ସିଆର୍‌ପିଏଫ୍‌ କ୍ୟାମ୍ପରେ ସ୍ବାଧୀନତା ଦିବସ, ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮- ରାୟଗଡାସ୍ଥିତ ସିଆର୍‌ପିଏଫ୍‌ର ୪ର୍ଥ ବାଟାଲିୟନ କ୍ୟାମ୍ପରେ ଗୁରୁବାର ସ୍ବାଦୀନତା ଦିବସ ଓ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ୪ର୍ଥ ବାଟାଲିୟନ କମାଣ୍ଡାଣ୍ଟ ଓ୍ବାଇ.କେ ରାଜପୁତ ଜାତୀୟ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ମନେପକାଇଥିଲେ। ଏହି ଅବସରରେ ସିଆର୍‌ପିଏଫ୍‌ ଯବାନଙ୍କୁ ସେମାନଙ୍କ ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା। ଏହାପରେ ଯବାନମାନେ ସେବା ସମାଜ ଅନାଥ ଆଶ୍ରମ ଓ ଶକ୍ତି ଜରାଶ୍ରମକୁ ଯାଇ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ପରେ ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ, ସ୍ବାମୀ ବିବେକାନନ୍ଦ ଛାତ୍ରୀଛାତ୍ର ଓ ଈଶ୍ୱରୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଅନୁଷ୍ଠାନ ଭଉଣୀମାନେ ଯବାନଙ୍କୁ ରାଖୀ ବାନ୍ଧିଥିଲେ। ଯବାନମାନେ ଦେଶ ଓ ଏହାର ନାଗରିକଙ୍କୁ ସବୁବେଳେ ସୁରକ୍ଷା ଦେଉଥିବାରୁ ଆମେ ତାଙ୍କୁ ରାଖୀ ବାନ୍ଧିଛୁ ବୋଲି ଛାତ୍ରୀଛାତ୍ରମାନେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସେକେଣ୍ଡ ଇନ୍‌ କମାଣ୍ଡାଣ୍ଟ ମିଟୁ ରୟ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁମନ ମିଶ୍ର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଲକ୍ଷ୍ମୀ ନାରାୟଣଙ୍କ ସମେତ ଅନ୍ୟ ଯବାନମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ ବିଛାରେ ଦୁର୍ନୀତି, ଭିଜିଲାନ୍ସ ଡିଏସ୍‌ପିଙ୍କୁ ଭାଜପାର ଦାବିପତ୍ର

କେନ୍ଦୁଝର, ୧୯।୫(ସ୍ବ.ପ୍ର.): କେନ୍ଦୁଝର ସହରରେ ପାଇପ ଦ୍ୱାରା ପାନୀୟ ଜଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ ଭାଜପା ପକ୍ଷରୁ ଭିଜିଲାନ୍ସ ୟୁନିଟରେ ଦାବିପତ୍ର...

୪୮୭ ଏକର ଜମିରେ ଚାଷ ହୋଇଥିଲା ଗଞ୍ଜେଇ

ଆର୍‌.ଉଦୟଗିରି,୨୮ା୧୧(ଡି.ଏନ.ଏ.): ଗଜପତି ଜିଲାର ଆର୍‌.ଉଦୟଗିରି, ମୋହନା ଏବଂ ଅଡବା ଥାନା ଅଞ୍ଚଳରେ ୪୮୭ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରି ଦିଆଯାଇଛି।...

ନଦୀରେ ଭାସିଗଲେ ବୃଦ୍ଧ

ଆରଡି,୧୭।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ ମୁଆଁ ଗ୍ରାମର ଘନଶ୍ୟାମ ଦାସ (୬୨) ବୁଧବାର ବନ୍ୟାରେ ଭାସିଯାଇ ନିଖୋଜ ଅଛନ୍ତି...

ମନୁଭାଇଙ୍କ ହର୍ବାଲ ଚା’

ବାଲେଶ୍ୱର ଅଫିସ, ୪।୩-ହର୍ବାଲ ଚା’। ଏଥିରେ ପଡୁନି ଚା’ ପତି କି ଚିନି। କପ୍‌ ୫ଟଙ୍କାର ଏଇ ଚା’ ପିଇବାକୁ ବି ଭିଡ଼ ଲାଗୁଛି। ବାଲେଶ୍ୱର...

ଆସିଲେନି, ହିସାବ ଦେଲେନି

ଢେଙ୍କାନାଳ ଅଫିସ, ୧୨।୨ ଢେଙ୍କାନାଳ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଠିକ୍‌ ଭାବେ ଖର୍ଚ୍ଚ ବିବରଣୀ ରଖୁନାହାନ୍ତି। ସମୀକ୍ଷା ବୈଠକରେ ମଧ୍ୟ ଉପସ୍ଥିତ...

କୁନି ପ୍ରଧାନ ହତ୍ୟା ମାମଲା: ନାତି ବଳରାମଙ୍କୁ ଆଜୀବନ ଜେଲ୍‌ ଦଣ୍ଡ

ଜଗତ୍‌ସିଂହପୁର ଅଫିସ,୨୧।୯: ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନ୍ତର୍ଗତ ପ୍ରସନ୍ନପୁରର କୁନି ପ୍ରଧାନ(୮୩)ଙ୍କୁ ୨୦୧୪ ମସିହାରେ ତାଙ୍କ ନାତି ବଳରାମ ସ୍ବାଇଁ ହତ୍ୟା କରିଥିବା ଅଭିଯୋଗ...

ନିମ୍ନମାନର ଛତୁଆ ପ୍ରଦାନକୁ ନେଇ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୨୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ବିଡିଓ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷା ପିଙ୍କି ବେହେରା ପୌରୋହିତ୍ୟ...

ବୃଦ୍ଧଙ୍କ ଗଳା କାଟିଦେଲେ

ମାଲକାନଗିରି/ପଡ଼ିଆ,୮ା୫: ମାଲକାନଗିରି ଜିଲା ପଡ଼ିଆ ବ୍ଲକ ନିଲିଗୁଡା ପଞ୍ଚାୟତ ନିଲିଗୁଡା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ୨ ଜଣ ଯୁବକ ଜଣେ...

Advertisement
Archives

Model This Week