Posted inଖେଳ

ସିନ୍ଧୁଙ୍କ ବିଜୟ ଆରମ୍ଭ: ସାଇନା ଆଉଟ୍‌

ହଂକଂ,୧୩।୧୧(ଏଏଫ୍‌ପି)-
ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ବିଜୟ ସହ ହଂକଂ ଓପନରେ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ୪ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ଇଭେଣ୍ଟର ପ୍ରଥମ ବାଧା ଅତିକ୍ରମ କରିବାରେ ସାଇନା ନେହ୍ବାଲ ଓ ସମୀର ବର୍ମା ବିଫଳ ହୋଇଛନ୍ତି। ଗତ କିଛି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇଥିବା ୬ଷ୍ଠ ସିଡ୍‌ ସିନ୍ଧୁ ୨୧-୧୫, ୨୧-୧୬ ଗେମ୍‌ରେ କୋରିଆର କିମ୍‌ ଗା ଉନଙ୍କୁ ହରାଇ ଦେଇଛନ୍ତି। ଅଲିମ୍ପିକ୍‌ ରୌପ୍ୟ ପଦକ ବିଜେତା ଥାଇଲାଣ୍ଡର ବୁସାନାନ ଓଙ୍ଗବାମରୁଙ୍ଗଫାନଙ୍କୁ ଭେଟିବେ। ଅନ୍ୟ ଏକ ମହିଳା ସିଙ୍ଗଲ୍ସ ମ୍ୟାଚ୍‌ରେ ୮ମ ସିଡ୍‌ ସାଇନା ୧୩-୨୧, ୨୦-୨୨ ଗେମ୍‌ରେ ଚାଇନାର କାଇ ୟାନ ୟାନଙ୍କଠାରୁ ହାରି ଯାଇଛନ୍ତି। ବିଶ୍ୱର ୧୬ତମ ର଼୍ୟାଙ୍କ ସମୀରଙ୍କୁ ମଧ୍ୟ ସମାନ ଦଶା ଭୋଗିବାକୁ ପଡ଼ିଛି। ଚାଇନିଜ ତାଇପେର ଓ୍ବାଙ୍ଗ ଜୁ ଓ୍ବେଇ ୨୧-୧୧, ୧୩-୨୧, ୨୧-୮ ଗେମ୍‌ରେ ସମୀରଙ୍କୁ ହରାଇ ଦେଇଛନ୍ତି। ସାଇନା ଓ ସମୀର ଆସନ୍ତା ସପ୍ତାହରେ ଗ୍ବାଙ୍ଗଜୁ କୋରିଆ ମାଷ୍ଟର୍ସ ସୁପର ୩୦୦ ଟୁର୍ନାମେଣ୍ଟରେ ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ୍‌ ପରାଜୟ ପଛରେ ବିସିସିଆଇ ମେଡିକାଲ ଅଫିସର

ନୂଆଦିଲ୍ଲୀ,୧୩।୮: ଗତ ମାସରେ ଟି୨୦ ସିରିଜ୍‌ରେ ଶ୍ରୀଲଙ୍କା ଠାରୁ ୧-୨ରେ ପରାସ୍ତ ହୋଇଥିଲା ଭାରତୀୟ ଦଳ। ଏହାର କାରଣ ଅନ୍ତିମ ଦୁଇ ମ୍ୟାଚ୍‌ ଲାଗି ଟିମ୍‌...

ତେନ୍ଦୁଲକର ନା କୋହଲି ଶ୍ରେଷ୍ଠ କିଏ? ଉତ୍ତର ଦେଲେ ସଚିନ

ନୂଆଦିଲ୍ଲୀ,୧୮।୨: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଫର୍ମରେ ନାହାନ୍ତି। ୨୦୧୯ଠାରୁ ସେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ଶତକ ହାସଲ କରିପାରି ନାହାନ୍ତି। ଏଣୁ...

ଜୋକୋଭିଚ୍‌ଙ୍କୁ ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଆଡିଲେଡ୍‌, ୯ା୧(ପି.ଟି.): ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ରବିବାର ଆଡିଲେଡ୍‌ ଇଣ୍ଟରନ୍ୟାଶନାଲ ଟେନିସ ଟାଇଟଲ ବିଜୟୀ ହୋଇଛନ୍ତି। ଅଷ୍ଟ୍ରେଲିଆନ୍‌ ଓପନ୍‌ ପ୍ରସ୍ତୁତି ପାଇଁ ଏହି ଟୁର୍ନାମେଣ୍ଟ ଖେଳିଥିବା...

ମହିଳା ଟି୨୦ ବିଶ୍ୱକପ୍‌: ପତ୍ନୀଙ୍କ ଲାଗି ଆଗୁଆ ସ୍ବଦେଶ ଫେରିିଲେ ଷ୍ଟାର୍କ

ମେଲବୋର୍ନ,୬।୩- ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ପୋଚେପ୍‌ଷ୍ଟ୍ରୁମ ଦିନିକିଆରେ ଖେଳିବେ ନାହିଁ ଅଷ୍ଟ୍ରେଲିଆ ପେସର ମିଚେଲ ଷ୍ଟାର୍କ। ସେ ରବିବାର ଭାରତ ଓ ଅଷ୍ଟ୍ରେଲିଆ...

ଟଙ୍କା ପାଇଁ ଭାରତୀୟ ଦଳକୁ ସମର୍ଥନ କରୁଛନ୍ତି ଏହି ପାକିସ୍ତାନ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ପାକିସ୍ତାନ କ୍ରିକେଟର ସୋଏବ ଅଖତରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ସୋଏବ ଭାରତର ଭଲ...

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ସୁପର ଓଭରରେ ଜିତିଲା ପାନ୍ଥର୍ସ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ: ସ୍ମିଥ୍‌-କୋହଲି ବ୍ୟବଧାନ କମିଲା

ଦୁବାଇ, ୨୧ା୧୨ (ପି.ଟି.)-ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଓପନରରେ ଭାରତ ହୁଏତ ଲଜ୍ଜାଜନକ ପରାଜୟ ବରଣ କରିଥାଇପାରେ ହେଲେ ଆଡିଲେଡ୍‌ଠାରେ ପ୍ରଥମ ଇନିଂସରେ ୭୪ରନ ସ୍କୋର କରିଥିବାରୁ...

ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌: ଧାଓ୍ବନଙ୍କ ସ୍ଥାନ ନେଲେ ମୟଙ୍କ

ନୂଆଦିଲ୍ଲୀ,୧୧।୧୨(ପି.ଟି.)- ଆଗାମୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଘୋଷିତ ଭାରତୀୟ ଦଳରେ ପରିବର୍ତ୍ତନ ହୋଇଛି। ଆହତ ସମସ୍ୟା ଦେଇ ଗତି କରୁଥିବା ଶିଖର ଧାଓ୍ବନଙ୍କ...

Advertisement
Archives

Model This Week