଛି। ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ସୁରେଶ ଜୈନ ଓ ସହ...

Advertisement
Archives

Model This Week