ସିରିଜ ଚୋରି ଘଟଣା : ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର ଓ ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୧।୭: ସଦର ଥାନା ପୋଲିସ ଫେରାର ଥିବା ଏକ ପେସାଦାର ଚୋର ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଅପରାହ୍ନରେ ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ଟିଭିଏସ ସ୍କୁଟି,୨୫ ହଜାର ଟଙ୍କା, ୩ଟି ସୁନା ମୁଦି, ସୁନା କାନଫୁଲ ୨ ହଳ, ସୁନା କାନଝରା ୨ ଟି, ରୁପା ମୁଦି ୩ ଟି, ରୁପା ଗିନା ଗୋଟିଏ,ରୁପା ମୁଦ୍ରା ୩ଟି ଜବତ କରାଯାଇଛି। କେସ ନମ୍ବର ୧୪୬/୧୯ରେ ଅଭିଯୁକ୍ତ ରାମ ବେଳମାଙ୍କୁ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସଡିପିଓ ଜୟନ୍ତ ମହାପାତ୍ର ରବିବାର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଗତ ଜୁନ ୯ ତାରିଖରେ ଲୋଚାପଡ଼ା ଅଞ୍ଚଳରେ ରହୁଥିବା ଡାକ୍ତର ଭବାନୀ ଶଙ୍କର ଶତପଥୀଙ୍କ ଘରେ ଚୋରଦଳ କଳାକନା ବୁଲାଇଥିଲେ। ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସି ଟିଭି ଫୁଟେଜ୍‌ ଯାଞ୍ଚ ବେଳେ ଏହି ଚୋରି ଘଟଣାରେ ୩ ଜଣ ସାମିଲ ଥିବା ଜଣାପଡ଼ିଥିଲା। କିଛିଦିନ ତଳେ ବଡ଼ବଜାର ପୋଲିସ ଏକ ଚୋରି ଘଟଣାରେ ଜଣେ ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡକୁ (ଜେଜେବି) ପଠାଇଥିଲା। ସେହିପରି ଅନ୍ୟ ଏକ ଚୋରି ଘଟଣାରେ ସଦର ଥାନା ପୋଲିସ ସନ୍ତୋଷ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପେସାଦାର ଚୋର ରାମ ବେଲମାଙ୍କୁ ପୋଲିସ କାବୁ କରି ଜେରାବେଳେ ଉପରୋକ୍ତ ୨ ଅଭିଯୁକ୍ତ ଡାକ୍ତରଙ୍କ ଘରେ ହୋଇଥିବା ଚୋରି ଘଟଣାରେ ସାମିଲ ଥିବା ପୋଲିସକୁ ସେ କହିଥିଲେ। ପୋଲିସ ଏବେ ସେମାନଙ୍କ ନାମରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରିବ ବୋଲି କହିଛି। ରାମ ବେଲମାଙ୍କ ନାମରେ ବଡ଼ବଜାର ଥାନା, ଟାଉନ ଥାନା ଓ ବୈଦ୍ୟନାଥପୁର ଥାନା ଇଲାକାରେ ପୃଥକ୍‌ ପୃଥକ୍‌ ଚୋରି ଘଟଣାରେ ସଂପୃକ୍ତି ଥିବା ଏସ୍‌ଡିପିଓ ମହାପାତ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାରେ ଯୁବକଙ୍କ ଜୀବନ ଗଲା

ଦିଗପହଣ୍ଡି,୨୫ା୧୦(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି – ଫାଶୀଗୁଡ଼ା ରାସ୍ତାରେ ରବିବାର ୨ ବାଇକ୍‌ ମୁହଁାମୁହିଁ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ...

ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର: ଅଭିଯୁକ୍ତ ଗିରଫ

କଣ୍ଟାପଡା,୨।୧୧(ଡି.ଏନ୍‌.ଏ.): ଓଲଟପୁର ଥାନା ଅଞ୍ଚଳର ଏକ କଲେଜରେ ପାଠ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ଜଣେ ଯୁବକଙ୍କୁ...

ଭିଜିଲାନ୍ସ ଜାଲରେ ଇଏସ୍‌ଆଇ ଡାକ୍ତରଖାନାର ମୁଖ୍ୟ କିରାଣୀ

ସୁନ୍ଦରଗଡ, ୨୨।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ ଜିଲା କାଂଶବାହାଲସ୍ଥିତ ଇଏସ୍‌ଆଇ ହସ୍ପିଟାଲର ମୁଖ୍ୟ କିରାଣୀ ବିଷ୍ଣୁଚରଣ ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ବିଷ୍ଣୁଚରଣ...

ମାସକରେ ସମ୍ପୂର୍ଣ୍ଣ ହେବ ରେଲୱେ ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ...

କୋଭିଡ୍‌ ଫଣ୍ଡକୁ ୬.୩୪ ଲକ୍ଷ ସହାୟତା

ହିଞ୍ଜିଳିକାଟୁ,୨୫ା୪(ଡ଼ି.ଏନ୍‌.ଏ.)- ହିଞ୍ଜିଳିକାଟୁ ବ୍ଲକ ଚାଉଳ କଳ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ (କୋଭିଡ୍‌)କୁ ୧ଲକ୍ଷ ୭୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ସଂଘର...

ବାଇବାଲି ପଞ୍ଚାୟତ ବରଗଁାକୁ ନାହିଁ ପକ୍କା ରାସ୍ତା

ଭଞ୍ଜନଗର,୧୫।୮(ଡି.ଏନ.ଏ): ଭଞ୍ଜନଗର ଅଞ୍ଚଳରେ ଆଜକୁ ପ୍ରାୟ ଏକ ସପ୍ତାହ ହେବ ମଝିରେ ମଝିରେ ଲଗାଣ ବର୍ଷା ହେଉଛି। ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଲୋକେ...

ବିଧବାଙ୍କୁ ଅସଦାଚରଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୧୪।୪(ଡି.ଏନ୍‌.ଏ.): ଦିଗପହଣ୍ଡି ଥାନା ଅଧୀନ ଏକ ଗାଁର ଜଣେ ବିଧବା ମହିଳାଙ୍କୁ ନରସିଂହପୁର ଗାଁର ଏସ୍‌ ତ୍ରିପତୀ ରେଡ୍ଡି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏଥିସହ...

ରାଜଧାନୀରୁ ୨୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରିସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୋଲିସ ସୋମବାର ୨୨୫ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଛି। ଏହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ...

Advertisement
Archives

Model This Week