ସିଫାରେ ଚାକିରି କରାଇଦେବାକୁ କହି ୩ ଲକ୍ଷ ଠକେଇ

ପୁରୁଣା ଭୁବନେଶ୍ୱର, ୨୯।୨ (ଡି.ଏନ.ଏ.): ମାଟ୍ରିକ ଯାଏ ପଢିଥିଲେ ପାଠ। ପାଖରେ ସମ୍ବଳ ନ ଥିବାରୁ ଆଉ ପଢି ପାରିଲେନି। ସେତିକିରେ ସନ୍ତୁଷ୍ଟ ହେବାକୁ ପଡିଲା। ପରିବାର ପ୍ରତି ପୋଷଣ ପାଇଁ ଖବରକାଗଜ ବିକ୍ରି କରିବାକୁ ଆଗେଇ ଆସିଥିଲେ ବାବୁଲି ପୃଷ୍ଟି। ନିଶା ଥିଲା ଚିକିରି କରିବା। ୩ ବର୍ଷ ତଳେ ପୂବା ଶାସନର ଜଣେ ଯୁବକଙ୍କ ସଙ୍ଗେ ଦେଖା ହୋଇଥିଲା। ଯୁବକ ଜଣକଙ୍କ ବାପା କୌଶଲ୍ୟାଗଙ୍ଗ ସ୍ଥିତ ମଧୁର ମତ୍ସ୍ୟ ଗବେଷଣା କେନ୍ଦ୍ର(ସିଫା)ରେ ଚାକିରି କରନ୍ତି। ସମ୍ପୃକ୍ତ ଯୁବକ ବାବୁଲିଙ୍କୁ ଚାକିରି କରିବା ଲୋଭ ଦେଖାଇଥିଲେ। ୩ଟି ପୋଷ୍ଟ ଆସିଛି। ସୁଯୋଗ ଦେଖି ବାବୁଲି ହଠାତ୍‌ ଆଗେଇ ଆସିଥିଲେ। ନିଜ ପାଇଁ ଏବଂ ଗ୍ରାମର ଅନ୍ୟ ଦୁଇ ଶୁଭକାନ୍ତ ସାହୁ ଏବଂ ବିମ୍ବାଧର ସାହୁ ମିଶି ଚାକିରି ନିମନ୍ତେ ୩ ଲକ୍ଷ ଟଙ୍କା ଯୁବକଙ୍କୁ ଦେଇଥିଲେ। ବର୍ଷ ପରେ ବର୍ଷ ଗଡି ଚାଲିଲା। ଚାକିରି ଦୂରେ ଥାଉ ଯୁବକଙ୍କ ଦେଖା ମିଳି ନ ଥିଲା। ଏ ନେଇ ବାବୁଲି ପ୍ରଥମେ ଏଫ୍‌ଆଇଆର ଦେଇଥିଲେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ। ଅଭିଯୋଗ ପାଇଁ ଉତ୍ତରା ଫାଣ୍ଡି ପୋଲିସ ଯୁବକଙ୍କ ସହ ଠକେଇର ଶିକାର ହୋଇଥିବା ହକର ବାବୁଲି ଏବଂ ଅନ୍ୟ ୩ ଜଣଙ୍କୁ ଫାଣ୍ଡିକୁ ଡକାଇଥିଲେ। ଏକ ଚୁକ୍ତିନାମା ଅନୁସାରେ ୩ ଲକ୍ଷ ଟଙ୍କା ଫେରାଇବାକୁ ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ପୂର୍ବଭଳି ଯୁବକ ନୀରବ ରହିଥିଲେ। ବାବୁଲି ଉତ୍ତରା ଫାଣ୍ଡି ପୋଲିସ ଉପରେ ଭରସା କରି ନ ଥିଲେ। ବାଧ୍ୟ ହୋଇ ସେ ପିପିଲି ଥାନା ପୋଲିସ ନିକଟରେ ସମସ୍ତ ଘଟଣାକୁ ନେଇ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରିଥିଲେ ଗତ ୧୩ା୧ା୨୦ରେ। ଅଭିଯୋଗର ୧ ମାସ ୧୫ ଦିନ ବିତିଲାଣି, ପୋଲିସର ନୀରବତା ଠକାମିର ଶିକାର ଯୁବକମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି। ଏ ସମ୍ପର୍କରେ ଉତ୍ତରା ଫାଣ୍ଡି ଇନଚାର୍ଜ ମନୋଜ ଦାସଙ୍କୁ ପଚାରିବାରେ ନୂଆ କରି ଆସି ଏଠାରେ କାର୍ଯ୍ୟରେ ଯୋଗ ଦେଇଛି। ଘଟଣା ସମ୍ପର୍କରେ ଅବଗତ ନାହିଁ ତଥାପି ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଣୀଗୃହରେ ଅଚେତ ହେଲେ ୨ ଛାତ୍ର

ବେଗୁନିଆ/ ବୋଲଗଡ, ୧୭।୧୦(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ବୋଲଗଡ଼ ବ୍ଲକ୍‌ ଅଞ୍ଚଳରେ ଥିବା ଏକ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ବୁଧବାର ଏକ ଅଭାବନୀୟ ଘଟଣା...

୧୨ରୁ ବଜେଟ ଅଧିବେଶନ, ନେଗେଟିଭ ରିପୋର୍ଟ ଥିଲେ ହିଁ ମିଳିବ ପ୍ରବେଶ ଅନୁମତି

ଭୁବନେଶ୍ୱର, ୯।୩(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଏଥର ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର କୋଭିଡ୍‌...

ଗତ ୨୪ ଘଣ୍ଟାରେ ମାତ୍ର ୧୦ ସଂକ୍ରମିତ

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭ଜଣ ଥିବା ବେଳେ ଲୋକାଲ କେସ୍‌ ୩...

ସ୍ବାମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର,୨୭।୪(ବ୍ୟୁରୋ): ମଞ୍ଚେଶ୍ୱର ଥାନା ରସୁଲଗଡ଼ ଅଞ୍ଚଳରେ ୨୦୧୨ରେ ଯୌତୁକ ଦାବିକରି ସ୍ତ୍ରୀଙ୍କୁ କାଠଫାଳିଆରେ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ଭୁବନେଶ୍ୱର ଅତିରିକ୍ତ ଜିଲାଜଜ୍‌-୩...

ଆଜି ସରିବ ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା

ଭୁବନେଶ୍ୱର, ୧୭ା୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବୁଧବାର ଶେଷ ହେବ। ସନ୍ଧ୍ୟାରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ...

ନୂଆ ବନ୍ଦର ବିଲ୍‌କୁ ଓଡ଼ିଶାର ବିରୋଧ

ଭୁବନେଶ୍ୱର,୩୦ା୬(ବ୍ୟୁରୋ):ଭାରତୀୟ ବନ୍ଦର ଆଇନ-୧୯୦୮କୁ ବଦଳାଇ ନୂତନ ଆଇନ ଆଣିବାକୁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏ ନେଇ କେନ୍ଦ୍ର ସରକାର ଭାରତୀୟ ବନ୍ଦର ବିଲ୍‌...

ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ: ଗୋଟିଏ ଦିନରେ ୧୮ ପଜିଟିଭ

ଭୁବନେଶ୍ୱର, ୫।୪(ବ୍ୟୁରୋ): ରାଜ୍ୟରେ ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର, ୨୦।୧୦: ଓଡ଼ିଶାରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକ ସଂଖ୍ୟା ଅଢ଼େଇ ଲକ୍ଷ ଅତିକ୍ରମ କରିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

Advertisement
Archives

Model This Week