ସିଏଏକୁ ବିରୋଧ କରି ବିକ୍ଷୋଭ

ନୟାଗଡ଼ ଅଫିସ,୨୦ା୧୨: କେନ୍ଦ୍ର ସରକାରଙ୍କ ଦ୍ୱାରା ଗୃହୀତ ହୋଇଥିବା ନାରଗିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନୟାଗଡ଼ ଜିଲାରେ ବିରୋଧ କରାଯାଇଛି। ଏହା ସମ୍ବିଧାନ ବିରୋଧୀ ଓ ଏହାକୁ ପ୍ରତ୍ୟାହାର କରିବା ଦାବିରେ ଗୁରୁବାର ଜିଲା ସିପିଆଇ (ଏମ୍‌) ଓ ଜନ ଅଧିକାର ସୁରକ୍ଷା ମଞ୍ଚ ମିଳିତ ଭାବେ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି। ପରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ପୂର୍ବରୁ ଉଭୟ ସଙ୍ଗଠନର ଶତାଧିକ ସଦସ୍ୟ ସିନ୍ଦୂରିଆଠାରୁ ଶୋଭାଯାତ୍ରାରେ ବାହାରି କେନ୍ଦ୍ର ସରକାର ବିରୋଧରେ ନାରାବାଜି ଦେବା ସହିତ ସିଏଏକୁ ପ୍ରତ୍ୟାହାର କରିନେବା ଧ୍ୱନି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚତ୍ଥିଲେ। ସେଠାରେ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ଏକ ସଭା କରାଯାଇଥିଲା। ଶରତ ଚନ୍ଦ୍ର ବେହେରା, ଗଙ୍ଗାଧର ପଣ୍ଡା, ସୁରେଶ ସ୍ବାଇଁ, ବୁଦ୍ଧି ନାୟକ, ଏସ୍‌.ଏ. କରିମ, ଗୋଲକ ବିହାରୀ ମୁଦୁଲି, ସରୋଜ ନାୟକ, ଜନ ଅଧିକାର ସୁରକ୍ଷା ମଞ୍ଚର ନେତା ଏସ୍‌. ଏ. ଆହାଦ୍‌, ଉସମାନ ମଲ୍ଲିକ, ଓହିଦ ମଲ୍ଲିକ, କାଳିଆ ଖାନ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଭାରତରେ ସମସ୍ତେ ଭାଇ ଭାଇ ହୋଇ ଚଳୁଥିବା ବେଳେ ଏହି ଆଇନ ଦ୍ୱାରା ଲୋକମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ମନୋଭାବ ଦେଖାଦେବ ବୋଲି ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲା କାର୍ଯ୍ୟକାରୀ ସଭାପତି ହେଲେ ପ୍ରମୋଦ ପଟ୍ଟନାୟକ: ସବୁଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ

କେନ୍ଦୁଝର,୬।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବିଜେଡିର କାର୍ଯ୍ୟକାରୀ ସଭାପତି ଭାବେ ବରିଷ୍ଠ ବିଜେଡି ନେତା ପ୍ରମୋଦ ପଟ୍ଟନାୟକଙ୍କ ନାମ ଘୋଷଣା ହୋଇଛି। ବିଜେଡି ସୁପ୍ରିମୋ ନବୀନ…

ବିରଳ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ: ସମୁଦ୍ର ମୁହାଁ ହଜାର ହଜାର ଛୁଆ କଇଁଛ

ଗଞ୍ଜାମ,୬।୫:(ବିଦ୍ୟାଧର ସାହୁ ): ସାମୁଦ୍ରିକ କଇଁଛଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣ ବେଳାଭୂମିରୁ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ପରିବେଶରେ ବିସ୍ତୃତ ବାଲୁକା…

ମନ୍ଦିର ପାଇଁ ମଞ୍ଜୁର ଟଙ୍କାରେ ଘର ତିଆରି ଅଭିଯୋଗ: ବିଧାୟକ ପାଣ୍ଠିର ଦୁରୁପଯୋଗ 

ଗୁଣପୁର,୬।୫(ସଂକେତ ପାତ୍ର): ରାୟଗଡ଼ା  ଜିଲା ଗୁଣପୁର ବ୍ଲକ ଅଧୀନ ମେରିଙ୍ଗି ଗ୍ରାମରେ ଅବସ୍ଥିତ ମାତାରବନମ୍‌ ମନ୍ଦିର ଉନ୍ନତି ପାଇଁ ମଞ୍ଜୁରି ହୋଇଥିବା ବିଧାୟକ ପାଣ୍ଠିର ଦୁରୁପଯୋଗ ହୋଇଥିବା…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ: ସ୍କୁଟି ଚାଳକଙ୍କୁ ହାଇୱାରେ ଧକ୍କା ଦେଇ…

ଦେବଗଡ଼, ୬।୫(ଶଶାଙ୍କ ଶେଖର ଝାଙ୍କର)ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଘନ୍ୟ ହତ୍ୟାକାଣ୍ଡ। ଦେବଗଡ଼ ଥାନା ତିଳେଇବଣି ଫାଣ୍ଡି ଅନ୍ତର୍ଗତ ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ…

ପ୍ରାକୃତିକ ନୁହେଁ, ମନୁଷ୍ୟକୃତ ମରୁଡ଼ି: ଧାନଚାଷ ଉଜୁଡିଯିବା ଘଟଣାରେ…

ନୂଆପଡ଼ା,୬ା୫ (ମକାରୁ ବେମାଲ):ନୂଆପଡ଼ା ଜିଲାର ଜୀବନରେଖା କୁହାଯାଉଥିବା ପତୋରା ଅପରଜୋଙ୍କ ଜଳସେଚନ ପ୍ରକଳ୍ପରେ ପାଣି ଶୁଖି ଧାନଚାଷ ଉଜୁଡିଯିବା ଘଟଣାକୁ ନେଇ ମଙ୍ଗଳବାର ବିଜେଡିର ରାଜ୍ୟସ୍ତରୀୟ ଦଳ…

ଚାଷୀଙ୍କୁ ଘାରିଲା କେନାଲ ପାଣି ଚିନ୍ତା: ପ୍ରଭାବିତ ଧାନ ଫସଲର ନମୁନା ଧରି ଜିଲାପାଳଙ୍କ ଅଫିସ୍‌ରେ ପହଞ୍ଚିଲେ ଚାଷୀ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ୧୧ତାରିଖ କେନାଲ ପାଣି ଯୋଗାଣ ବନ୍ଦ ରହିବ। କେନାଲ ପାଣି ବନ୍ଦ ରହିବାକୁ ଆଉମାତ୍ର ୫ଦିନ ବାକି ରହିଛି। ଅନ୍ୟପଟେ…

ଗଛକଟାକୁ ନେଇ ବିଦ୍ୟୁତ କାଟ୍‌, ଗାଁ ଯୁବକଙ୍କ ସହ ପୋଲିସ ମୁହାଁମୁହିଁ, ରଣକ୍ଷେତ୍ର ପାଲଟିଲା…

ହରଭଙ୍ଗା,୫।୫ ( ନରେନ୍ଦ୍ର କୁମାର ସାହୁ): ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ପୁରୁଣାକଟକ ଥାନାରେ ମଙ୍ଗଳବାର ଦିନ କରଞ୍ଜକଟା ଗ୍ରାମର ଯୁବକ  ଓ ପୋଲିସ ମୁହାଁମୁହିଁ ହେବା…

ଘର ସିଡି ପାହାଚରୁ ଖସିପଡ଼ିଲେ, ଚାଲିଗଲା ଆଇଟିଆଇ ଛାତ୍ରଙ୍କ ଜୀବନ

ଦିଗପହଣ୍ଡି,୫।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ଢେପସାହିର ଆଦିତ୍ୟ ମହାରଣା (୧୭) ଘର ଛାତ ସିଡ଼ି ପାହାଚରୁ ଖସି ସୋମବାର ଅପରାହ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri