Posted inଜାତୀୟ

ସିରିଏଲ୍‌ କିଲର ଗିରଫ

ଏଲୁରୁ,୭ା୧୧: ଗତ ୨୦ ମାସ ମଧ୍ୟରେ ୧୦ ଜଣଙ୍କୁ ବିଷ ଦେଇ ହତ୍ୟା କରିଥିବା ସିରିଏଲ୍‌ କିଲର ଶିବାଙ୍କୁ ଆନ୍ଧ୍ରପ୍ରଦେଶ ପୋଲିସ ବୁଧବାର ଗିରଫ କରିଛି। ସେ ଆଉ ୨୦ ଜଣଙ୍କୁ ହତ୍ୟାକରିବା ଲାଗି ଯୋଜନାରେ ଥିଲା ବୋଲି ପୋଲିସ ବିଶ୍ୱାସ କରୁଛି। କେରଳର ଜୋଲି ଯୋସେଫ୍‌ଙ୍କ ଭଳି ଆନ୍ଧ୍ରପ୍ରଦେଶର ଭେଲାଙ୍କି ସୀମାଦ୍ରି ଓରଫ ଶିବା (୩୮) ସିୟାନାଇଡ୍‌ ଦେଇ ହତ୍ୟା କରୁଥିଲେ। ଜୋଲି ୧୪ ବର୍ଷରେ ତାଙ୍କ ପରିବାରର ୬ ଜଣଙ୍କୁ ଏହିପରି ହତ୍ୟା କରିଥିଲେ। ଗତ ମାସରେ ପୋଲିସ ତାଙ୍କୁ ଗିରଫ କରିବା ପରେ ହତ୍ୟା ଗୁମର ଖୋଲିଥିଲା। ଅନ୍ୟପକ୍ଷରେ ଓ୍ବାଚ୍‌ମ୍ୟାନ୍‌ରୁ ରିଅଲ ଇଷ୍ଟେଟ୍‌ ଏଜେଣ୍ଟ ହୋଇଥିବା ଶିବା ୨୦୧୮ ଫେବୃୟାରୀରୁ ପ୍ରତି ଦୁଇମାସରେ ଜଣେ ଲେଖାଏଙ୍କୁ ହତ୍ୟା କରିଚାଲିଥିଲେ। ମୃତକଙ୍କ ମଧ୍ୟରେ ଶିବାଙ୍କ ଜେଜେମାଆ, ଭାଉଜ, ଘର ମାଲିକାଣୀ ଏବଂ ରାଜମହେନ୍ଦ୍ରୀ ନିକଟରେ ଥିବା ପୁରୁଷୋତ୍ତମପାଟଣାମ୍‌ ଆଶ୍ରମର ଧର୍ମ ପ୍ରଚାରକ ଶ୍ରୀରାମକୃ୍‌ଷ୍ଣ ନନ୍ଦ ଅଛନ୍ତି।
ରିଅଲ ଇଷ୍ଟେଟ୍‌ ବ୍ୟବସାୟରେ ବିପୁଳ କ୍ଷତି ସହିବା ପରେ ଏହାକୁ ଭରଣା କରିବା ଲାଗି ସେ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇବା ଆରମ୍ଭ କରିଥିଲା। ନିଜ ପାଖରେ ଚୁମ୍ବକୀୟ ଚାଉଳ, ଯାଦୁକରି ମୁଦ୍ରା, ଦୁଇମୁଣ୍ଡ ଥିବା ସାପ ରହିଛି ବୋଲି କହି ଏହାଦ୍ୱାରା ସେ ଅନ୍ୟମାନଙ୍କ ସମ୍ପତ୍ତିକୁ ଦୁଇଗୁଣା କରିଦେବା ସହ ମଧୁମେହ ଭଳି ଦୁରାରୋଗ୍ୟ ବ୍ୟାଧିକୁ ଭଲ କରିଦେବେ ବୋଲି ଦାବି କରୁଥିଲେ। ସେ କରିଥିବା ଗ୍ରାହକ ତାଲିକାରେ ଆଉ ୨୦ ଜଣଙ୍କ ନାଁ ଥିବାରୁ ସେମାନଙ୍କୁ ମଧ୍ୟ ସେ ହତ୍ୟା କରିଥାନ୍ତେ ବୋଲି ପୋଲିସ କହିଛି। ଜଣେ ଗ୍ରାହକଙ୍କୁ ଫସାଇବା ପରେ ତାଙ୍କୁ ସୁନା ଓ ଟଙ୍କା ଧରି ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବାକୁ କହୁଥିଲେ। ସେଠାରେ ପହଞ୍ଚତ୍ବା ପରେ ତାଙ୍କୁ ଶିବା ପ୍ରସାଦରେ ସାଇନାଇଡ୍‌ ମିଶାଇ ଖାଇବାକୁ ଦେଉଥିଲେ। ଲୋକଟି ମରିଯିବା ପରେ ଟଙ୍କା ଓ ସୁନା ଧରି ଶିବା ପଳାଇଆସୁଥିଲେ। ଏହିପରି ସେ ୨୪ .୬୦ ଲକ୍ଷ ଟଙ୍କା ଓ ୩୫ ସ୍ବର୍ଣ୍ଣ ମୁଦ୍ରା ସଂଗ୍ରହ କରିବା ସହ ଏଲୁରୁରେ ଜମି କିଣି ଘର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri