ସିଏଏକୁ ବିରୋଧ ଜାରି, ଲଗାତର ୫ଦିନ ଟ୍ରେନ୍‌ ବାତିଲ୍‌: ସ୍ଥିତି ସୁଧୁରିଲେ ଚାଲିବ ସ୍ପେଶାଲ ଟ୍ରେନ୍‌

ଭୁବନେଶ୍ୱର,୧୬।୧୨(ବ୍ୟୁରୋ): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ, ଆସାମ ସମେତ କେତେକ ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଚାଲିଥିବା ଆନ୍ଦୋଳନ ଓ ହିଂସା ଯୋଗୁ ଟ୍ରେନ୍‌ ଚଳାଚଳ ଗୁରୁତର ପ୍ରଭାବିତ ହୋଇଛି। ସମଗ୍ର ଆସାମ, ପଶ୍ଚିମବଙ୍ଗର ହାଓଡ଼ା ଓ ଉଲୁବେରିଆ ଅଞ୍ଚଳରେ ଆନ୍ଦୋଳନକାରୀ ଟ୍ରେନ୍‌କୁ ଟାର୍ଗେଟ କରିଛନ୍ତି। ଗୁରୁବାରଠାରୁ ହାଓଡ଼ା-ଖଡ଼ଗପୁର ସେକ୍ସନ ମଧ୍ୟରେ ରେଳରୋକୋ ଜାରି ରହିଛି। ଆନ୍ଦୋଳନକାରୀମାନେ ପଥର ମାଡ଼ ସହ ଷ୍ଟେଶନ ଓ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି। ଯାତ୍ରୀମାନେ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି। ଫଳରେ ଶୁକ୍ରବାରଠାରୁ ହାଓଡ଼ାରୁ ଅଧିକାଂଶ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିବାବେଳେ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ବିଶାଖାପାଟଣା, ହାଇଦ୍ରାବାଦ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ରେଳ ସେବା ବାଧାପ୍ରାପ୍ତ ହୋଇଛି। ରବିବାର ଓଡ଼ିଶା ଦେଇ ଚଳାଚଳ କରୁଥିବା ୧୭ ଟ୍ରେନ୍‌କୁ ସମ୍ପୂର୍ଣ୍ଣ ବାତିଲ୍‌ ଓ ଆଉକିଛି ଆଂଶିକ ବାତିଲ୍‌ ହୋଇଛି। ସୋମବାର ଓ ମଙ୍ଗଳବାର ପର୍ଯ୍ୟନ୍ତ ଆଉ କିଛି ଟ୍ରେନ୍‌ ଚଳାଚଳକୁ ବନ୍ଦ ରଖାଯାଇଛି। ସୁରକ୍ଷା ସ୍ଥିତି ଓ ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି କିଛି ସ୍ପେଶାଲ ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ହୋଇଛି। ସ୍ଥିତି ସୁଧୁରିବାମାତ୍ରେ ଆବଶ୍ୟକସ୍ଥଳେ ସ୍ପେଶାଲ ଟ୍ରେନ୍‌ ଚଳାଚଳ କରିବ ବୋଲି ରେଳପଥ କହିଛି।
ମିଳିଥିବା ସୂଚନାନୁସାରେ, ରବିବାର ପୁରୀ-ଚେନ୍ନାଇ ଏକ୍ସପ୍ରେସ, ପୁରୀ-ସାନ୍ତ୍ରାଗାଛି ପାସେଞ୍ଜର, ପୁରୀ-ଖୋର୍ଦ୍ଧାରୋଡ଼ ପାସେଞ୍ଜର, ତିରୁପତି-ହାଓଡ଼ା, ଦୀଘା-ପୁରୀ ଏକ୍ସପ୍ରେସ, ହାଇଦ୍ରାବାଦ-ହାଓଡ଼ା ଇଷ୍ଟକୋଷ୍ଟ, ଚେନ୍ନାଇ-ହାଓଡ଼ା କରମଣ୍ଡଳ ଏକ୍ସପ୍ରେସ, ଭାସ୍କୋଡ଼ାଗାମା-ହାଓଡ଼ା ଅମରାବତୀ ଏକ୍ସପ୍ରେସ, ସିକନ୍ଦରାବାଦ-ଗୁଆହାଟୀ ଏକ୍ସପ୍ରେସକୁ ବାତିଲ୍‌ କରାଯାଇଥିଲା। ତେବେ ଅପରାହ୍ନ ୫ଟା ୧୫ରେ ଦୀଘା-ପୁରୀ ସମୁଦ୍ରକନ୍ୟା ଏକ୍ସପ୍ରେସ୍‌ ଦୀଘାରୁ ବାହାରିଥିଲା। ସୋମବାର ପାଇଁ ସିଆଲ୍‌ଦା-ପୁରୀ ଏକ୍ସପ୍ରେସ, ଯଶୋବନ୍ତପୁର-ହାଓଡ଼ା ଏକ୍ସପ୍ରେସ, ଚେନ୍ନାଇ-ପୁରୀ ଏକ୍ସପ୍ରେସ ଓ ମଙ୍ଗଳବାର ପାଇଁ ଏର୍ନାକୁଲମ-ହାଓଡ଼ା ଏକ୍ସପ୍ରେସକୁ ବାତିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri