ସାମାନ୍ୟ କଳହରୁ ବାପାଙ୍କୁ ଟାଙ୍ଗିଆରେ ହାଣିଲା ପୁଅ

ବାରିପଦା ଅଫିସ/ରାସଗୋବିନ୍ଦପୁର(ଡି.ଏନ୍‌.ଏ.),୧୪।୨: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗଜାମ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଙ୍କ ଟାଙ୍ଗିଆ ଚୋଟରେ ବାପାଙ୍କ ମୃତ୍ୟୁ ଘଟିଛି। ସାମାନ୍ୟ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି। ମୃତକ ହେଲେ ରାବଣ ସରେନ(୫୫)।

ସୂଚନାନୁଯାୟୀ, ରାବଣଙ୍କ ପୁଅ ରମେଶ ଗତ ୨ ବର୍ଷ ଧରି ଗୁଜରାଟରେ କାମ କରିଆସୁଥିଲେ। ପ୍ରାୟ ୨ ମାସ ତଳେ ରମେଶ ଘରକୁ ଆସି ରହିଥିଲେ। ଏହି ସମୟରେ ସେ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ। ଫଳରେ ଘରେ ସବୁବେଳେ କଳହ ଲାଗି ରହୁଥିଲା। ସକାଳେ ମଧ୍ୟ ବାପାପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ରମେଶ ଉତ୍‌କ୍ଷିପ୍ତ ହୋଇ ବାପା ରାବଣଙ୍କୁ ଟାଙ୍ଗିଆ ସାହାଯ୍ୟରେ ହାଣି ଦେଇଥିଲେ। ଫଳରେ ରାବଣ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଖବର ପାଇ ରାସଗୋବିନ୍ଦପୁର ପୋଲିସ ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଛି। ଏ ନେଇ ରାସଗୋବିନ୍ଦପୁର ଥାନାରେ ମାମଲା ନଂ(୨୩/୨୦) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାନ ଭାଇଙ୍କୁ ଦେଖାଇ ବଡ଼ଙ୍କ ସହ କଲେ ବାହାଘର, ୪ ପୁଅଙ୍କ ସହ ସମ୍ପର୍କ ରଖିବାକୁ ଶାଶୁ କରୁଥିଲେ ବାଧ୍ୟ

ଲକ୍ଷ୍ନୌ,୧୦।୧: ଉତ୍ତରପ୍ରଦେଶର ଗାଜିଆବାଦରେ ଅନନ୍ୟ ବିବାହର ଏକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ମଧ୍ୟସ୍ଥି ସାନ ଭାଇକୁ ଦେଖାଇ ଜଣେ କନ୍ୟାଙ୍କର ବଡ଼ଙ୍କ ସହ ବିବାହ...

ଆରଆଇଙ୍କୁ ଅଟକ ରଖିଲେ ଗ୍ରାମବାସୀ

କଣିହାଁ,୩୧।୧(ଡି.ଏନ.ଏ.) – ଅନୁଗୋଳ ଜିଲା ବଡ଼ଗୁଣ୍ଡୁରୀ ରାଜସ୍ବ ନିରୀକ୍ଷକ ଏକ ଟ୍ରଷ୍ଟ ପାଇଁ ବୁଧବାର ଜଗା ଚିହ୍ନଟ କରିବା ନିମନ୍ତେ ବାରିହାପୁର ଗ୍ରାମକୁ ଯାଇଥିବାବେଳେ ଗ୍ରାମବାସୀ...

ବର୍ଜ୍ୟବସ୍ତୁ ଖାଇ ପୁଣି ଗାଈ ମୃତ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସିର ଦାୟିତ୍ୱହୀନତା ପାଇଁ ଗୋଟିଏ ପରେ ଗୋଟିଏ ଗୋରୁଙ୍କ ମୃତ୍ୟୁ ହେଉଥିବା ଅଭିଯୋଗ ହୋଇଛି। କିଛିମାସ ପୂର୍ବରୁ ଉକ୍ତ ଅଞ୍ଚଳରେ...

କ୍ରୀଡ଼ାକୁ ପ୍ରୋତ୍ସାହନ:ଓଡ଼ିଶାକୁ ମିଳିଲା ଶ୍ରେଷ୍ଠ ରାଜ୍ୟ ପୁରସ୍କାର

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):କ୍ରୀଡ଼ାକୁ ପ୍ରୋତ୍ସାହନ ଦେଉଥିବା ରାଜ୍ୟ ମଧ୍ୟରେ ଓଡ଼ିଶାକୁ ଶ୍ରେଷ୍ଠ ରାଜ୍ୟର ମାନ୍ୟତା ମିଳିଛି। ନିକଟରେ ଶେଷ ହୋଇଥିବା ଇଣ୍ଡିଆ ସ୍ପୋର୍ଟସ ସମିଟ୍‌ରେ ଏଥିପାଇଁ ରାଜ୍ୟକୁ ପୁରସ୍କୃତ...

ଜିଲା ମୁଖ୍ୟ ଡାକ୍ତରଖାନାକୁ ଆରମ୍ଭ ହେଲା ନିଃଶୁଳ୍କ ବସ୍‌ ସେବା

ବରଗଡ ଅଫିସ,୨୬।୧: ବରଗଡ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରୁ ଭଟଲି ବ୍ଲକ ଟୁକୁର୍ଲା(ଖେଦାପାଲି)ସ୍ଥିତ ନୂତନ ଜିଲା ମୁଖ୍ୟ ଡାକ୍ତରଖାନାକୁ ରବିବାରରୁ ନିଃଶୁଳ୍କ...

ହକି ବିଶ୍ୱକପ୍‌ ପରେ ୩ ଲେନ୍‌ ଆର୍‌ଓବି କାମ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍‌ଓ୍ବେ ଓଭର ବ୍ରିଜ୍‌ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍‌ ପରେ...

ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରତି ଅବହେଳା

ଜଗତ୍‌ସିଂହପୁର ଅଫିସ, ୧୭ା୧୨:ଜଗତ୍‌ସିଂହପୁର ବ୍ଲକ ମହିରାସ୍ଥିତ ରଥ ସରକାରୀ ଉଚ୍ଚ ବିଦ୍ୟାଳୟ ଏବେ ଅବହେଳିତ ହୋଇପଡ଼ିଛି। ଏହି ଉଚ୍ଚ ବିଦ୍ୟାଳୟ ୧୯୯୩ରୁ ସରକାରୀ ବିଦ୍ୟାଳୟର ମାନ୍ୟତା...

କଂଗ୍ରେସର ୩୩ ଜଣିଆ ଗଣମାଧ୍ୟମ କମିଟି ଘୋଷିତ

ଭୁବନେଶ୍ୱର,୧।୭(ବ୍ୟୁରୋ): ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ...

Advertisement
Archives

Model This Week