‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌: କନ୍ଦେଇଲା – ହସେଇଲା – ରଗେଇଲା

ନିକଟରେ ବାଲେଶ୍ୱର ଶେରଗଡ଼ଠାରେ ବାଘାଯତୀନ ଲୋକନାଟ୍ୟର ପ୍ରଥମ ନାଟକ ‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଯୁବ ନାଟ୍ୟକାର ଅରୁଣ ନାୟକଙ୍କ ରଚିତ ଏହି ନାଟକଟି ଦର୍ଶକମାନଙ୍କୁ ଯେତିକି କନ୍ଦେଇଛି, ସେତିକି ହସେଇଛି। ଆଉ ସେତିକି ପରିମାଣରେ ରଗେଇଛି ମଧ୍ୟ। ଅରୁଣ ନାୟକଙ୍କ ପ୍ରତ୍ୟେକଟି ଡାଏଲଗ୍‌ ଛୁଇଁଛି ଦର୍ଶକମାନଙ୍କୁ; ଯାହାର ପ୍ରମାଣ ଥିଲା ଘନଘନ କରତାଳି। ଆଉ ସଂଳାପରେ ଭରି ହୋଇ ରହିଥିଲା ସମାଜକୁ ସଚେତନ କରିବାର ବାର୍ତ୍ତା। ଆମେ ଅନ୍ୟାୟକୁ ଦେଖି ଚୁପ୍‌ ରହିବାନି। ନିଜର ସ୍ବାର୍ଥ ଲାଗି ଲୋକମାନେ ଭୁଲ୍‌କୁ ଭୁଲ୍‌ ବୋଲି ଜାଣି ମଧ୍ୟ ନୀରବ ରହିଯାଆନ୍ତି। ମାତ୍ର ତାହା ହେଉଛି କାପୁରୁଷପଣିଆ। ଅନ୍ତତଃ ଭୁଲ୍‌ ବିରୋଧରେ ଥରୁଟେ ସ୍ବର ଉତ୍ତୋଳନ କରାଯିବା ଦରକାର। ଏହାକୁ ଥିମ୍‌ ଭାବରେ ନାଟକରେ ନେଇଥିଲେ ନାଟ୍ୟକାର। ଟ୍ୟୁଶନ୍‌ କରି ଘର ଚଳାଉଥିବା ଜଣେ ଯୁବତୀ ସାମ୍ନାରେ କିଛି ବଡ଼ଲୋକ ଘରର ପିଲା ଏକ ପାଗଳୀକୁ ବଳାତ୍କାର କରୁଛନ୍ତି। ତାହା ବିରୋଧରେ ସେ ସ୍ବର ଉତ୍ତୋଳନ କରୁଛି। ବାପା ତାକୁ ଘରୁ ବାହାର କରି ଦେଉଛନ୍ତି। ତଥାପି ଯୁବତୀଟି ପଛକୁ ଫେରୁନି। ସମୟକ୍ରମେ ଭଗବାନ ଭଳି ଜଣେ ବ୍ୟକ୍ତିଙ୍କୁ ଭେଟୁଛି ସେ। ତାଙ୍କରି ସହାୟତାରେ ସେ ପାଗଳୀକୁ ବଳାତ୍କାର କରାଯିବାର ପ୍ରତିଶୋଧ ନେଉଛି। ନାଟ୍ୟକାର ଅରୁଣ ନାୟକ ଏଥିରେ ତାଙ୍କ ସଂଳାପ ରଚନାର ପ୍ରତିଭାକୁ ଭରପୂର ପ୍ରୟୋଗ କରିଛନ୍ତି। ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରିର ଆକ୍ସନ୍‌ ଷ୍ଟାର ବାପି ପଣ୍ଡା। ବାପିଙ୍କ ଅଭିନୟ କେବଳ ମନଛୁଅଁା ନୁହେଁ; ରୋମାଞ୍ଚକର। ବାପିଙ୍କ ଡାଏଲଗ୍‌ ଶୁଣିଲେ ଦର୍ଶକଙ୍କ ହାତ ଯେ ମନକୁମନ ମୁଠାମୁଠା ହୋଇଯାଉଥିବ ଏକଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ନାଟକର ନିର୍ଦ୍ଦେଶନାଭାର ସମ୍ଭାଳିଛନ୍ତି ଉଦୀୟମାନ ଯୁବ ନିର୍ଦ୍ଦେଶକ ମହେଶ ହାଜରା। ନୂଆ ଶୈଳୀର ଡିରେକ୍‌ସନ୍‌ ନାଟକଟିକୁ ଫିଲ୍ମିକ୍‌ (ସିନେମା ଭଳି) କରି ତୋଳିଛି। ଲୋକମାନଙ୍କୁ ଗୋଟିଏ ରାତି ଅନିଦ୍ରା କରି ରଖିବା ପାଇଁ ଯାହା ବି ଦରକାର ସେଭଳି ଟେକ୍ନିକ୍‌ ପ୍ରୟୋଗ କରିଛନ୍ତି ନିର୍ଦ୍ଦେଶକ ମହେଶ। ମୋଟାମୋଟି ଭାବରେ କହିବାକୁ ଗଲେ ନାଟ୍ୟକାର ଅରୁଣ ନାୟକ, ନିର୍ଦ୍ଦେଶକ ମହେଶ ହାଜରା ଏବଂ ଆକ୍ସନଷ୍ଟାର ବାପି ପଣ୍ଡା ‘ସୀତାର ଜଳୁଛି ଚିତା’କୁ ଏ ବର୍ଷର ସଫଳ ନାଟକ ରୂପେ ଗଢ଼ି ତୋଳିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସ (ଟିଟନ୍‌)ଙ୍କ ଗୀତ ଗୁଡ଼ିକ (ବିଶେଷ କରି ଟାଇଟଲ୍‌ ଟ୍ରାକ୍‌) ବେଶ୍‌ ମନଛୁଅଁା। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଯାତ୍ରା ସିଜନ୍‌ରେ ଅରୁଣ ନାୟକ ଓ ମହେଶ ହାଜରା ବାଘାଯତୀନ୍‌ ଲୋକନାଟ୍ୟ ପାଇଁ ‘ମୃତ୍ୟୁଦଣ୍ଡ’ ନାଟକ ପ୍ରସ୍ତୁତ କରି ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଭ୍ୟାଲେଣ୍ଟାଇନ୍‌ ଡେ’ର ଦିନକ ପୂର୍ବରୁ ଏକା ହୋଇଗଲେ ହ୍ରିତିକ୍‌! ସବାଙ୍କ ସହ ବ୍ରେକ୍‌ଅପ୍‌ ନେଇ…

ମୁମ୍ବାଇ: ବଲିଉଡର ‘ଗ୍ରୀକ ଗଡ୍‌’ ହ୍ରିତିକ ରୋଶନ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ। ଏହା ପଛରେ ରହିଛି ତାଙ୍କର ଏକ ରହସ୍ୟମୟ ସୋସିଆଲ ମିଡିଆ ପୋଷ୍ଟ ।…

ରଣବୀର ସିଂହଙ୍କୁ ହତ୍ୟା ନୁହେଁ, ଏମିତି ଧମକ ଦେଲେ ବିଷ୍ନୋଇ ଗ୍ୟାଙ୍ଗ, କହିଲେ..

ମୁମ୍ବାଇ,୧୩।୨: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ଘର ବାହାରେ ଗୁଳିକାଣ୍ଡ ପରେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ବଲିଉଡ ଅଭିନେତା ରଣବୀର ସିଂହ ଏବଂ ରୋହିତ ଶେଟ୍ଟୀଙ୍କୁ ଏକ…

ଚମତ୍କାର ଅଭିନୟ ପରେ MBBS ଡିଗ୍ରୀ ହାସଲ କଲେ ଏହି ଅଭିନେତ୍ରୀ: ଚାରିଆଡ଼ୁ ପ୍ରଶଂସା

‘ପୁଷ୍ପା-୨’ର ଆଇଟମ ଗୀତଟି ବହୁତ ହିଟ ହୋଇଥିଲା। ଏଥିରେ ଅଭିନୟ କରିଥିବା ନାୟିକା ରାତାରାତି ନ୍ୟାଶନାଲ କ୍ରଶ୍‌ ପାଲଟିଯାଇଥିଲେ। ଏହି ସୁନ୍ଦରୀ ଆଉ କେହି ନୁହଁନ୍ତି, ସେ…

ଉଦିତ ନାରାୟଣଙ୍କ ପ୍ରଥମ ପତ୍ନୀଙ୍କ ବଡ଼ ଖୁଲାସା, ଜୋରଜବରଦସ୍ତ ଗର୍ଭପାତ…

ନୂଆଦିଲ୍ଲୀ,୧୨ା୨: ପ୍ରସିଦ୍ଧ ବଲିଉଡ୍ ପ୍ଲେବ୍ୟାକ୍ ଗାୟକ ଉଦିତ ନାରାୟଣ ପୁଣି ଥରେ ବିବାଦରେ ଫସିଛନ୍ତି । ତାଙ୍କ ପ୍ରଥମ ପତ୍ନୀ ରଞ୍ଜନା ବିହାରର ସୁପୌଲ ଜିଲାର ମହିଳା…

ନାଣ୍ଡୁ ବାବୁ-ସାଇ ବିବାଦରେ ପୂର୍ଣ୍ଣଛେଦ: ମା’ବାପାଙ୍କ ଉପସ୍ଥିତରେ…

ଭୁବନେଶ୍ୱର,୧୨ା୨ (ସୌମ୍ୟରଞ୍ଜନ ରାଉତ):ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍‌ ନାଣ୍ଡୁ ବାବୁ ଓ ଯାତ୍ରା ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡାଙ୍କ ବିବାଦରେ ପୂର୍ଣ୍ଣଛେଦ ପଡ଼ିଛି।…

ରାଜପାଲ ଯାଦବଙ୍କୁ ସହାୟତାର ହାତ ବଢ଼ାଇଲେ ସଲମାନ ଓ ଅଜୟ, ଗୁରୁବାର ଜାମିନ ଶୁଣାଣି

ମୁମ୍ବାଇ,୧୧।୨: ବିଷଣ ଆର୍ଥିକ ସଂକଟରେ ଫସିଥିବା ରାଜପାଲ ଯାଦବଙ୍କୁ ସହଯୋଗ ପାଇଁ ଆଗେଇ ଆସିଛି ବଲିଉଡ। ଚେକ୍-ବାଉନ୍ସ ମାମଲାରେ ୬ ମାସର ଜେଲ ଦଣ୍ଡାଦେଶ ପରେ ଗତ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri