ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଆକ୍ରମଣ କରୁଛି ଭାଜପା: ଡି. ରାଜା

ଭୁବନେଶ୍ୱର,୧ା୭(ବ୍ୟୁରୋ) : ଦେଶର ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଭାଜପା ଆକ୍ରମଣ କରୁଛି। ସମସ୍ତ ବିରୋଧୀ ଦଳ ଏହାର ପ୍ରତିରୋଧ କରିବାର ଆବଶ୍ୟକତା ରହିଛି। ସଦ୍ୟ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ବିରୋଧୀ ଦଳଗୁଡିକର ଏକତା ଅଭାବ କାରଣରୁ ଏନ୍‌ଡିଏ ଲଗାତର ଦ୍ୱିତୀୟଥର ପାଇଁ କ୍ଷମତାସୀନ ହେବାରେ ସଫଳ ହୋଇଛି। ଭୁବନେଶ୍ୱର ଗସ୍ତରେ ଥିବା ସିପିଆଇ ସମ୍ପାଦକ ତଥା ରାଜ୍ୟ ସଭା ସଦସ୍ୟ ଡି. ରାଜା ରବିବାର ଏହି କଥା କହିଛନ୍ତି।
ରାଜା କହିଛନ୍ତି, ଭାଜପା ନୂଆ ଭାରତ ନିର୍ମାଣ ନାମରେ ଆରଏସ୍‌ଏସ୍‌ର କାର୍ଯ୍ୟସୂଚୀ(ହିନ୍ଦୁ ରାଷ୍ଟ୍ର) ନିର୍ମାଣ କରିବାକୁ ଚାହଁୁଛି। ସମସ୍ତଙ୍କ ବିକାଶ(ସବ୍‌କା ବିକାଶ) କଥା ପ୍ରଧାନମନ୍ତ୍ରୀ କହୁଥିବାବେଳେ ଦେଶରେ ଭିଡଜନିତ ହତ୍ୟା ଓ ସଂଖ୍ୟାଲଘୁମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସମ୍ବିଧାନର ନିୟମାନୁଯାୟୀ ସମଗ୍ର ଦେଶ ଏବଂ ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ନିର୍ବାଚନ ହେବାର ବ୍ୟବସ୍ଥା ରହିଛି। ସମଗ୍ର ଦେଶ ଏବଂ ରାଜ୍ୟ ବିଧାନସଭାଗୁଡିକର ଏକକ ନିର୍ବାଚନ କରାଯିବା ପାଇଁ ପ୍ରୟାସ କରାଯାଉଛି, ଏହା ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି ରାଜା କହିଛନ୍ତି। ସଦ୍ୟ ନିର୍ବାଚନ ସରିଛି, ହେଲେ ଏହି ସମୟରେ ଜମ୍ମୁ ଓ କଶ୍ମୀରରେ ଏକାଠି ଭୋଟ କରାଇଲେ ନାହିଁ। କଶ୍ମୀର ଏକ ରାଜନୈତିକ ସମସ୍ୟା, ଏହାକୁ ରାଜନୈତିକ ଢଙ୍ଗରେ ସମାଧାନ କରିବାର ଆବଶ୍ୟକତା ରହିଛି। ହେଲେ ଏହାକୁ କେବଳ ଆଇନଶୃଙ୍ଖଳାର ସମସ୍ୟା ଭଳି ଦେଖାଯାଉଛି। କେବଳ ସେନାବଳ ଦ୍ୱାରା ଏହାର ସମାଧାନ କରାଯାଇପାରେନା ବୋଲି ରାଜା ମତ ରଖିଛନ୍ତି। ସେହିଭଳି ମହିଳା ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ଭାଜପାକୁ ସିପିଆଇ ପକ୍ଷରୁ ସମାଲୋଚନା କରାଯାଇଛି। ଏମିତିକି ରାଷ୍ଟ୍ରପତିଙ୍କ ଅଭିଭାଷଣରେ ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳା ସଶକ୍ତୀକରଣ ସମ୍ପର୍କରେ କିଛି କୁହାଯାଇନାହିଁ। ଆମେରିକାର ଚାପ କାରଣରୁ ଭାରତ ଇରାନ୍‌ ଏବଂ ରୁଷ ସହ ଉତ୍ତମ ସମ୍ପର୍କ ରକ୍ଷା କରିବାରେ ସକ୍ଷମ ହେଉନାହିଁ ବୋଲି ରାଜା କହିଛନ୍ତି।
ସେହିପରି ନିକଟରେ ସରିଥିବା ରାଜ୍ୟ ସଭା ନିର୍ବାଚନକୁ ନେଇ ମଧ୍ୟ ରାଜା ବିଜେଡି-ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ବିଜେଡି ପାଖରେ ସଂଖ୍ୟାଗରିଷ୍ଠ ସଦସ୍ୟ ଥାଇ ମଧ୍ୟ ଦଳ ଭାଜପାକୁ ଗୋଟିଏ ରାଜ୍ୟ ସଭା ଆସନ ଟେକିଦେଲା। ଏହା ରାଜ୍ୟର ଜନସାଧାରଣଙ୍କ ମତ ଏବଂ ରାଜ୍ୟ ବିଧାନସଭା ପ୍ରତି ଅପମାନ। ବିଜେଡିର ବହୁ ନେତା ଚିଟ୍‌ଫଣ୍ଡ ମହାଠକେଇରେ ସାମିଲ ଅଛନ୍ତି, ତେଣୁ ସେମାନେ ସିବିଆଇ ଭୟରେ ଏପରି କରିଥାଇ ପାରନ୍ତି ବୋଲି ରାଜା ଉଲ୍ଲେଖ କରିଛନ୍ତି। ସେହିପରି ବାମପନ୍ଥୀ ଆଦର୍ଶ ପ୍ରତି ଲୋକଙ୍କ ଯଥେଷ୍ଟ ଶ୍ରଦ୍ଧା ଥିଲେ ମଧ୍ୟ ତାହା ଭୋଟରେ ପ୍ରତିଫଳିତ ହୋଇପାରୁନାହିଁ। ଦଳ ପକ୍ଷରୁ ଏହାର ପର୍ଯ୍ୟାଲୋଚନାର ଆବଶ୍ୟକତା ରହିଛି। ଆସନ୍ତା ଜୁଲାଇ ୧୯ରୁ ୨୧ ପର୍ଯ୍ୟନ୍ତ ସିପିଆଇର ଜାତୀୟ ପରିଷଦ ବୈଠକରେ ଏହା ଉପରେ ଆଲୋଚନା ହେବା ନେଇ ରାଜା ସୂଚନା ଦେଇଛନ୍ତି। ଅପରପକ୍ଷରେ ଭାଜପା ଉପସଭାପତି ସମୀର ମହାନ୍ତି ଡି.ରାଜାଙ୍କ ମନ୍ତବ୍ୟକୁ ବିରୋଧ କରିଛନ୍ତି। ସମୀର କହିଛନ୍ତି ଯେ, ସାରା ଦେଶରେ ଭାଜପାର ଶକ୍ତି ବୃଦ୍ଧି ପାଇଛି। ଅନ୍ୟପଟେ ବାମପନ୍ଥୀମାନେ ଦିନକୁଦିନ ଆହୁରି ଦୁର୍ବଳ ହେବାରେ ଲାଗିଛନ୍ତି। ତେଣୁ ସେହି ଦଳର ନେତାମାନଙ୍କ ବକ୍ତବ୍ୟକୁ ଗୁରୁତ୍ୱ ଦେଇ ବକ୍ତବ୍ୟ ପ୍ରଦାନ କରିବାକୁ ଉଚିତ ମଣୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri