ସାର୍କ ବୈଠକ:ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ଉଠି ପଳାଇଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ

ନ୍ୟୁୟର୍କ,୨୭।୯: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଭାରତର ବୈଦେଶିକ ଏସ୍‌. ଜୟଶଙ୍କର ଉଦ୍‌ବୋଧନ ଦେଉଥିବା ବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସେଠାରୁ ଉଠି ପଳାଇଥିଲେ। ପ୍ରଥମେ ଶାହ ନିଜ ଭାଷଣରେ ଜମ୍ମୁ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାପରେ ସେଠାରେ ମାନବାଧିକାର କ୍ଷୁଣ୍ଣ ହୋଇଛି। ଅନେକ ସ୍ଥାନରେ କଟକଣା ଲଗାଯାଇଛି। ଏହାପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଉଦ୍‌ବୋଧନ ଦେବାବେଳେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବୈଠକ ବାହାରକୁ ପଳାଇଯାଇଥିଲେ। ସୂଚନାଯୋଗ୍ୟ ସାର୍କ ବୈଠକରେ ଭାରତ, ପାକିସ୍ତାନ, ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ମାଳଦ୍ୱୀପ, ନେପାଳ ଏବଂ ଶ୍ରୀଲଙ୍କା ସଦସ୍ୟ ରାଷ୍ଟ୍ର ଭାଗ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଜି-୨୦ ଅଧ୍ୟକ୍ଷତାକୁ ମିଳିଲା ଜି-୭ ଦେଶର ସମର୍ଥନ

ୱାଶିଂଟନ,୧୩ ।୧୨: ଜି-୭ ଦେଶ ସୋମବାର ଭାରତର ଜି-୨୦ ଅଧ୍ୟକ୍ଷତାକୁ ସମର୍ଥନ କରି ଏକ ନ୍ୟାୟପୂର୍ଣ୍ଣ ବିଶ୍ୱ ପ୍ରତି ପ୍ରତିବଦ୍ଧତାକୁ ଦୋହରାଇଛି । ସୋମବାର ପ୍ରକାଶିତ...

ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ବାସୋପଯୋଗୀ ଗ୍ରହର ସନ୍ଧାନ

ଓ୍ବାଶିଂଟନ:ଆମେରିକୀୟ ମହାକାଶ ସଂସ୍ଥା ନାସା ସୌରମଣ୍ଡଳ ବାହାରେ ତିନୋଟି ବାସୋପଯୋଗୀ ଗ୍ରହ ଠାବ କରିଛି। ପୃଥିବୀଠାରୁ ୭୩ ଆଲୋକବର୍ଷ ଦୂରରେ ଥିବା ଗ୍ରହଗୁଡିକ ଏକ ନକ୍ଷେତ୍ର...

ଫେବୃୟାରୀ ୨୪-୨୫ରେ ଭାରତ ଆସିବେ ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲେନିଆ ଟ୍ରମ୍ପ ଫେବୃୟାରୀ ୨୪-୨୫ରେ ଭାରତ ଗସ୍ତ କରିବେ। ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କର ଏହା...

ୟୁକ୍ରେନକୁ ଏକେଲା ଛାଡିଦେଲା ନାଟୋ ଦେଶ, ଆମେରିକା-ବ୍ରିଟେନ, ୟୁରୋପୀୟ ୟୁନିୟନ ରୁଷିଆ ଉପରେ ଲଗାଇଲେ କଡା ପ୍ରତିବନ୍ଧକ

ୱାଶିଂଟନ,୨୫ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ରୁଷିଆ ଆମେରିକାର ସମସ୍ତ ଆର୍ଥିକ ପ୍ରତିବନ୍ଧକକୁ ଏକ ପ୍ରକାର ଅଣଦେଖା କରି...

କରତାରପୁର କୋରିଡୋର ଖୋଲିବ ପାକିସ୍ତାନ

ଇସଲାମାବାଦ୍‌, ୩।୧୦: କରୋନା ସଂକ୍ରମଣ କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି କରତାରପୁର କୋରିଡୋର ଖୋଲିବାକୁ ପାକିସ୍ତାନ ନିଷ୍ପତ୍ତି ନେଇଛି। ଏସମ୍ପର୍କରେ ପାକିସ୍ତାନର ଧାର୍ମିକ ବ୍ୟାପାର...

ବଳାତ୍କାରୀଙ୍କୁ ଆଉ କ୍ଷମା ନାହିଁ: କରି ଦିଆଯିବ ନପୁଂସକ

ଇସଲାମାବାଦ୍‌,୧୬।୧୨: ବଳାତ୍କାରୀଙ୍କୁ ଏବେ ପାକିସ୍ତାନରେ ଆଉ କ୍ଷମା ଦିଆଯିବ ନାହିଁ। ଦୋଷୀଙ୍କୁ ନପୁଂସକ କରି ଦିଆଯିବ। ଏନେଇ ଏକ କ୍ୟାବିନେଟ୍‌ ପ୍ରସ୍ତାବକୁ ରାଷ୍ଟ୍ରପତି ଆରଫ୍‌ ଆଲଭି...

ଭାରତ-ପାକିସ୍ତାନ ପ୍ରସଙ୍ଗରେ ମଧ୍ୟସ୍ଥି ପାଇଁ ପୁଣି କହିଲା ଆମେରିକା…

ଓ୍ବାଶିଂଟନ,୨୦।୧୨ : ଭାରତ ପାକିସ୍ତାନ ପ୍ରସଙ୍ଗରେ ପୁଣି ମଧ୍ୟସ୍ଥି କରିବାକୁ ଆମେରିକା ଇଛା ପ୍ରକାଶ କରିଛି। ଦୁଇଦେଶ ମଧ୍ୟରେ ଥିବା ମତଭେଦ ଦୂର ପାଇଁ ଉଦ୍ୟମ...

ପାକିସ୍ତାନର ମହଙ୍ଗା ମାଡରେ ଅସ୍ତବ୍ୟସ୍ତ କିନ୍ନର ସମାଜ

ଇସ୍‌ଲାମାବାଦ,୧୦।୧୨: ପାକିସ୍ତାନର ଇମ୍ରାନ ଖାଁ ସରକାର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏବେ ଏଠାକାର ମହଙ୍ଗା ମାଡ ବିଶେଷ ଭାବେ କିନ୍ନର...

Advertisement
Archives

Model This Week