Posted inଖେଳ

ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ପୁଣେ,୧୦।୧୦ (ପି.ଟି.)- ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏମ୍‌ସିଏ) ଗ୍ରାଉଣ୍ଡରେ ଗୁରୁବାରଠାରୁ ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ଚଳିତ ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ସିରିଜ ବିଜୟଠାରୁ ଆଉ ଗୋଟିଏ ପାଦ ଦୂରରେ ରହିଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ପ୍ରଥମ ମ୍ୟାଚ୍‌ରେ ୨୦୩ ରନରେ ବିଜୟୀ ହୋଇ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଏହି ମ୍ୟାଚ୍‌ର ଗୁରୁତ୍ୱ ବଢ଼ିଯାଇଛି। ଦ୍ୱିତୀୟ ଟେଷ୍ଟ ଜିତି ଭାରତ ସିରିଜ୍‌ ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ ଜିତି ସିରିଜ ବଞ୍ଚାଇବାକୁ ପ୍ରୟାସ କରିବ। ବିଶାଖାପାଟଣାରେ ପ୍ରଥମ ଟେଷ୍ଟ ବିଜୟ ଭାରତର ଆତ୍ମ ବିଶ୍ୱାସକୁ ଦ୍ୱିଗୁଣିତ କରିଛି। ଭାରତ ଏବେ ଏହି ସଫଳତା ତଥା ପ୍ରଦର୍ଶନକୁ ବଜାୟ ରଖିବାକୁ ଚେଷ୍ଟା କରିବ। ଏହି ପ୍ରଦର୍ଶନଠାରୁ ଅଧିକ ଭଲ କରିବା କଷ୍ଟକର ହୋଇଥିଲେ ମଧ୍ୟ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଦ୍ୱିତୀୟ ମ୍ୟାଚ୍‌ରେ ଅଧିକ କିଛି ନୂଆ କରିଦେଖାଇବାକୁ ଚେଷ୍ଟା କରିବ। ପ୍ରଥମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର ଦୁର୍ବଳତା ପଦାରେ ପଡିଛି। ପୂରା ୫ଦିନ ଧରି ଖେଳିବା ଏବେ ଦକ୍ଷିଣ ଆଫ୍ରିକା ପାଇଁ ଏକ ପ୍ରକାର ଅସମ୍ଭବ ହୋଇ ପଡିଛି।
ଓପନର ହିସାବରେ ଟେଷ୍ଟ ପଦାର୍ପଣରେ ତାରକା ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଟେଷ୍ଟରେ ସେ ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ଚୟନକର୍ତ୍ତା ଓ ଟିମ୍‌ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ଯଥାର୍ଥ ବୋଲି ପ୍ରମାଣିତ କରିଛନ୍ତି। ରୋହିତ ପ୍ରଥମ ଇନିଂସରେ ୧୭୬ ଓ ଦ୍ୱିତୀୟ ଇନିଂସରେ ୧୨୭ ରନର ଶତକୀୟ ପାଳି ଖେଳି ଭାରତ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। କୋହଲି ଓ ହେଡ୍‌ କୋଚ୍‌ ରବି ଶାସ୍ତ୍ରୀ ରୋହିତଙ୍କୁ ଓପନିଂ କରିବାର ସୁଯୋଗ ଦେବା ରଣନୀତି ବେଶ୍‌ କାମ ଦେଇଛି। ସେହିପରି ଯୁବ ଓପନର ମୟଙ୍କ ଅଗ୍ରଓ୍ବାଲ ୨୧୫ ରନର ଦ୍ୱିତଶକୀୟ ପାଳି ଖେଳି କୋଚ୍‌ ଓ ଅଧିନାୟକଙ୍କ ବିଶ୍ୱାସଭାଜନ ହେବା ସହ ଦଳରେ ସ୍ଥାନ ମଜଭୁତ କରିଛନ୍ତି। ଏଥି ସହିତ ଘରୋଇ ପରିବେଶ୍‌ ଭାରତ ଆଗକୁ ୪ଟି ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଓପନିଂ ଯୋଡି ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ବାଂଲାଦେଶ ବିପକ୍ଷରେ ମଧ୍ୟ ଭାରତ ୨ଟି ଟେଷ୍ଟ ଖେଳିବାର କାର୍ଯ୍ୟକ୍ରମ ରହିଛି। କୋହଲିଙ୍କ ସମେତ ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ ଓ ହନୁମା ବିହାରୀଙ୍କୁ ନେଇ ଗଠିତ ଭାରତୀୟ ବ୍ୟାଟିଂ ଲାଇନ୍‌ଅଫ୍‌ ବେଶ୍‌ ଦୃଢ ମନେହେଉଛି। ଯଦି ପିଚ୍‌ ବ୍ୟାଟିଂ ପାଇଁ ଅନୁକୂଳ ହୁଏ ତେବେ ଭାରତ ପୁଣି ବଡ଼ ସ୍କୋର ହାସଲ କରିବ।
ତେବେ ୨୦୧୭ର ଏହି ପିଚ୍‌ରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ନାଥନ ଲିୟନଙ୍କ ଭଳି ଜଣେ ଆଭରେଜ୍‌ ସ୍ପିନର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା ଦେଇଥିଲେ। ତେବେ ପୁଣି ଥରେ ଏଭଳି ବୋଲି ଆଶା କରାଯାଇ ନ ପାରେ। ପିଚ୍‌ କ୍ୟୁରେଟର ପାଣ୍ଡୁରାଙ୍ଗ ସାଲଗାଓକର ପୂର୍ବ ତ୍ରୁଟି ଦୋହରାଇବେ ନାହିଁ ବୋଲି ଆଶା କରାଯାଉଛି। ୨୦୧୭ରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ଏହି ପିଚ୍‌ ସେତେବେଳେ ନିମ୍ନମାନର ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଘୋଷଣା କରିଥିଲା। ପୁଣି ପିଚ୍‌ ଟ୍ୟାମ୍ପରିଂ ଅଭିଯୋଗରେ ସେ ୬ ମାସ ବାସନ୍ଦ ହୋଇଥିଲେ। ତେଣୁ ସେ ବର୍ତ୍ତମାନ କିଭଳି ପିଚ୍‌ ପ୍ରସ୍ତୁତ କରିଛନ୍ତି ତାହା କହିବା କଷ୍ଟକର। ତେବେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଏହି ମ୍ୟାଚ୍‌ରେ ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହେବେ।
ପ୍ରଥମ ଟେଷ୍ଟରେ ଶତକ ହାସଲ କରିଥିବା ଡିନ୍‌ ଏଲ୍‌ଗାର ଓ ଏଲିଗାଣ୍ଟ କ୍ୱିଣ୍ଟନ ଡିକକ୍‌ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ତେବେ ଏହି ପିଚ୍‌ରେ ସେ ଏହି ସଫଳତାକୁ ଦୋହରାଇବା କଷ୍ଟକର ହେବ। ଘରୋଇ ପରିବେଶରେ ଅଶ୍ୱିନ ଓ ଜାଡେଜା ବେଶ୍‌ ଭଲ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୮ ଉଇକେଟ ଅକ୍ତିଆର କରିଥିବା ବେଳେ ଜାଡେଜା ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ ଦେଖାଇଛନ୍ତି। ଦ୍ୱିତୀୟ ଇନିଂସରେ ପୁରୁଣା ବଲ୍‌ରେ ମହମ୍ମଦ ସାମି ରିଭର୍ସ ସୁଇଙ୍ଗ କରାଇ ଦଳକୁ ବିଜୟୀ କରାଇଥିଲେ। ଅଭିଜ୍ଞ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଦୁଇଟି ଯାକ ଇନିଂସରେ ଆଶାନୁରୂପ ପ୍ରଦର୍ଶନ କରି ନ ଥିଲେ। ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିକୁ ଅନୁଭୂତ ହେବାକୁ ଦେଇ ନାହାନ୍ତି।
ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହେବା ଆଶା କରାଯାଉନାହିଁ। ତେବେ ଦକ୍ଷିଣ ଆଫ୍ରିକା ଦଳରେ ପରିବର୍ତ୍ତନ କରିବା ନିଶ୍ଚିତ ମନେ ହେଉଛି। ସେନୁରାନ ମୁଥୁସାମି ଓ ଡେନ୍‌ ପିଟ୍‌ଙ୍କ ମଧ୍ୟରୁ ଜଣକୁ ଅନ୍ତିମ ଏକାଦଶରୁ ବାଦ୍‌ ଦିଆଯାଇପାରେ। ଏହି ଦୁଇ ସ୍ପିନରଙ୍କ ଧୁଲାଇ କରି ରୋହିତ ମ୍ୟାଚ୍‌ରେ ୧୩ଟି ଛକା ମାରିଥିଲେ। ମୁଥୁସାମିଙ୍କୁ ବାଦ୍‌ ଦେଲେ ବ୍ୟାଟ୍ସମ୍ୟାନ ଜୁବେର ହମ୍‌ଜାଙ୍କୁ ଦଳରେ ସାମିଲ କରାଯାଇପାରେ। ଯଦି ଡେନ୍‌ ପିଟ୍‌ ବାଦ୍‌ ପଡନ୍ତି ତେବେ ଲୁନ୍‌ଗି ଏନ୍‌ଗିଡିକୁ ଦଳରେ ସମାଲ କରାଯିବା ସମ୍ଭାବନା ରହିଛି। ପେସ୍‌ ଓ ମୁଭମେଣ୍ଟରେ ସେ ଭାରତୀୟ ବ୍ୟାଟ୍ସମ୍ୟାନକୁ ସମସ୍ୟାରେ ପକାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ଅପେକ୍ଷା ଦକ୍ଷିଣ ଆଫ୍ରିକା ପାଇଁ ଏହି ମ୍ୟାଚ୍‌ରେ ଅପେକ୍ଷାକୃତ ଅଧିକ ଚ୍ୟାଲେଞ୍ଜ ରହିଛି।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ହନୁମା ବିହାରୀ, ରିଦ୍ଧିମାନ ଶାହ (ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି।
ଦକ୍ଷିଣ ଆଫ୍ରିକା ଦଳ: ଫାଫ୍‌ ଡୁପ୍ଲେସି (ଅଧିନାୟକ), ଡନ୍‌ ଏଲଗାର, ଏଡେନ ମାରାକ୍ରାମ, ଥେଉନିସ ଡି ବ୍ରୁଇନ, ଟେମ୍ଭା ବଭୁମା, କ୍ୱିଣ୍ଟନ ଡି କକ୍‌ (ଉଇକେଟ କିପର), କାଗିସୋ ରାବାଡ଼ା, କେଶବ ମହାରାଜ, ଭର୍ନନ ଫିଲାଣ୍ଡର, ଲୁନ୍‌ଗି ଏନ୍‌ଗିଡି, ଡେନ୍‌ ପିଟ୍‌, ସେନୁରାନ ମୁଥୁସାମି, ଜୁବେର ହମ୍‌ଜା, ହେନରିଚ୍‌ କ୍ଲାସେନ ଓ ଅନରିଚ୍‌ ନୋର୍ଜ।
ମ୍ୟାଚ୍‌ ଆରମ୍ଭ: ସକାଳ ୯.୩୦
ସ୍ଥାନ: ପୁଣେ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri