ଗୁଆହାଟି,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଭାରତ କବଜା କରିଛି। ତେବେ ଏହି ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଦଳର ଡେଥ୍ ଓଭର ବୋଲିଂକୁ ନେଇ ଟେନସନରେ ଅଛନ୍ତି।
ଗୁଆହାଟୀରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ ଜିତିବା ପରେ ରୋହିତ ଶର୍ମା ଡେଥ୍ ବୋଲିଂ ବିଷୟରେ କହିଛନ୍ତି, ସତ କହିବାକୁ ଗଲେ ଏହି ବିଭାଗରେ ଟିକିଏ ଚିନ୍ତା ଅଛି କାରଣ ଆମେ ଭଲ ବୋଲିଂ କରୁନାହୁଁ। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ୍ ସଦୃଶ। ଆଶା ଆମେ ଆଗକୁ ଭଲ ପ୍ରଦର୍ଶନ କରିବୁ।
ଗୁଆହାଟି ଟି-୨୦ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଟପ ଏବଂ ମଧ୍ୟମ ଅର୍ଡରର ବିସ୍ଫୋରକ ବ୍ୟାଟିଂ ଯୋଗୁ ନିର୍ଦ୍ଧାରିତ ୨୦ ଓଭରରେ ତିନିଟି ଉଇକେଟ ହରାଇ ମୋଟ ୨୩୭ ରନ ସଂଗ୍ରହ କରିଥିଲା। କେଏଲ ରାହୁଲ (୫୭), ରୋହିତ ଶର୍ମା (୪୩), ବିରାଟ କୋହଲି (୪୯) ଏବଂ ସୂର୍ଯ୍ୟକୁମାର ଯାଦବ (୬୧) ଚମତ୍କାର ଇନିଂସ ଖେଳିଥିଲେ। ଏହାର ଜବାବରେ, ଡେଭିଡ ମିଲର (୧୦୬) ଏବଂ କ୍ୱିଣ୍ଟନ ଡି କକ (୬୯) ଙ୍କ ଇନିଂସ ସତ୍ୱେ ଦକ୍ଷିଣ ଆଫ୍ରିକା ଟାର୍ଗେଟରୁ ୧୬ ରନ ଦୂରରେ ରହିଯାଇଥିଲା ।
ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍
ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍ ପ୍ରାଇଜ୍ ପାଇଁ ଯୁବରାଣୀ କେଟ୍ ମିଡିଲଟନ୍ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର…
ପାକ୍ ଲିଙ୍କ୍ ଥିବା ୨ ଅଭିଯୁକ୍ତ ପଞ୍ଜାବରୁ ଗିରଫ
ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍…
ଦିଲ୍ଲୀରେ ଚାଞ୍ଚଲ୍ୟ: ଟ୍ରାଏଲ୍ ରୁମ୍ରେ ମହିଳା କର୍ମଚାରୀଙ୍କୁ ଗଳାକାଟି ହତ୍ୟା
ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ଏକ ପୋଷାକ ଶୋ’ରୁମ୍ରେ କାମ କରୁଥିବା ଜଣେ ୧୮ ବର୍ଷୀୟା କର୍ମଚାରୀଙ୍କୁ ଟ୍ରାଏଲ୍ ରୁମ୍ରେ ଗଳାକାଟି ହତ୍ୟା କରାଯାଇଛି। ବ୍ୟକ୍ତିଗତ ସମ୍ପର୍କରେ ଫାଟ ଏବଂ…
ଏହି ୪ଟି ରାଶି ପାଇଁ ଆଗକୁ ରହିଛି କଠିନ ସମୟ, ସତର୍କ ନ ରହିଲେ ବଡ଼ ବିପଦ…
୧୬ ନଭେମ୍ବର ୨୦୨୬ରେ ସୂର୍ଯ୍ୟଦେବ ବିଛା ରାଶିକୁ ପ୍ରବେଶ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏହି ଗୋଚରର ପ୍ରଭାବ କିଛି ରାଶିର ଜାତକଙ୍କ ଜୀବନରେ ପଡ଼ିପାରେ। ବିଶେଷକରି…
ଅତି ଖରାପ ସ୍ଥିତିରେ ଦିଲ୍ଲୀ ବାୟୁ ଗୁଣବତ୍ତା, ଘେରି ରହୁଛି ଧୂଳି, ଧୂଆଁର ଘନ ଆସ୍ତରଣ
ନୂଆଦିଲ୍ଲୀ,୧୫ା୧୧: ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ରବିବାର ସକାଳେ ଅଧିକାଂଶ ପର୍ଯ୍ୟବେକ୍ଷଣ କେନ୍ଦ୍ରରେ ଅତି ଖରାପ ଦର୍ଶାଇଥିବା ବେଳେ ୭ଟିରେ ଗମ୍ଭୀର ସ୍ଥିତି ଦର୍ଶାଇଛି। ମୋଟାମୋଟି…
ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ: ଏକାଠି ହେଲେ କନ୍ଧମାଳ,ଗଜପତିର ଆଦିବାସୀ ସମାଜ
ବ୍ରାହ୍ମଣୀଗାଁ,୧୫।୧୧(ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଶିବ ମନ୍ଦିର ପଡ଼ିଆରେ ରବିବାର ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି।…
ଗୁଣପୁରରେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ
ଗୁଣପୁର,୧୫।୧୧(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଥାନା ଅନ୍ତର୍ଗତ ହାଉସିଂ ବୋର୍ଡ କଲୋନୀରେ ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନା…
କେରଳ ହାଇକୋର୍ଟଙ୍କ ବଡ଼ ପ୍ରସ୍ତାବ, କିଶୋର ବୟସର ସୀମା ୧୮ରୁ ୧୬ ବର୍ଷକୁ ହ୍ରାସ….
କୋଚି,୧୫ା୧୧: ନାବାଳକ ବୟସ ସୀମାକୁ ନେଇ ବଡ଼ କଥା କହିଛନ୍ତି କେରଳ ହାଇକୋର୍ଟ । ଅପରାଧର ବଦଳୁଥିବା ସ୍ବରୂପ ଏବଂ ପିଲାମାନଙ୍କଠାରେ ଦେଖାଯାଉଥିବା ପରିପକ୍ୱତାକୁ ଦୃଷ୍ଟିରେ ରଖି…

