Posted inଖେଳ

ସାନିଆଙ୍କୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ

ନୂଆଦିଲ୍ଲୀ, ୧୨ା୫ (ପି.ଟି.)-ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଛନ୍ତି। ମାତୃତ୍ୱ ଲାଭ ପରେ ଟେନିସ କୋର୍ଟକୁ ସଫଳ ପ୍ରତ୍ୟାବର୍ତ୍ତନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି। ସାନିଆ ଏସିଆ/ଓସେନିଆ ଜୋନ୍‌ରୁ ଏହି ଆଓ୍ବାର୍ଡ ପାଇଛନ୍ତି। ଚଳିତ ବର୍ଷର ୩ ରିଜିଓନାଲ ଗ୍ରୁପ୍‌-୧ ପ୍ରାର୍ଥୀଙ୍କ ଲାଗି ମୋଟ ୧୬,୯୮୫ ଜଣ ମତ ସାବ୍ୟସ୍ତ କରିଥିଲେ। ସାନିଆଙ୍କୁ ୧୦,୦୦୦ରୁ ଅଧିକ ଭୋଟ ମିଳିଥିଲା। ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ପାଇଁ ଅନ୍‌ଲାଇନ୍‌ ଭୋଟିଂ ହୋଇଥାଏ। ମେ’ ୧ ତାରିଖରୁ ଏକ ସପ୍ତାହ ଧରି ଏହା ଚାଲିଥିଲା। ଫେଡ୍‌ କପ୍‌ ପ୍ରତିଯୋଗିତାରେ ସାନିଆ ବିଶ୍ୱର ଜଣେ ଲୋକପ୍ରିୟ ଖେଳାଳି। ପ୍ରଥମ ଭାରତୀୟ ଭାବେ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଜିତିଥିବାରୁ ମୋ ପାଇଁ ଏକ ଗର୍ବର ବିଷୟ ବୋଲି ସାନିଆ କହିଛନ୍ତି। ଏହି ପୁରସ୍କାରକୁ ମୁଁ ସମଗ୍ର ଦେଶ ଓ ମୋର ସମର୍ଥକମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁଛି ବୋଲି ସାନିଆ କହିଛନ୍ତି। ସେ ଆହୁରି ମଧ୍ୟ ଯେଉଁମାନେ ତାଙ୍କୁ ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାନିଆ ୪ବର୍ଷ ପରେ ଫେଡ୍‌ କପ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭାରତକୁ ପ୍ରଥମ ଥର ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ୨୦୧୮ ଅକ୍ଟୋବରରେ ପୁତ୍ର ସନ୍ତାନ ଇଝାନ୍‌ଙ୍କ ଜନ୍ମ ପରେ ସାନିଆ ଜାନୁୟାରୀରେ କୋର୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ନାଡିଆ କିଚେନୋକ୍‌ଙ୍କ ସହିତ ହୋବାର୍ଟ ଇଣ୍ଟରନ୍ୟାଶନାଲରେ ମହିଳା ଡବଲ୍ସ ଟାଇଟଲ ଜିତିଥିଲେ। ପୂର୍ବତନ ନମ୍ବର ଓ୍ବାନ ଡବଲ୍ସ ଏବଂ ୬ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ସାନିଆ ଇଣ୍ଡୋନେସିଆର ୧୬ବର୍ଷୀୟା ପ୍ରିସ୍କା ମେଡିଲିନ୍‌ ନୁଗ୍ରୋହୋଙ୍କୁ ପଛରେ ପକାଇ ଏସିଆ/ଓସେନିଆ ରିଜିଓନାଲ କାଟେଗୋରୀରେ ପୁରସ୍କାର ଜିତିଥିଲେ। ପ୍ରତ୍ୟେକ କାଟେଗୋରୀର ବିଜେତା ପୁରସ୍କାର ବାବଦରେ ୨୦୦୦ ଆମେରିକୀୟ ଡଲାର ପୁରସ୍କାର ମିଳିବ। ୩୩ ବର୍ଷୀୟା ହାଇଦ୍ରାବାଦୀ ତାଙ୍କ ପୁରସ୍କାର ରାଶିକୁ କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢେଇ ପାଇଁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ପ୍ରଦାନ କରିଛନ୍ତି। ୟୁରୋପ/ଆମେରିକା ଅଞ୍ଚଳରୁ ଆନେଟ କୋଣ୍ଟାଭିଟ୍‌ (ଇସ୍ତୋନିଆ) ଏବଂ ପାରାଗୁଏର ଭେରୋନିକା ସିପେଡ୍‌ ରଏଗ୍‌ ରଏଗ୍‌ଙ୍କୁ ପଛରେ ପକାଇ ଆମେରିକା ଅଞ୍ଚଳରୁ ଏହି ପୁରସ୍କାର ଜିତିଛନ୍ତି।
ଇଣ୍ଟରନ୍ୟାଶନାଲ ଟେନିସ୍‌ ଫେଡେରେଶନ (ଆଇଟିଏଫ୍‌) ଦ୍ୱାରା ୨୦୦୯ରୁ ଫେଡ୍‌ କପ୍‌ ହାର୍ଟ ଆଓ୍ବାର୍ଡ ଦିଆଯାଇ ଆସୁଛି। ଫେଡ୍‌ କପ୍‌ରେ ନିଜ ଦେଶ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋପା ଆମେରିକାରୁ ଓହରିଲେ କାତାର, ଅଷ୍ଟ୍ରେଲିଆ

ସାଓ ପାଉଲୋ,୨୫।୨(ଏପି): ଦକ୍ଷିଣ ଆମେରିକାର ସର୍ବବୃହତ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ କୋପା ଆମେରିକାରୁ କାତାର ଓ ଅଷ୍ଟ୍ରେଲିଆ ଓହରିଯାଇଛନ୍ତି। ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଯୋଗୁ ଏହି ଦୁଇ ଦେଶ...

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି...

ଆଶା ଆଶାରେ ରହିଗଲା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ସାଉଥାମ୍ପଟନ,୨୩।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଟ୍ରଫି ହାତେଇବା ଆଶା ଆଶାରେ ହିଁ ରହିଗଲା। ଭାରତୀୟ ଦଳକୁ ୮ ଉଇକେଟରେ ହରାଇ ଡବ୍ଲ୍ୟୁଟିସି ଟ୍ରଫି ହାତେଇ...

ତାଲିକାରେ ବେନ୍‌ ଷ୍ଟୋକ୍ସ, କାମେରନ ଗ୍ରୀନ୍‌

ନୂଆଦିଲ୍ଲୀ,୧୪।୧୨ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମିନି ନିଲାମ ଡିସେମ୍ବର ୨୩ରେ କୋଚିଠାରେ ହେବ। ଏଥିରେ ୮୭ ସ୍ଥାନ ପାଇଁ ୪୦୫ ଖେଳାଳି ନିଲାମରେ...

ଇର୍ଫାନ ପଠାନଙ୍କ ଅବସର

ନୂଆଦିଲ୍ଲୀ,୪।୧- ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ବାମହାତୀ ପେସର ଭାରତ ପାଇଁ ୧୯ ଟେଷ୍ଟ, ୧୨୦...

୭ ବର୍ଷ ପ୍ରତୀକ୍ଷାର ଅନ୍ତ: ଭାରତ- ଇଂଲଣ୍ଡ ମହିଳା ଟେଷ୍ଟ

ବ୍ରିଷ୍ଟଲ,୧୬।୬(ପି.ଟି.): ଦୀର୍ଘ ୭ ବର୍ଷ ପରେ ଭାରତ ଓ ଇଂଲଣ୍ଡ ମହିଳା ଦଳ ଟେଷ୍ଟ କ୍ରିକେଟରେ ପରସ୍ପରକୁ ଭେଟିବେ। ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ଦୁଇ ଦେଶ...

ଡବ୍ଲୁଟିଏସି ଫାଇନାଲ: ଭାରତ ବିପକ୍ଷ ମ୍ୟାଚ ପୂର୍ବରୁ ସ୍ବାସ୍ଥ୍ୟ ଅପ୍‌ଡେଟ ଦେଲେ ଏହି ଅଷ୍ଟ୍ରେଲୀୟ ଦ୍ରୁତ ବୋଲର

ନୂଆଦିଲ୍ଲୀ,୩୧।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ୧୬ତମ ସିଜନ ଶେଷ ହେବା ସହିତ ଏବେ ସମସ୍ତଙ୍କ ନଜର ଅନ୍ତର୍ଜାତୀୟ କ୍ରିକେଟ ଉପରେ ରହିଛି। ଇଂଲଣ୍ଡ...

ଗୋଟିଏ ଫଟୋରେ ୭୩୫ ନଟ୍‌ ଆଉଟ

ଆଡିଲେଡ୍‌,୪ା୧୨- ଚଳିତ ସପ୍ତାହକୁ ଜୀବନରେ କଦାପି ଭୁଲି ପାରିବେ ନାହିଁ ଅଷ୍ଟ୍ରେଲିଆନ ଓପନର ଡେଭିଡ ଓ୍ବାର୍ନର। ବାମହାତୀ ବ୍ୟାଟ୍ସମ୍ୟାନ କ୍ୟାରିୟରର ପ୍ରଥମ ଥର ପାଇଁ ତ୍ରିଶତକ...

Advertisement
Archives

Model This Week