‘ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି, ପ୍ରତିଷ୍ଠା ଭରିଥାଏ’

ଧର୍ମଶାଳା,୧୨।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜାରକାସ୍ଥିତ ସିଭିକ ସେଣ୍ଟର ପରିସରରେ ଗୋକର୍ଣ୍ଣିକା ସାହିତ୍ୟ ସମାଜର ୪୪ତମ ବାର୍ଷିକ ଉତ୍ସବ, ଗୋକର୍ଣ୍ଣିକା ପୁରସ୍କାର ଓ ପୁସ୍ତକ ଉନ୍ମୋଚନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଠ ଗାଳ୍ପିକ ଓ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ସାହିତ୍ୟ ମାଧ୍ୟମରେ ଜାତିର ପ୍ରଗତି ଓ ପ୍ରତିଷ୍ଠା ଭରିଥାଏ। ଦୀର୍ଘ ୪୦ ବର୍ଷ ଧରି ଗ୍ରାମାଞ୍ଚଳରୁ ଗୋକର୍ଣ୍ଣିକା ପ୍ରକାଶ ପାଇ ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖି ପାରିଛି। ଏଥିପାଇଁ ଉଦ୍ୟକ୍ତାମାନଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବିଶ୍ୱରଞ୍ଜନ କହିଥିଲେ। ପ୍ରଖ୍ୟାତ ଗାଳ୍ପିକ ତଥା ଅତିବଡି ଜଗନ୍ନାଥ ଦାଶ ପୁରସ୍କାର ପ୍ରାପ୍ତ ସାହିତି୍ୟକ ଅଚ୍ୟୁତାନନ୍ଦ ପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ରଷ୍ଟା ତାର ଅନୁଭବ, ଅନୁଭୂତି ଓ ଦର୍ଶନକୁ ତାର ସୃଷ୍ଟି ମାଧ୍ୟମରେ ପ୍ରକାଶ କରିବାକୁ ଜୀବନ ବ୍ୟାପି ସାଧନାରେ ମଗ୍ନ ରହିଥାଏ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଗୀତି କବି ଧନଞ୍ଜୟ ସ୍ବାଇଁ ଯୋଗଦେଇ ସାହିତ୍ୟର ଅଭିବୃଦ୍ଧି ପାରିପାର୍ଶ୍ୱିକ ଅବସ୍ଥା ଉପରେ ନିର୍ଭର କରେ ଓ ଭାଷା ସାହିତ୍ୟର ଏକ ଅଙ୍ଗ ବୋଲି କହିଥିଲେ। ଗୋକର୍ଣ୍ଣିକା ସାହିତ୍ୟ ସମାଜ ସଭାପତି ରମାକାନ୍ତ ଜେନା ଉତ୍ସବରେ ସଭାପତିତ୍ୱ କରିଥିଲେ। ଏହି ଅବସରରେ ଗାଳ୍ପିକ ରୁଦ୍ରନାରାୟଣ ପୃଷ୍ଟିଙ୍କ ଗଳ୍ପ ପୁସ୍ତକ ”ଭିନ୍ନ ଏକ ବନଫୁଲ“ ଓ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିସହ ଚଳିତ ବର୍ଷର ମର୍ଯ୍ୟାଦାଜନକ ଗୋକର୍ଣ୍ଣିକା ପୁରସ୍କାର ଜଗତସିଂହପୁର ଜିଲାପାଳ ତଥା ବିଶିଷ୍ଟ ଗାଳ୍ପିକ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ଅତିଥିମାନେ ତାଙ୍କୁ ୧୦ ହଜାର ଟଙ୍କା ସହ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଗୋକର୍ଣ୍ଣିକା କବିତା ସମ୍ମାନ ୨୦୧୮ ପାଇଁ କବି ସର୍ବେଶ୍ୱର ଶତପଥୀ, ୨୦୧୯ ବର୍ଷ ପାଇଁ ନିରାକାର ଦାସ, ଗୋକର୍ଣ୍ଣିକା ଗଳ୍ପ ସମ୍ମାନ କବିତା ବାରିକ, ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ ରବୀନ୍ଦ୍ର ବିହାରୀ, ଗୀତି କବିତା ସମ୍ମାନ ଅଧ୍ୟାପିକା ରୀନା ମହାପାତ୍ରଙ୍କୁ ମାନପତ୍ର, ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି। ମାନପତ୍ରଗୁଡ଼ିକୁ ପ୍ରତାପରୁଦ୍ର ପଣ୍ଡା, ବ୍ରଜ କିଶୋର ଦାଶ, ଇନ୍ଦୁପ୍ରଭା ସାମଲ, ପ୍ରଦୀପ ସାମଲ, ମହେଶ୍ୱର ପାଢ଼ୀ ପାଠ କରିଥିଲେ। ସମ୍ପାଦକ ବିଜୟ କୁମାର ନାୟକ ବାର୍ଷିକ ବିବରଣୀ ପାଠ, ତୁହିନାଂଶୁ ରଥ ଅତିଥି ପରିଚୟ ପ୍ରଦାନ, ଜ୍ୟେତି ରଞ୍ଜନ ବିଶ୍ୱାଳ ଜଗନ୍ନାଥ ଜଣାଣ ଗାନ ଓ ପଣ୍ଡିତ ବ୍ରଜକିଶୋର ଦାଶ ବେଦ ପାଠ କରିଥିଲେ। ଅତିଥିମାନଙ୍କୁ ଉପଦେଷ୍ଟା ବିଜୟ କୁମାର ଶତପଥୀ, ଶିଶୁ ସାହିତି୍ୟକ ବିଦ୍ୟାଧର ସାହୁ ଓ ବରିଷ୍ଠ ଉପଦେଷ୍ଟା ବଟକୃଷ୍ଣ ଓଝା ସମ୍ବର୍ଦ୍ଧିତ କରିଥିଲେ। ଉପସଭାପତି ସୁନାକର ସାହୁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri