ସାମାଜିକ ବାସନ୍ଦ ବିରୋଧରେ ଆଇନ ପ୍ରଣୟନ ପାଇଁ ହାଇକୋର୍ଟରେ ମାମଲା : ସରକାରଙ୍କୁ ରିପୋର୍ଟ ତଲବ

କଟକ ଅଫିସ,୨୫।୬ : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଅନେକ ଅଗ୍ରଗତି ଘଟିଛି। ଏହା ସାଙ୍ଗକୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟ ଅଗେଇ ଚାଲିଛି। କିନ୍ତୁ ସରକାରଙ୍କ ଅପାରଗତା ଯୋଗୁ ଓଡ଼ିଶାର ଗ୍ରାମାଞ୍ଚଳରେ ସାମାଜିକ ବାସନ୍ଦ ଓ କଟକଣା ଭଳି ମଧ୍ୟଯୁଗୀୟ କାର୍ଯ୍ୟକଳାପ ବଢିବାରେ ଲାଗିଛି। ଗତ କିଛିବର୍ଷ ମଧ୍ୟରେ କୁସଂସ୍କାର, ଅନ୍ଧବିଶ୍ୱାସ ସାଙ୍ଗକୁ ଗରିବ, ଦଳିତ ବର୍ଗର ଲୋକମାନଙ୍କ ଉପରେ ସାମାଜିକ କଟକଣାକୁ ଖାପ ପଞ୍ଚାୟତ/କଙ୍ଗାରୁ କୋର୍ଟ ମାଧ୍ୟମରେ ଲଦି ଦିଆଯାଇଛି। ଏହାଦ୍ୱାରା ସେମାନଙ୍କ ମାନବିକ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାର କ୍ଷୁଣ୍ଣ ହେଉଛି। କେତେକ କ୍ଷେତ୍ରରେ ପୋଲିସ ଓ ପ୍ରଶାସନର ଅସହଯୋଗ କିମ୍ବା ନିଷ୍କ୍ରିୟତା ଯୋଗୁ ଅନେକ ପରିବାର ପ୍ରଭାବିତ ହେଉଛନ୍ତି। ଦିନକୁ ଦିନ ଏହା ବଢି ଚାଲିବାରୁ ବିଶ୍ୱରେ ଭାରତ ନିନ୍ଦିତ ହେଉଛି। ଓଡ଼ିଶା ହେତୁବାଦୀ ସଙ୍ଗଠନର ସମ୍ପାଦକ ଦେବେନ୍ଦ୍ର ସୂତାର ଏ ବାବଦରେ ବିଭିନ୍ନ କର୍ତ୍ତୃପକ୍ଷ ଓ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ କେହି ଏ ନେଇ ପଦକ୍ଷେପ ଗ୍ରହଣ କରି ନ ଥିଲେ। ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ବାବଦରେ ଏକ ଦୃଢ ଆଇନ ପ୍ରଣୟନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସୂତାର ପିଟିଶନରେ ନିବେଦନ କରିଥିଲେ। ମାମଲାର ଶୁଣାଣି କରି ହାଇକୋର୍ଟ ଏ ସମ୍ପର୍କରେ ୪ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଏହି ମାମଲାକୁ ଆଇନଜୀବୀ କ୍ଷୀରୋଦ ରାଉତ ପରିଚାଳନା କରୁଥିବାବେଳେ ଜୟନ୍ତୀ ନାୟକ, ସୁରେନ୍ଦ୍ର କୁମାର ରାଉତ, ଅନିଲ କୁମାର ଦଳାଇ ଓ ସରୋଜ କୁମାର ଭୂୟଁା ତାଙ୍କୁ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଡିଓ ବାର୍ତ୍ତା ମାଧ୍ୟମରେ ଇରାନକୁ କଡ଼ା ବାର୍ତ୍ତା ଦେଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ଜେରୁଜେଲମ,୭।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଶନିବାର (ମାର୍ଚ୍ଚ ୭, ୨୦୨୬) ଜେରୁଜେଲମରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଇସ୍ରାଏଲୀ ଲୋକଙ୍କ ସାହସ ଏବଂ ଏକତାକୁ…

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri