ସାବିତ୍ରୀ ବ୍ରତ ପାଇଁ ମାନିଲେନି କଟକଣା: ଜିନିଷ କିଣିବାକୁ ଠେଲାପେଲା

ଅନୁଗୋଳ ଅଫିସ, ୨୧।୫- ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ଗୁରୁବାର ଲୋକମୟ ହୋଇଉଠିଥିଲା ଅନୁଗୋଳ ବଜାର। କରୋନା ପାଇଁ ଜାରି ସବୁ କଟକଣାକୁ ଭୁଲି ଲୋକେ ବଜାରରେ ପ୍ରବଳ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ଦୋକାନରେ ଲୋକେ ଜିନିଷ କିଣିବାକୁ ଠେଲାପେଲା ହେଉଥିବା ବେଳେ ପୋଲିସ ସେମାନଙ୍କୁ ତାଗିଦ୍‌ ମଧ୍ୟ କରୁଥିଲା। ହେଲେ ଏସବୁକୁ ଖାତିର ନ କରିି ସେମାନେ ଜିନିଷପତ୍ର କିଣିବା ସହ ଅନେକେ ଫାଇନ ମଧ୍ୟ ଭରିଥିବା ଜଣାଯାଇଛି।
ସହର ମଝିରେ ଥିବା ଡେଲି ମାର୍କେଟରେ ଶାଢୀ, ଫଳ, ପୂଜା ସାମଗ୍ରୀ, ବହି ଆଦି ବିଭିନ୍ନ ଦୋକାନରେ ଲୋକଙ୍କ ଗହଳି ହୋଇଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ଅନୁଗୋଳ ପୋଲିସ ପକ୍ଷରୁ ପଇଁତରା ମରାଯିବା ସହ ସାମାଜିକ ଦୂରତା ରଖିବାକୁ ତାଗିଦ ମଧ୍ୟ କରାଯାଇଥିଲା। ହେଲେ ଲୋକେ ଏହାକୁ ନ ମାନି ଗହଳି କରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କ ସହ ବ୍ୟବସାୟୀ ଏଥିପାଇଁ ଜରିମାନା ମଧ୍ୟ ଗଣିଥିଲେ। ସାବିତ୍ରୀ ବ୍ରତ ସହ ପ୍ରଶାସନ ପକ୍ଷରୁ ନିୟମ କୋହଳ କରାଯାଇଥିବାରୁ ସେମାନେ ବଜାରକୁ ଆସି ଜିନିଷପତ୍ର କିଣୁଥିବା କେତେଜଣ ଗ୍ରାହକ ପ୍ରକାଶ କରିଛନ୍ତି। ଅନୁଗୋଳ ଥାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମାସ୍କ ପିନ୍ଧି ନ ଥିବା ଏବଂ ସାମାଜିକ ଦୂରତା ରକ୍ଷା କରି ନ ଥିବା ଲୋକ ଏବଂ ବ୍ୟବସାୟୀଙ୍କ ନିକଟରୁ ଜରିମାନା ଆଦାୟ କରାଯାଉଛି। ଲୋକମାନେ ଅମାନିଆ ହୋଇ ହାଉଯାଉ ହେଉଛନ୍ତି। ସେମାନେ ନିଜେ ସଚେତନ ନ ହେଲେ କିଛି କରିହେବ ନାହିଁ ବୋଲି ପୋଲିସ ଅଧିକାରୀ ଜଣକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା...

ଆସିଲା ଚିନ୍ମୟୀଙ୍କ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ୱର/ସମ୍ବଲପୁର,୫।୩(ବ୍ୟୁରୋ): ବୁର୍ଲା ପିସି ବ୍ରିଜ୍‌ ପାୱାର ଚାନେଲରୁ ଭିସୁଟ୍‌ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ମିଳିବା ଘଟଣାର ୪ଦିନ ପରେ ରବିବାର  ବ୍ୟବଚ୍ଛେଦ...

ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଅଗ୍ନିକାଣ୍ଡ

କଟକ, ୨୯।୯: କଟକ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସମ୍ପୂର୍ଣ୍ଣ ଜଳିଯାଇଛି। ଏଥିରେ...

୨୫ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ

ପୁରୀ ଅଫିସ, ୧୦ା୮: ପୁରୀ ସହର ବ୍ରାଉନସୁଗାରର ପେଣ୍ଟସ୍ଥଳୀ ପାଲଟିଛି। ଏହାର ଚେର କଲିକତା ପର୍ଯ୍ୟନ୍ତ ଲମ୍ବିଛି। କଟକ ଓ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ...

ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ

ସୋନପୁର,୧୩ା୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକ ଖଇରଟିକ୍ରା ଗାଁର ଚାଷୀ ସୁରେଶ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ଆସିଛି। ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଅନୁଷ୍ଠିତ ହେବାକୁ...

ଭୋଗରାଇରେ ବିରଳ ପ୍ରଜାତିର ମାଛ

ଭୋଗରାଇ, ୧୭।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ କୁସୁଟି ଗ୍ରାମ ନିକଟସ୍ଥ ଧାନ କ୍ଷେତରେ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି। ଦେଢ଼ଫୁଟ୍‌ ଲମ୍ବର...

କଟକରେ ବ୍ରାଉନସୁଗାର ବିକୁଛନ୍ତି ୨ ଭାଇ

କଟକ ଅଫିସ,୧୮। ୯: ଦିନ ଦ୍ୱିପ୍ରହରରେ ଖୋଲା ବଜାରରେ ବେଧଡକ ଭାବେ ବିକ୍ରି ହେଉଛି ବ୍ରାଉନ୍‌ସୁଗାର। ଦୁଇ ଭାଇ ହିଁ ଏହି ବେଆଇନ ବେପାରର କର୍ଣ୍ଣଧାର।...

ଛେଳି ଚୋରିକୁ ନେଇ କଳି

ପାରଳାଖେମୁଣ୍ଡି,୭ା୩: ଛେଳି ଚୋରିକୁ ନେଇ କଳି ହୋଇଛି। ଘଟଣାକୁ ନେଇ ଆନ୍ଧ୍ର ଓ ଓଡ଼ିଶା ପୋଲିସ ମୁହାଁମୁହିଁ ହୋଇଛନ୍ତି। ଗଜପତି ଜିଲା ରାୟଗଡ଼ ବ୍ଲକ ଅନ୍ତର୍ଗତ...

Advertisement
Archives

Model This Week