ସାପ କାମୁଡ଼ାରେ ଭଉଣୀଭାଇଙ୍କ ମୃତ୍ୟୁ

ସୁନ୍ଦରଗଡ଼, ୧୨।୮ (ଡି.ଏନ.ଏ.) -ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସବ୍‌ଡେଗା ବ୍ଲକ ସୁବଲିୟା ନବରଙ୍ଗପୁର ବସ୍ତିରେ ସାପ କାମୁଡାରେ ଭଉଣୀଭାଇଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବର୍ଷା ଦଣ୍ଡସେନା (୧୩) ଓ ଅବିନାଶ ଦଣ୍ଡସେନା (୮)। ରବିବାର ରାତିରେ ଉଭୟ ଗୋଟିଏ ଖଟରେ ଶୋଇଥିଲେ। କୌଣସି ଏକ ବିଷାକ୍ତ ସାପ ସେମାନଙ୍କୁ କାମୁଡି ଦେଇଥିଲା। ସକାଳେ ଉଠିଲା ବେଳେ ଉଭୟ ବାଉଳି ହେବାରୁ ଭଉଣୀଭାଇଙ୍କୁ ପରିବାର ଲୋକେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିଲା ବେଳକୁ କୌଣସି ଡାକ୍ତର ନ ଥିଲେ। ରାତିରେ ଡ୍ୟୁଟିରେ ଥିବା ଜରୁରୀକାଳୀନ ଡାକ୍ତର ଘରକୁ ଚାଲି ଯାଇଥିବା ଯୋଗୁ ସିକ୍ୟୁରିଟି ଗାର୍ଡ ସେମାନଙ୍କୁ ୮ଟାବେଳେ ଆଉଟଡୋରକୁ ଡାକ୍ତର ଆସିଲେ ଦେଖାଇବାକୁ କହିଥିଲେ। ଏହି ସମୟ ମଧ୍ୟରେ ଭଉଣୀଭାଇଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ୮ଟାରେ ଡାକ୍ତରଙ୍କୁ ଦେଖାଇବା ପରେ ଉଭୟଙ୍କୁ ଗୋଟିଏ ଲେଖାଏଁ ସାଲାଇନ୍‌ ଦେଇ ପ୍ରଥମେ ବର୍ଷାଙ୍କୁ ବୁର୍ଲା ଡାକ୍ତରଖାନା ପଠାଇଥିଲେ। ବୁର୍ଲା ଡାକ୍ତରଖାନା ନେବା ବାଟରେ ସୋମବାର ଦିନ ପ୍ରାୟ ୧୧ଟା ବେଳେ ବର୍ଷାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ଅବିନାଶଙ୍କୁ ମଧ୍ୟ ଡାକ୍ତର ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ। ଅବିନାଶକୁ ପରିବାର ଲୋକେ ରାଉରକେଲା ଆଇଜିଏଚ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହା ପରେ ପରିବାର ଲୋକେ ଭଉଣୀଭାଇଙ୍କ ମୃତଦେହ ଧରି ସୁନ୍ଦରଗଡ ଡାକ୍ତରଖାନା ପହଞ୍ଚିଥିଲେ। ଠିକ୍‌ ସମୟରେ ଚିକିତ୍ସା ହୋଇଥିଲେ ପୁଅଝିଅଙ୍କ ଜୀବନ ବଞ୍ଚିିଯାଇଥାଆନ୍ତା ବୋଲି ତାଙ୍କର ମାଆ ଜୁଲି ଓ ବାପା ପ୍ରଦୀପ୍ତ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ପ୍ରଦୀପ୍ତଙ୍କ ୩ ଝିଅପୁଅ ମଧ୍ୟରୁ ଅନ୍ୟ ଜଣେ ଝିଅ କ୍ରିଷ୍ଣା ଅଲଗା ଶୋଇଥିବାରୁ ବର୍ତ୍ତି ଯାଇଛନ୍ତି। ମୃତ ବର୍ଷା ସୁନ୍ଦରଗଡ ରାଣୀବଗିଚାସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଥିଲେ। ଅବିନାଶ ତାଙ୍କ ଗ୍ରାମ ନବରଙ୍ଗପୁର ବସ୍ତିର ପ୍ରାଥମିକ ବିଦ୍ୟାଳୟ ତୃତୀୟ ଶ୍ରେଣୀର ଛାତ୍ର ଥିଲେ। ସଦର ଥାନା ପୋଲିସ ଭଉଣୀଭାଇଙ୍କ ମୃତଦେହ ବ୍ୟବଚ୍ଛେଦ ସକାଶେ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri