ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଓଡ଼ିଶାର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କର ଅନୁଭୂତିରୁ କିଛି।

ବାଲେଶ୍ୱରରେ କାର୍ଯ୍ୟକ୍ରମ ଥାଏ। ବର୍ଷ କି ମାସ ମନେ ନାହିଁ। ପୂଜାପାର୍ବଣ ଅବସରରେ ସେଠାରେ ଏକ ମଞ୍ଚରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲି। ଭଜନ ଗାଇବା ପରେ ପବ୍ଲିକ ଡିମାଣ୍ଡ ହେଲା, ସୀତା ଲୋ ଆଜି ଜଳୁଛି ଯାହାର ଚିତାଲୋ… ଗୀତ ଗାଇବାକୁ। ଥରେ ଗାଇଲି, ଉପସ୍ଥିତ ଶ୍ରୋତା ପୁଣିଥରେ ଗାଇବାକୁ କହିଥିଲେ। ଲଗାତର ୪ ଥର ଗାଇଥିଲି। ତଥାପି ଲୋକମାନେ ନଛୋଡ଼ବନ୍ଦା। ଆହୁରି ଥରେ ଗାଇବାକୁ ପବ୍ଲିକ ଡିମାଣ୍ଡ ରହିଲା। ଆୟୋଜକମାନେ ମଧ୍ୟ ମୋତେ କିଛି କହିପାରୁ ନ ଥାନ୍ତି। ଲୋକଙ୍କ ମନ ଦୁଃଖ କରି ମଞ୍ଚରୁ ଓହ୍ଲାଇ ଆସିବାକୁ ମୋତେ ଭଲ ଲାଗେନି। ସୀତା ଲୋ… ଗୀତକୁ ଲଗାତର ଭାବେ ଗାଇବାର ଶକ୍ତି ଆଉ ମୋ ପାଖରେ ବି ନ ଥିଲା। ଏଣୁ ଉପସ୍ଥିତ ବୁଦ୍ଧି ଖଟାଇ ମୋର ଜଣେ ବନ୍ଧୁ ରେକର୍ଡ ହୋଇଥିବା ଏହି ଗୀତକୁ ବଜାଇଲେ। କେବଳ ଷ୍ଟେଜରେ ଛିଡ଼ାହୋଇ ମିଛିମିଛିକା ଗାଇବାର ଅଭିନୟ କଲି। ଏପରି ହେଲା ରେକର୍ଡ ହୋଇଥିବା ଗୀତଟି ମଧ୍ୟ ମାଇକରେ ୩ଥର ବାଜିଲା। ସେ ଦିନ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ମନେମନେ ଭାବୁଥାଏ, ଏ ଗୀତରେ ଏପରି କ’ଣ ଅଛି? ଯେତେଥର ଗାଇଲେ ବି ଲୋକମାନେ ବାରମ୍ବାର ଶୁଣିବାକୁ ପସନ୍ଦ କରୁଛନ୍ତି। ଏହି ପ୍ରଶ୍ନର ଉତ୍ତର ଆଜିଯାଏଁ ବି ପାଇନି ଓ ମୋ ମନ ବି ଏହି ଗୀତକୁ ନେଇ ଅନେକଥର ଆନ୍ଦୋଳିତ ହୋଇଥିଲା ଓ ଏବେ ବି ହେଉଛି।
ସୀତା ଲୋ ଗୀତ ହିଁ ଟି ସୌରୀଙ୍କୁ ଓଡ଼ିଆ ସଙ୍ଗୀତ ଦୁନିଆରେ କେମିତି ପ୍ରଥମ ପରିଚୟ ଦେଇଥିଲା ସେହି ଅନୁଭୂତିକୁ ନେଇ କୁହନ୍ତି, ମୋ ଘର ତାଳଚେର ଅଞ୍ଚଳରେ। ଅନୁଗୋଳ କଲେଜରେ ପଢ଼ିବା ସମୟରେ ସାଙ୍ଗମାନଙ୍କ ସହ ମିଶି ମେଲୋଡିିି କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଅନେକ ସମୟରେ କାର୍ଯ୍ୟକ୍ରମ କରିବାକୁ ଯାଉ। କଟକରେ କାଳୀ ପୂଜା ସମୟରେ ଦିନେ ହଠାତ୍‌ ଫୋନ କଲ୍‌ ଆସିଥିଲା ଓ ଏଥିରେ କାଫଲାବଜାରରେ ହେଉଥିବା ପୂଜାମଣ୍ଡପ ନିକଟରେ ଗୀତ ଗାଇବାକୁ ମୋତେ ନିମନ୍ତ୍ରଣ କରାଯାଇଥିଲା। ମଞ୍ଚରେ ହାଇପିଚ୍‌ର ହିନ୍ଦୀ ଭଜନ ମୁଁ ଗାଇଥିଲି। ମଞ୍ଚଠାରୁ ଅଳ୍ପ ଦୂରରେ ରହୁଥିଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। କାର୍ଯ୍ୟକ୍ରମ ସରିବା ପରେ ସେ ମୋତେ ଭେଟି ଏକ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ। ଏହି ଗୀତଟି ହିଁ ଥିଲା ଉଦଣ୍ଡୀ ସୀତା ଚଳଚ୍ଚିତ୍ରର ସୀତା ଲୋ…। ବାସ୍‌ ଥରକରେ ଗୀତଟି ଡବିଂ ହୋଇଥିଲା ଓ ଏହା ପରଠାରୁ ମୋ ସଙ୍ଗୀତ ଜଗତର ଯାତ୍ରା ଅଟକିନି।
ରିପୋର୍ଟ- କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରଥିଲେ ଡିମ୍ପଲ୍‌

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ୍‌ କପାଡ଼ିଆ ଶନିବାର ୬୨ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ହଟ୍‌ ବିକିନି ପିନ୍ଧିବା ପଡିଲା ମହଙ୍ଗା: ଅଭିନେତ୍ରୀ ବାଣୀ କପୁରଙ୍କ ନାଁରେ ମାମଲା ରୁଜୁ

ବଲିଉଡ୍‌ ଅଭିନେତ୍ରୀ ବାଣୀ କପୁର ବିବାଦରେ ଫଶିଯାଇଛନ୍ତି। ବାଣୀଙ୍କ ଏକ ଫଟୋକୁ ନେଇ ମୁମ୍ବାଇର ଏକ ଥାନାରେ ମାମଲା ରୁଜୁ ହୋଇଛି। ନିକଟରେ ନିଜ ଇନଷ୍ଟାଗ୍ରାମରେ...

ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ ଶୁଟିଂ

ମୁମ୍ବାଇ: ଜର୍ଜିଆରେ ‘କାର୍‌ଗିଲ ଗର୍ଲ’ର ଶୁଟିଂ ହେବ। ଏଥିପାଇଁ ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଅଙ୍ଗଦ ବେଦୀ ପୂରା ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।...

ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କଲେ ଝିଅ ନିତାରା

ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ...

ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ...

ଅର୍ଜୁନଙ୍କ ପିଲାଦିନର ଫଟୋ ଦେଖି ମଲାଇକା ଦେଲେ ଏମିତି କମେଣ୍ଟ

ଅର୍ଜୁନ କପୁର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌ ରହୁଛନ୍ତି। ଏବେ ତାଙ୍କର ଏକ ପିଲାଦିନ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ସେ ଏକ ଖେଳନା...

ଧୂମଧାମରେ ଜନ୍ମଦିନ ପାଳିଲେ ତୈମୁର

ବଲିଉଡ ଅଭିନେତା ସୈଫ ଅଲୀ ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ୩ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପଟ୍ଟୌଦୀ ପ୍ୟାଲେସରେ...

ଇଡି କାର୍ଯ୍ୟାଳୟରେ ରାଜ କୁନ୍ଦ୍ରା

ମୁମ୍ବାଇ,୩୦।୧୦: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ଶିଳ୍ପପତି ରାଜ କୁନ୍ଦ୍ରା ବୁଧବାର ମୁମ୍ବାଇର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଛନ୍ତି। ପୂର୍ବରୁ ଇକ୍‌ବାଲ ମିର୍ଚ୍ଚି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *