ସାହସିକତା ପୁରସ୍କାର ପାଇଁ ୨ ଛାତ୍ରଙ୍କ ନାମ ସୁପାରିଶ

ଯାଜପୁର ଟାଉନ,୮।୯(ଡି.ଏନ.ଏ.)- କୋରେଇ ବ୍ଲକ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ଗଣେଶ ପୂଜାଦିନ ପୋଖରୀରେ ବୁଡ଼ି ଯାଉଥିବାବେଳେ ୨ଜଣ ୮ମ ଣ୍ରେଣୀ ଛାତ୍ର ତାଙ୍କୁ ଉଦ୍ଧାର କରିଥିଲେ। ନିଜ ଜୀବନକୁ ବାଜି ଲଗାଇ ଉକ୍ତ ଦୁଇ ଛାତ୍ରଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ ହୋଇଥିଲା। ଶନିବାର ଜିଲାପାଳ ରଞ୍ଜନ କୁମାର ଦାସ ଉଦ୍ଧାର କରିଥିବା ଏହି ୨ ଛାତ୍ରଙ୍କୁ ରାଜ୍ୟ ଓ ଜାତୀୟ ସାହସିକତା ପୁରସ୍କାର ପ୍ରଦାନ ପାଇଁ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବଙ୍କୁ ଚିଠି ଲେଖିଥିବା ଜଣାପଡିଛି। ସୂଚନା ଯେ, ଗତ ୨ତାରିଖ ଦିନ ଗଣେଶ ପୂଜା ଦିନ ସାଦକପୁର ପ୍ରାଥମିକ ବିଦ୍ୟାଳୟର ଅବଦୁଲ ନଜିମ୍‌ ଖାଁଙ୍କ ୬ବର୍ଷର ଶିଶୁପୁତ୍ର ଘରକୁ ଫେରୁଥିବାବେଳେ ସ୍କୁଲ ନିକଟରେ ଥିବା ଏକ ପୋଖରୀରେ ଗଳି ପଡିଥିଲେ। ଏହି ସମୟରେ ଏହି ରାସ୍ତା ଦେଇ ୮ମ ଶ୍ରେଣୀରେ ପଢ଼ୁଥିବା ୨ ଛାତ୍ର ସେକ୍‌ ତସିଫ୍‌ ରାଜା ଓ ମହମ୍ମଦ ସୋଏବ ନିଜ ଜୀବନକୁ ବିପନ୍ନ କରି ପୋଖରୀକୁ ଡ଼େଇଁ ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହି ୨ ଛାତ୍ରଙ୍କୁ ସାହସିକତା ପୁରସ୍କାର ପ୍ରଦାନ ପାଇଁ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଦାବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ମୟ ବାଳିକା ସ୍ମୃତିମୟୀ: ୫ ମିନିଟ୍‌ରେ ଦିଅନ୍ତି ୧୦୦ରୁ ଅଧିକ ପ୍ରଶ୍ନର ଉତ୍ତର

ଘସିପୁରା, ୫।୧୦(ଡି.ଏନ.ଏ)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପଞ୍ଚୁପଲ୍ଲୀ ଗାଁର ଶାନ୍ତନୁ ରାଉତଙ୍କ ଝିଅ ସ୍ମୃତିମୟୀ । ବୟସ ମାତ୍ର ୩ବର୍ଷ । ସେ ନା ଯାଇଛନ୍ତି...

ବ୍ଲକ୍‌ ରୋଡ୍‌ ଜବର ଦଖଲତହସିଲରେ ଅଭିଯୋଗ

ଝୁମ୍ପୁରା, ୨୩।୭ (ଡି.ଏନ.ଏ.)-ଝୁମ୍ପୁରା ବଜାର ଅଞ୍ଚଳର ୨୦ନଂ ଜାତୀୟ ରାଜପଥର ବ୍ଲକ ଛକ ଠାରୁ ତହସିଲ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଉଖୁଣ୍ଡାକୁ ସଂଲଗ୍ନ...

ଅନ୍ୟର ତ୍ରୁଟି ୨ଜଣଙ୍କୁ କାଳ ହେଲା

ବରଗଡ଼ ଅଫିସ୍‌/ବରପାଲି,୧୨।୫: ବରଗଡ଼ ଜିଲା ବରପାଲି ଥାନା ମହଦା କେନାଲ ଛକ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତାରେ ଆସୁଥିବା ବେଳେ ଗଛଡ଼ାଳ...

ବୈତରଣୀ ନଦୀର ସାଆଁଳା ବାଲିଘାଟ: ଏନ୍‌ଜିଟି ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୩।୧୨: ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ...

କ୍ରିକେଟ ଖେଳରୁ ଗଣ୍ଡଗୋଳ: ଏୟାରଗନ୍‌ ସହିତ ୨ଗିରଫ

ବରଗଡ଼ ଅଫିସ୍‌,୧୩।୬- ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ କ୍ରିକେଟ ଖେଳକୁ ନେଇ ୨ଜଣଙ୍କ ମଧ୍ୟରେଗଣ୍ଡଗୋଳ ଘଟଣାରେ ପୋଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଛି ।...

ଅଟୋରେ ଚାଲାଣ ହେଉଥିଲା ଶାଳ କାଠ…

ବଲାଙ୍ଗୀର ଅଫିସ,୧୧।୫: ବଲାଙ୍ଗୀର ଜିଲା ପାଟଣାଗଡ଼ ପଥରଚେପା ଆଦର୍ଶ ବିଦ୍ୟାଳୟ ରାସ୍ତାରେ ବନ ବିଭାଗ ଚଢ଼ାଉ କରି ଏକ ଶାଳ କାଠ ବୋଝେଇ ଅଟୋକୁ ଜବତ...

ପରୀ ହତ୍ୟା ମାମଲା: ୧୯ରେ ସୁପ୍ରିମକୋର୍ଟରେ ଶୁଣାଣି

ନୟାଗଡ଼(ଅଫିସ୍‌)/ନୂଆଦିଲ୍ଲୀ, ୬।୪: ନୟାଗଡ଼ର ୫ବର୍ଷୀୟା ଶିଶୁ କନ୍ୟା ପରୀ ହତ୍ୟା ମାମଲାର ଶୁଣାଣି ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ ହେବ। ମାମଲାର ସିବିଆଇ ତଦନ୍ତ ଦାବି କରି...

ଦୁଇ ବାଇକ୍‌ ମୁହାଁମୁହିଁ: ଜଣେ ଆରୋହୀଙ୍କ ମୃତ୍ୟୁ

ପଦ୍ମପୁର,୧୩।୩(ଡି.ଏନ୍‌.ଏ.): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ କେଦାରପୁର ଗ୍ରାମରେ ଶୁକ୍ରବାର ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍ତାରେ ଜଣେ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ...

Advertisement
Archives

Model This Week