ସାରସ୍ବତ ସାଧିକା ସଂଯୁକ୍ତା

ପେସା ଶିକ୍ଷକତା, ହେଲେ ଲେଖାଲେଖି ସତେ ଯେମିତି ତାଙ୍କ ପାଇଁ ନିଶା ପାଲଟିଯାଇଛି। ସେ ହେଲେ ସଂଯୁକ୍ତା ମହାପାତ୍ର। ଯାଜପୁର ଜିଲା ବଡ଼ ତ୍ରିଲୋଚନପୁର ଗ୍ରାମରେ ତାଙ୍କର ଜନ୍ମ। ଶଙ୍ଖଚିଲାସ୍ଥିତ ହିଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନରେ ନିଜକୁ ନିୟୋଜିତ ରଖିଛନ୍ତି ସେ। ସାବିତ୍ରୀ ମହାପାତ୍ର ଏବଂ ନୀଳାମ୍ବର ମହାପାତ୍ରଙ୍କ ଏହି କନ୍ୟା ଯୋଗରେ ସ୍କିଲ୍‌ ଇଣ୍ଡିଆ(ଗ୍ରେଡ୍‌-ଏ)ଡିିଗ୍ରୀ ହାସଲ କରିଛନ୍ତି। ଲେଖାଲେଖି ଜୀବନ କିପରି ଆରମ୍ଭ ହେଲା ପ୍ରଶ୍ନର ଉତ୍ତରରେ କହନ୍ତି, ”ମୋ ଜେଜେମା ରାମାୟଣ, ମହାଭାରତ, ଭାଗବତ, ଲକ୍ଷ୍ମୀପୁରାଣ, ବାୟୁ ପୁରାଣ ,
ହରିବଂଶ , ବିଲଙ୍କା ରାମାୟଣ ଆଦି ପଢ଼ି ତାଙ୍କୁ ଶୁଣାଇବାକୁ ମୋତେ ଉତ୍ସାହିତ କରୁଥିଲେ। ଅତି ଛୋଟ ବେଳୁ ଏସବୁ ପଢ଼ିବାର ସୁଯୋଗ ପାଇଥିବାରୁ ମୁଁ ଗପ ଓ କବିତା ପ୍ରତି ସ୍ବତଃ ଆକର୍ଷିତ ଥିଲି। ତେଣୁ ନିଜେ କିଛି କରିବାର ଇଚ୍ଛା ଥିଲା। ପରେ ମୋ ଭିଣୋଇ, ସ୍ବାମୀ ଓ ପୁଅ ମୋତେ ଲେଖିବାକୁ ପ୍ରୋତ୍ସାହିତ କରିଥିଲେ। ମୁଁ ବହୁ ଛୋଟ ବେଳରୁ ଲେଖାପଢ଼ା ସହ ଜଡ଼ିତ ଥିଲେ ମଧ୍ୟ କଲେଜରେ ପଢ଼ିବା ବେଳେ ମୋର ଓଡ଼ିଆରେ କମ୍‌ ନମ୍ବର ରହିଲା। ୨୦୦୭ରେ ‘ଜାହ୍ନବୀ’ର ସମ୍ପାଦିକା ମୋ ସ୍ବାମୀ ନାରାୟଣ ପ୍ରସାଦ ପତିଙ୍କୁ ଏକ ସଭାକୁ ଅତିଥି କରି ଡାକିଥିଲେ। ସେଠାରେ କବିତା ଆବୃତ୍ତିକରି ପୁରସ୍କୃତ ହେବା ପରେ କବିତା ଲେଖିବା ମୋର ନିଶାରେ ପରିଣତ ହୋଇଥିଲା। ସେଠାରେ କବିତା ପଢୁଥିବା ସମସ୍ତଙ୍କୁ ପ୍ରମାଣପତ୍ର ଦେଲାବେଳେ ମୋତେ ଗୋଟିଏ ଦେଲେ।
ମୁଁ ଏହାକୁ ଏକପ୍ରକାର ଜିଦି ଭାବେ ଗ୍ରହଣକରି ଲେଖା ଆରମ୍ଭକଲି। ଆଉ ୨୦୦୯ରୁ ତ୍ରୈମାସିକ ପତ୍ରିକା ‘ଚିରନ୍ତନୀ’ ମୋ ସମ୍ପାଦନାରେ ଆରମ୍ଭକରିି ନିୟମିତ ଚଳାଇ ଆସୁଛି। ପୌରାଣିକ ବିଷୟବସ୍ତୁ ଆଧାରରେ ଗଳ୍ପ କବିତା ଲେଖି ସମାଜ ସଂସ୍କାର ପାଇଁ ଉଦ୍ୟମ କରିଥାଏ। ବିଶେଷକରି ଶିଶୁମାନଙ୍କ ନିମନ୍ତେ ନୈତିକ ଧର୍ମିକ କଥା ଓ ନାରୀମାନଙ୍କ ସମସ୍ୟାକୁ ଆଧାରକରି ଗଳ୍ପ କବିତା ଲେଖିଥାଏ।
ଶିକ୍ଷକତା ମୋର ବ୍ରତ। ଏହା ମୋତେ ଆନନ୍ଦ ଦିଏ। ମୋ ଶିକ୍ଷକତା ମଧ୍ୟରେ ମୁଁ ବହୁ କଥା ଶିଖିବାକୁ ପାଇଥାଏ। ଏଥିପାଇଁ ମୋତେ ସମୟ ଦେବାକୁ ପଡ଼େନାହିଁ। କାରଣ ପଢ଼ିବା, ଲେଖିବା ଦୁଇଟି କାର୍ଯ୍ୟ ପରସ୍ପର ପରିପୂରକ। ଏହା ବ୍ୟତୀତ ମୁଁ ଯୋଗ ଶିଖାଏ, ସମାଜସେବା କରେ, ଭାରତ ସ୍କାଉଟ ଗାଇଡର ପ୍ରଶିକ୍ଷିକା କାର୍ଯ୍ୟ କରେ, ଇନରହୁଇଲ କ୍ଲବ୍‌ର ପ୍ରତିଷ୍ଠାତା ସଭାପତି। ମୋ ପାଇଁ ସବୁ କାର୍ଯ୍ୟ ଗୋଟିଏ ଗୋଟିଏ ବିନ୍ଦୁ ପରି ସରଳରେଖାରେ ଗତି କରିଥାଏ। ଜଣେ ଶିକ୍ଷୟିତ୍ରୀ ଭାବେ ମୋ ଛାତ୍ରୀଛାତ୍ରଙ୍କୁ କହିବି ଯେ ଜ୍ଞାନ ଅର୍ଜନ କରିବା ଓ ନମ୍ବର ରଖିବା ଦୁଇଟି ଭିନ୍ନ କଥା। ଜ୍ଞାନର କୌଣସି ସୀମା ନ ଥିବାରୁ ଏକ ନିର୍ଦ୍ଦିଷ୍ଟ ବିଷୟ ଅଧ୍ୟୟନର ମୌଳିକ ଉଦ୍ଦେଶ୍ୟ ବୁଝିବା ଆବଶ୍ୟକ। ଜ୍ଞାନକୁ ପ୍ରୟୋଗାତ୍ମକ କଲେ ଏହା ବୃଦ୍ଧି ଘଟେ ଓ ଗୋଟିଏ କ୍ଷେତ୍ରର ଜ୍ଞାନ ଅନ୍ୟ କ୍ଷେତ୍ରରେ ଉପଯୋଗୀ ହୁଏ। ପାଠିକାପାଠକମାନେ କାବ୍ୟ କବିତା, ଗଳ୍ପ, ଉପନ୍ୟାସ ପଢ଼ିବା ବେଳେ ଏହାର ଅନ୍ତର୍ନିହିତ ଭାବକୁ ବୁଝିବା ଉଚିତ। ପ୍ରତ୍ୟେକ ଲେଖାରେ ସମାଜ ନିମନ୍ତେ ଏକ ବାର୍ତ୍ତା ଥାଏ। ଏହାକୁ ବୁଝିଲେ ଲେଖକର ଶ୍ରମ ସାର୍ଥକ ହୁଏ। ମୋର ନିଜର କିଛି ଅବସୋସ ନାହିଁ। କାରଣ ମୋ କାର୍ଯ୍ୟକୁ ମୁଁ ସାରିପାରିବି, ଭଗବାନ ମୋତେ ସମୟ ଦେଲେ ଅନେକ କିଛି କରିବାର ଯୋଜନା ରଖିିଛି। କିନ୍ତୁ ଏବେ ଦେଖାଯାଉଛି ପ୍ରକୃତ ସାହିତି୍ୟକମାନେ ଅନ୍ତରାଳରେ ରହୁଥିବାବେଳେ ଅଣସାହିତି୍ୟକମାନେ ପ୍ରଚାରଧର୍ମୀ ହୋଇପଡ଼ିଛନ୍ତି। ଆଉ ପ୍ରୋତ୍ସାହନ ଅଭାବରୁ ଆମ ଭବିଷ୍ୟତ ପିଢ଼ି ଭାଷା ସାହିତ୍ୟ ପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି।“ ନିଜର ସାରସ୍ବତ ଜୀବନରେ ପୁରସ୍କାରକୁ ସେ କେବେ ଅଗ୍ରାଧିକାର ଦେଇନାହାନ୍ତି। ଏଥିରେ ନିଜକୁ ଜଡ଼ିତ ରଖି ପାଠିକାପାଠକଙ୍କୁ ଶିକ୍ଷଣୀୟ ଗପ, କବିତା ଉପହାର ଦେବାକୁ ସବୁବେଳେ ପ୍ରାଥମିକତା ଦିଅନ୍ତି ସଂଯୁକ୍ତା। – ଦେବସ୍ମିତା


Enter your email to get our daily news in your inbox.

All Right Reserved By Dharitri.Com

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ଭେଣ୍ଟିଲେଟରରେ ସଲମାନଙ୍କ ବାପା: ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆସିଲା ବଡ଼ ଅପଡେଟ୍‌

ବଲିଉଡର ବରିଷ୍ଠ ସ୍କ୍ରିନ୍‌ରାଇଟର୍‌ ସଲିମ ଖାନ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଫେବୃଆରୀ ୧୭ ସକାଳେ ହସ୍ପିଟାଲକୁ ଅଣାଯାଇଥିଲା।…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri