ସାରଥି ଆଶ୍ରମକୁ ଇଡି ନୋଟିସ

ଡେରାବିଶ, ୧୩ା୧୨ (ସ୍ବ.ପ୍ର.): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ବାରିମୂଳ ସାରଥି ଆଶ୍ରମ ପରିସରରେ ଦ୍ୱିତୀୟ ଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌) ପକ୍ଷରୁ ଶୁକ୍ରବାର ନୋଟିସ ଲଗାଯାଇଛି। ଜୁଲାଇ ୨୭ରେ ଏହି ଆଶ୍ରମ ସମ୍ମୁଖରେ ଏକ ନୋଟିସ ବୋର୍ଡ ଲଗାଯାଇଥିଲା। ଏଥିରେ ଦର୍ଶାଯାଇଥିଲା, ୨୦୧୭ ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ସାରଥି ମାମଲା (ଓସି ନଂ- ୭୨୮/ ୧୭)ରେ ଜବତ ହୋଇଥିବା ୨୬ ପ୍ଲଟର ୩ ଏକର ୪୨ ଡିସିମିଲ ଜମି ଉପରେ ସର୍ବସାଧାରଣଙ୍କ ଯାତାୟାତକୁ ରୋକ ଲଗାଯାଇଛି। ଶୁକ୍ରବାର ଅପରାହ୍ନରେ ପୂର୍ବ ନୋଟିସ ନିକଟରେ ଅନ୍ୟ ଏକ ନୋଟିସ ଲଗାଯାଇ ଏଥିରେ ଗରାପୁର ମୌଜାର ଏକ ପ୍ଲଟକୁ ସାମିଲ କରାଯାଇଛି।
ଗରାପୁରରେ ଥିବା ଖାତା ନଂ ୬୪୦ ପ୍ଲଟ ନଂ ୭୮୨ର ଏହି ୪୫ ଡିସିମିଲ ଜମିକୁ କଟକ ପୌରାଞ୍ଚଳ ଲାଲବାଗର ରବୀନ୍ଦ୍ର କୁମାର ପଟ୍ଟନାୟକଙ୍କ ମାଲିକାନାରେ ଥିବା ଦର୍ଶାଯାଇଛି।
ସୂଚନାଯୋଗ୍ୟ, ହାଇଦ୍ରାବାଦର ଏକ ହୋଟେଲରେ ରହଣିକୁ ନେଇ ୨୦୧୫ରେ ସାରଥି ବିବାଦୀୟ ହୋଇ ପଡିଥିଲେ। ଉକ୍ତ ବର୍ଷ ଅଗଷ୍ଟ ୮ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲରେ କ୍ରାଇମ ବ୍ରାଞ୍ଚ ତାଙ୍କୁ ଗିରଫ କରିଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ ଇଡିକୁ ଦିଆଯାଇଥିଲା।
ଏଥିସହ ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଜୀବନରେ ମାରି ଦେବାକୁ ଧମକ ଦିଆଯାଇଥିବା ସାରଥିଙ୍କ ନଁ।ରେ ଅଭିଯୋଗ ହୋଇଥିଲା। ଏହାଛଡା ସଦର ଥାନା ଅନ୍ତର୍ଗତ ଆଶ୍ରମ ଅନ୍ତେବାସୀ ମା’ ଓ ଝିଅଙ୍କ ଟଙ୍କା ଏବଂ ଜମି ଠକେଇ କରିବା, ବିବାହ ପ୍ରତିଶ୍ରୁତି ଦେଇ ଅନୈତିକ ସମ୍ପର୍କ ରଖିବାକୁ ନେଇ ସାରଥି ଓ ତାଙ୍କ ସହଯୋଗୀ ଶରତ ପାତ୍ରଙ୍କ ନଁ।ରେ କେନ୍ଦ୍ରାପଡା ଏସ୍‌ଡିଜେଏମଙ୍କ କୋର୍ଟରେ ମାମଲା ରୁଜୁ ହୋଇଛି। ଇତିମଧ୍ୟରେ ଅଭିଯୁକ୍ତ ଦୁଇଜଣ ଜେଲରୁ ଜାମିନରେ ମୁକୁଳି ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ରାଜ୍ୟକୁ ଗଲା ୨୫୦ ଟନ୍‌ ଅକ୍ସିଜେନ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଗତ ୨୪ ଘଣ୍ଟାରେ ରାଜ୍ୟ ବାହାରକୁ ୨୫୦ ଟନ୍‌ ଅକ୍ସିଜେନ ପଠାଯାଇଛି। ପ୍ରାୟ ୧୫ ଟ୍ୟାଙ୍କରରେ ୪ ରାଜ୍ୟକୁ ଏହି...

କଂଗ୍ରେସକୁ ହରାଇ ୨ୟ ଥର ବିଧାୟକ ହେଲେ ଭାଗୀରଥି

ହାଟଡିହୀ, ୨୪।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଚଳିତ ବର୍ଷ ବିଧାୟକ ପଦ ପାଇଁ ହୋଇଥିଲା ଜୋରଦାର ଟକ୍କର। ବିଜେଡିର ଭାଗୀରଥି ସେଠୀ, କଂଗ୍ରେସର ଜୟଦେବ...

ଶେଷ କ୍ୟାବିନେଟ୍‌ରେ ଫନୀ ଚିନ୍ତା

ଭୁବନେଶ୍ୱର,୧୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରଙ୍କ ଶେଷ କ୍ୟାବିନେଟ୍‌ ବୈଠକ ଶନିବାର ସଚିବାଳୟରେ ଅନୁଷ୍ଠିତ ହୋଇଛି। ସାମୁଦ୍ରିକ ଝଡ ଫନୀ ଦ୍ୱାରା ପ୍ରଭାବିତ ପୁରୀ...

ସାମାଜିକ ବୈଷମ୍ୟ, ଅର୍ଥନୈତିକ ଅସ୍ଥିରତା ଆଣିବ କେନ୍ଦ୍ର ବଜେଟ

ଭୁବନେଶ୍ୱର,୧୮।୨(ବ୍ୟୁରେ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସଂସଦରେ ଉପସ୍ଥାପନ କରିଥିବା ୨୦୨୦-୨୧ ବଜେଟ ସମ୍ପୂର୍ଣ୍ଣ ଦିଶାହୀନ। ସାମାଜିକ ବୈଷମ୍ୟ ବୃଦ୍ଧି କରିବା ସହ ଦେଶର ଆର୍ଥିକ...

ମୁଖ୍ୟ ଚିକିତ୍ସାଳୟ ବୁଲିଲେ ଜିଲାପାଳ

ପୁରୀ ଅଫିସ,୨।୨: ପୁରୀ ଜିଲାପାଳ ସମର୍ଥ ବର୍ମା ସୋମବାର ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଓପିଡି, ରେଜିଷ୍ଟ୍ରେଶନ କାଉଣ୍ଟର, ଏକ୍ସରେ,...

ସହର ତାଲିକାରେ ଗାଁ ଭୋଟରଙ୍କ ନାମ

ନୟାଗଡ଼ ଅଫିସ,୨୫।୨: ନୟାଗଡ଼ ମ୍ୟୁନିସିପାଲିଟିର ଡ୍ରାଫ୍ଟ ଭୋଟର ତାଲିକାରେ ଚଞ୍ଚକତା କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ୨ହଜାର ଭୋଟରଙ୍କ ନାମ ଗାଁ ଓ ସହରରେ...

ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଡିଏନ୍‌ଏରୁ ସ୍ପଷ୍ଟ ହେଲା ସୀମାଞ୍ଚଳ ମୃତ

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ): ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ୍‌ ବିସ୍ଫୋରଣ ଘଟଣା ପରଠାରୁ ବ୍ରହ୍ମପୁରର ସୀମାଞ୍ଚଳ ପରିଡ଼ା ନିଖୋଜ ଥିଲେ। ଘଟଣାସ୍ଥଳରୁ ଖଣ୍ଡ ବିଖଣ୍ଡିତ ଶରୀରର...

ଯାଞ୍ଚ ପରେ ଜିଲାରେ ୧୩,୪୬୭ ପ୍ରାର୍ଥୀ

ବାରିପଦା ଅଫିସ,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ଶନିବାର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ମୟୂରଭଞ୍ଜ ଜିଲାରେ ୧୩ ହଜାର ୪୬୭...

Advertisement
Archives

Model This Week