ସାବୁନ ବାଣ୍ଟିଲେ ମହିଳା ଗ୍ରୁପ

ବାହାନଗା, ୩ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖରାସାହାପୁର ପଞ୍ଚାୟତର ବ୍ରହ୍ମପୁର ଗ୍ରାମରେ ଥିବା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ଦ୍ୱାରା କରୋନା ସତର୍କତା ନିମନ୍ତେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗ୍ରୁପ ପକ୍ଷରୁ ଗ୍ରାମର ମହିଳା ପୁରୁଷମାନଙ୍କୁ ହାତ ଧୋଇବା ପାଇଁ ସାବୁନ ବଣ୍ଟନ କରାଯାଇଥିଲା। ସଭାନେତ୍ରୀ ଜୟନ୍ତୀ ଜେନାଙ୍କ ପୌରୋହିତ୍ୟରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଘର ସମସ୍ତ ସଦସ୍ୟାମାନେ ଯୋଗଦେଇ ଏହି ରୋଗର ଭୟାବହତା ସମ୍ପର୍କରେ ଆଲୋଚନା କରିବା ସହିତ ନିଜ ଗ୍ରାମକୁ କିପରି ସଂକ୍ରମଣ ନ ହେବ ସେଥିପ୍ରତି ଆଲୋଚନା କରି ଉପସ୍ଥିତ ଗ୍ରାମବାସୀ ଓ ମହିଳାମାନଙ୍କୁ ବୁଝାଇ ସଚେତନ କରିଥିଲେ ା ମହାଲକ୍ଷ୍ମୀ ମହିଳା ଏସଏଚ୍‌ଜି ତରଫରୁ ପରିଷ୍କାର ରହିବା ସହିତ ବାହାରକୁ ଗଲେ ସାବୁନରେ ହାତ ଧୋଇ ଘରକୁ ପ୍ରବେଶ କରିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଭାପତି ଯେନା, ସମ୍ପାଦିକା ଶକୁନ୍ତଳା ନାୟକ, ସଦସ୍ୟା ନିରୁପମା ଯେନା, ମନୋରମା ପାତ୍ର, ମୋନାଲିସା ନାୟକ, ରାଜଶ୍ରୀ ରାଉତ, ବାସନ୍ତୀ ଯେନା, କନକଲତା ରାଉତ, ମୀନତି ମହାପାତ୍ର, ଲକ୍ଷ୍ମୀପ୍ରିୟଦର୍ଶନୀ ଯେନା, ମଧୁସ୍ମିତା ଯେନା, ପୂଜାଶ୍ରୀ ରାଉତ ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୃତ ପୋଲିସ କର୍ମଚାରୀଙ୍କ ପରିବାରକୁ ବୀମା ରାଶି ପ୍ରଦାନ

ଛତ୍ରପୁର, ୧୦।୭ (ଦିଲୀପ ସାମଲ) : ୨୦୨୪ ମସିହାରେ କାର୍ଯ୍ୟରତ ଅବସ୍ଥାରେ ଅକସ୍ମାତ ହୃଦ୍ଘାତରେ ପରଲୋକ ବରଣ କରିଥିବା ଚମାଖଣ୍ଡି ପୋଲିସ ଥାନା କର୍ମଚାରୀ ସଞ୍ଜିତ ସ୍ୱାଇଁଙ୍କ…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

ପାଟପୁରରେ ବୁଲା କୁକୁରଙ୍କ ଆତଙ୍କ: ବ୍ରହ୍ମପୁର ବିଏମସି ପକ୍ଷରୁ କୁକୁର ଧରା ଅଭିଯାନ, ୯ ବୁଲା କୁକୁରଙ୍କୁ ଉଠାଇନେଲେ…

ଦିଗପହଣ୍ଡି,୧୦|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର, ମହାନାଳା,  ଜୟନଗର, ରାଧାଦେଇପୁର,ପଳାଶପୁର ପ୍ରଭୃତି ବିଭିନ୍ନ ଗ୍ରାମରେ ଗତ ପ୍ରାୟ ୩ ମାସ ହେଲା…

ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ୩୮ ତମ ବାର୍ଷିକୋତ୍ସବ: ବୃନ୍ଦ ଯୋଗଦେଇ ଥିଲେ …

ଦିଗପହଣ୍ଡି,୧୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ୩୮ତମ ବାର୍ଷିକୋତ୍ସବ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ରାଜବାଟି ପରିସରରେ…

୧୨ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା: ଶିକ୍ଷା କ୍ଷେତ୍ରରେ ନେତୃତ୍ୱର ଭୂମିକା…

ଭଞ୍ଜନଗର, ୧୦।୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ବ୍ଲକର ୧୨ ଜଣ ନବନିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧନା ଜଣାଯାଇଛି। ଗୋଷ୍ଠୀ ଉନ୍ନୟନ…

ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା ଉଦ୍ୟମ ଘଟଣା: ତଦନ୍ତ କଲା ସାଇଣ୍ଟିଫିକ୍‌ ଟିମ୍‌

କେନ୍ଦୁଝର,୧୦ା୭ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ଜଣେ ୬ ବଷର୍ର ଶିଶୁକନ୍ୟାଙ୍କୁ ତାଙ୍କର ସମ୍ପର୍କୀୟ ମାମୁ ବଳାତ୍କାର କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri