ସିନେ କଳାକାରଙ୍କ କାର ଧକ୍କାରେ ଯୁବକ ଗୁରୁତର

ପାତ୍ରପଡ଼ା,୧୦।୯(ଡି.ଏନ୍‌.ଏ.): ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁର ନିକଟରେ ସୋମବାର ରାତିରେ ଜଣେ ଓଡ଼ିଆ ସିନେ କଳାକାରଙ୍କ କାର ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ସ୍ଥାନୀୟ ଅଞ୍ଚଳର ରଞ୍ଜନ ନାୟକ। ଏହା ପରେ ସ୍ଥାନୀୟ ଲୋକେ ଦୁଘର୍ଟଣା ଘଟାଇଥିବା କାରକୁ ଅଟକାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ସୂଚନା ଅନୁଯାୟୀ, ଶ୍ୟାମପୁର ଅଞ୍ଚଳରେ ଓଡ଼ିଆ ଫିଲ୍ମ ଶୁଟିଂ ଚାଲିଥିଲା। ଜଣେ କଳାକାର ଆସିଥିବା ଏକ ନମ୍ବର ବିହୀନ କାର ଶୁଟିଂ ସେଟ ନିକଟରେ ଛିଡା ହୋଇଥିବା ବେଳେ ଚାଳକ ଜଣକ କାରକୁ ପଛକୁ ନେଉଥିଲେ। ଏହି ସମୟରେ ସେଠାରେ ଶୁଟିଂ ଦେଖୁଥିବା ରଞ୍ଜନଙ୍କୁ କାରଟି ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଧକ୍କା ଦେବା ପରେ ଲୋକମାନେ ହୋ ହଲ୍ଲା କରିବାରୁ ଚାଳକ ଗାଡିକୁ ଆଗକୁ ନେଉଥିବା ବେଳେ ଲୋକମାନେ କାରକୁ ଘେରିଯାଇଥିଲେ। ପରେ ଶୁଟିଂ ସେଟର କଳାକାରମାନେ କାର ଛାଡି ଘଟଣାସ୍ଥଳରୁ ପଳାଇଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଶୁଝା କରିବା ସହ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏହା ସହ ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିବା ସହ ଚାଳକଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବୃଦ୍ଧାଙ୍କ ଗଳିତ ମୃତଦେହ ଉଦ୍ଧାର: ସଙ୍ଗରୋଧରୁ ଆସି ମୁଖାଗ୍ନି ଦେଲେ ପୁଅ

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ବ୍ଲକ ହାଣ୍ଡିଘର ଗ୍ରାମର ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଶନିବାର ପଡୋଶୀ ଉଦ୍ଧାର କରିଛନ୍ତି। ସେ ହେଲେ ରୋହିଣୀ ଦାଶ (୭୫)। ସୁରଟରୁ...

ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ...

କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ

କଟକ ସଦର,୨୩।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି...

ଅମ୍ଫନ ଉଜାଡିଛି ଧାନ କ୍ଷେତ

ରେମୁଣା, ୨୩।୩(ଡି.ଏନ.ଏ.)-ବାତ୍ୟା ପ୍ରଭାବରେ ରେମୁଣା ବ୍ଲକ ତୁଣ୍ଡୁରା ପଞ୍ଚାୟତର ୩୦ଏକର ଚାଷ ଜମି ଉଜୁଡ଼ିଯାଇଛି। ଶନିବାର କୃଷି ଅଧିକାରିଣୀ କ୍ଷମାମୟୀ ଦାସ, ଆର୍‌ଆଇ ମଦନମୋହନ ଲେଙ୍କା,...

ଜନନୀ ଯନ୍ତ୍ରଣା : ଷ୍ଟ୍ରେଚରରେ ୧୨ କି.ମି. ବୁହା ହେଲେ ଗର୍ଭବତୀ

ଭବାନୀପାଟଣା,୨୨।୮(ସ୍ବ.ପ୍ର.): ରାସ୍ତା ଓ ପୋଲ ନ ଥିବାରୁ ଜଙ୍ଗଲ ରାସ୍ତା ଦେଇ ନାଳ ପାର କରି ଜଣେ ଗର୍ଭବତୀଙ୍କୁ ୧୨ କି.ମି. ଷ୍ଟ୍ରେଚରରେ ବୋହି ଡାକ୍ତରଖାନା...

ବାଳାଶ୍ରମରୁ ଅନ୍ତେବାସୀ ଫେରାର୍‌ ଘଟଣା: ଆଉ ୨ ନାବାଳିକା ଉଦ୍ଧାର, ମିଳିନି ୭ ଜଣଙ୍କ ପତ୍ତା

ବ୍ରହ୍ମପୁର ଅଫିସ,୧୧ା୧-ଗୋଷାଣୀନୂଆଗଁା ଥାନା ଉତ୍କଳ ବାଳାଶ୍ରମରୁ ଗତ ୬ ତାରିଖରେ ଫେରାର୍‌ ହୋଇଯାଇଥିବା ୧୩ ନାବାଳିକାଙ୍କ ମଧ୍ୟରୁ ପୂର୍ବରୁ ୪ ଜଣ ଉଦ୍ଧାର ହୋଇଥିଲେ। ଶୁକ୍ରବାର...

ପୋଲିସ ଗୁଳିରେ ହାଡକୋର ମାଓବାଦୀ ନିହତ

ମାଲକାନଗିରି,୧୧ା୩(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲାରେ ଗୁଳିବିନିମୟ ହୋଇଛି। ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀ ହେଉଛନ୍ତି ବିଜାପୁର ମାଓବାଦୀ...

ଯାଜପୁର ପୌର ପରିଷଦ: କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ବ୍ୟାନର ପୋଡ଼ି ଅଭିଯୋଗ

ଯାଜପୁର ଟାଉନ,୧୮ା୩(ଡି.ଏନ.ଏ.): ଯାଜପୁର ପୌର ପରିଷଦର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରିୟଦର୍ଶିନୀ ସାମନ୍ତଙ୍କ ଏକ ବ୍ୟାନର ଯାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଲଗାଯାଇଥିଲା। ତେବେ ଉକ୍ତ...

Advertisement
Archives

Model This Week